ETV Bharat / state

ଟିକା ନେଇ ଆଖି ବୁଜିଲା 4 ମାସର ଶିଶୁ, ଥାନାର ଦ୍ବାରସ୍ଥ ହେଲେ ପରିବାର - 4 month old infant dies after vaccination

ଟିକା ଗ୍ରହଣ ପରେ ଚାରି ମାସର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ । ଅଙ୍ଗନୱାଡିର ଅବହେଳା ପାଇଁ ଏପରି ହୋଇଥିବା ଅଭିଯୋଗ ଆଣି ଥାନାର ଦ୍ବାରସ୍ଥ ପରିବାର । ଅଧିକ ପଢ଼ନ୍ତୁ

ଟୀକା ଗ୍ରହଣ ପରେ ଚାରି ମାସର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ

author img

By

Published : Apr 28, 2023, 12:35 PM IST

ଟୀକା ଗ୍ରହଣ ପରେ ଚାରି ମାସର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ

ରାଉରକେଲା: ଟିକା ଗ୍ରହଣ ପରେ ଚାରି ମାସର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ । ଟିକା ଦାନରେ ଅବହେଳା ହୋଇଥିବା ପରିବାର ଅଭିଯୋଗ ଆଣିଛି । ନିଜ ଚାରି ମାସର ଶିଶୁ କନ୍ୟାକୁ ହରାଇ ଭାଙ୍ଗି ପଡିଛନ୍ତି ମା ଏବଂ ବାପା । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ରାଉରକେଲା ସହରର ରଘୁନାଥପାଲ୍ଲୀ ଥାନା ଖରିଆବାହାଲ କୋଏଲ ବ୍ୟାଙ୍କ ବସ୍ତିରେ ।

ଅଧିକ ପଢ଼ନ୍ତୁ: ନିଜର ନାହିଁ ଇଞ୍ଚେ ଜମି; ଚାଷୀଙ୍କ ପାଇଁ ନିର୍ମାଣ କଲେ ଧାନ ରୁଆ ମେସିନ୍, ପୁରସ୍କାର ଦେଲେ ରାଷ୍ଟ୍ରପତି

ମୃତ ଶିଶୁର ପିତାଙ୍କ କହିଛନ୍ତି କି, ‘‘ ଆଜି ଝିଅର ଟିକା ନେବା ତାରିଖ ଥିଲା । ମୋ ସ୍ତ୍ରୀ ଚାରି ମାସର ଝିଅକୁ ନେଇ ଟିକା ଦିଆଯାଉଥିବା ଅଙ୍ଗନବାଡି କେନ୍ଦ୍ରକୁ ଯାଇଥିଲା । ସେଠାରେ ଝିଅକୁ ଟିକା ଲଗାଇ ଘରକୁ ଫେରିଥିଲା । ଟିକା ଲଗାଇବା ପରେ ହିଁ ଝିଅ କାନ୍ଦିବାକୁ ଲାଗିଲା । ବାରମ୍ବାର ଜୋରଜୋର ପାଟିରେ କାନ୍ଦିବାକୁ ଥିଲା । ଟିକା ନେବା ପୂର୍ବରୁ ଝିଅର ଅବସ୍ଥା ଭଲଥିଲା । ଟିକା ନେବା ପରେ ତାର କାନ୍ଦ ବନ୍ଦ ହେଉ ନଥିଲା । କାନ୍ଦିକାନ୍ଦି ଝିଅ ଶୋଇପଡିଥିଲା । ପରେ ମୁଁ ତାକୁ ଯେତେ ଉଠେଇବାକୁ ଚେଷ୍ଟା କଲି ସେ ଉଠିଲାନି । ରାଉରକେଲା ସରକାରୀ ହସ୍ପିଟାଲକୁ ନେଇ ପହଞ୍ଚିବା ପରେ ଡାକ୍ତର ସେଠାରେ ଶିଶୁକୁ ମୃତ ଘୋଷଣା କରିଥିଲେ ।’’

ଅଧିକ ପଢ଼ନ୍ତୁ: ଦୁଗ୍ଧଜାତ ଦ୍ରବ୍ୟ ନେଇ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ନିଆଳି, ଏଠି ରୋଜଗାରର ବାଟ ବତାଉଛି ଛେନା ଓ ପନିର

ତେବେ ବର୍ତ୍ତମାନ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ଟିକା ଦେବାରେ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଛି । ଚାରି ମାସର ଶିଶୁକୁ ତିନିଟି ଟିକା ଦେବା ଦ୍ୱାରା ତାର ମୃତ୍ୟୁ ହୋଇଥିବା ସୂଚନା ରହିଛି । ନିୟମ ଅନୁଯାୟୀ ଚାରି ମାସର ଶିଶୁକୁ କେବଳ ଗୋଟିଏ ଟୀକା ଦିଆଯାଏ କିନ୍ତୁ ଏଠାରେ ଚାରି ମାସର ଶିଶୁକୁ କିଭଳି ଭାବରେ ତିନିଟି ଟିକା ଦିଆଗଲା ଏବଂ ଟିକା ଦେଉଥିବା ନର୍ସ ଜାଣି ପାରିଲେନାହିଁ । ଦେଢ଼ ବର୍ଷର ଶିଶୁକୁ ଯେଉଁ ଟିକା ଦିଆଯିବା କଥା ସେହି ଟିକା ହୁଏତ ଚାରି ମାସର ଶିଶୁ କନ୍ୟାକୁ ଦିଆଯାଇଛି ବୋଲି ପରିବାର ଅଭିଯୋଗ କରିଛି । ତେବେ ପୋଲିସ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.