ETV Bharat / state

ଭାଙ୍ଗିବ ସଂକ୍ରମଣର ଚେନ୍, ରାଉରକେଲା ଷ୍ଟେସନରେ ବ୍ୟାପକ ବ୍ୟବସ୍ଥା

କୋରୋନା ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ରାଉରକେଲା ଷ୍ଟେସନରେ ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବ୍ୟବସ୍ଥା । ଅଧିକ ପଢନ୍ତୁ...

author img

By

Published : May 17, 2021, 8:46 AM IST

ଭାଙ୍ଗିବ କୋରୋନା ସଂକ୍ରମଣର ଚେନ୍,  ରାଉରକେଲା ଷ୍ଟେସନରେ ଯାତ୍ରୀଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା

ସୁନ୍ଦରଗଡ: କୋଭିଡ ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ରାଉରକେଲା ଷ୍ଟେସନରେ ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଉଛି । ବାହାର ରାଜ୍ୟରୁ ଆସି ଓହ୍ଲାଉଥିବା ପ୍ରତ୍ୟେକ ଯାତ୍ରୀଙ୍କର ପଞ୍ଜୀକରଣ କରାଯିବା ସହ ଥର୍ମାଲ ସ୍କ୍ରିନିଂ କରାଯାଉଛି । ତା’ ସହିତ ଆରଟିପିସିଆର ନେଗେଟିଭ୍ ରିପୋର୍ଟ କିମ୍ବା ଡବଲ ଡୋଜ୍ ଟିକା ସାର୍ଟିଫିକେଟ ଯାଞ୍ଚ କରାଯାଉଛି । ଯେଉଁ ଯାତ୍ରୀଙ୍କ ପାଖରେ କିଛି ଲକ୍ଷଣ ଦେଖାଦେଉଛି ସେମାନଙ୍କର ଆଣ୍ଟିଜେନ ପରୀକ୍ଷା କରି ରିପୋର୍ଟ ଅନୁଯାୟୀ ତୁରନ୍ତ ପଦକ୍ଷେପ ନିଆଯାଉଛି ।

ରାଉରକେଲାକୁ ବାହାର ରାଜ୍ୟରୁ କିପରି କରୋନା ସଂକ୍ରମଣ ନଆସେ ସେଥିପ୍ରତି ରେଲୱେ ଷ୍ଟେସନ ଉପରେ ବିଶେଷ ନଜର ରଖାଯାଇଛି । କୋଭିଡ ସତର୍କତା ଦୃଷ୍ଟିରୁ ଏହି ଯାତ୍ରୀମାନଙ୍କର ସ୍କ୍ରିନିଂ ଓ ଆବଶ୍ୟକ ସ୍ଥଳେ ଟେଷ୍ଟିଂ କରାଯାଉଛି । ଯେଉଁମାନଙ୍କର ଟେଷ୍ଟିଂ ରିପୋର୍ଟ ପଜିଟିଭ ଆସୁଛି ସେମାନଙ୍କୁ ସହରରେ ଥିବା କୋଭିଡ କେୟାର ସେଣ୍ଟର କିମ୍ବା ଟିଏମସିରେ ଆଇସୋଲେସନରେ ରଖାଯାଉଛି । ରାଉରକେଲା ମହାନଗର ନିଗମ ଏବଂ ରେଳବାଇ ପୋଲିସ ସହଯୋଗରେ ଏହି ୨୪ ଘଣ୍ଟିଆ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଥିବା କହିଛନ୍ତି ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା । ମଧ୍ୟପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, କେରଳ, ପଞ୍ଜାବ, ଗୁଜୁରାଟ, ପଶ୍ଚିମବଙ୍ଗ, ବିହାର ଓ ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରୁ ଟ୍ରେନରେ ଆସୁଥିବା ଯାତ୍ରୀମାନଙ୍କ ଉପରେ ପ୍ରଶାସନ ନଜର ରଖିଛି ।

ସିଭିଲ ଡିଫେନ୍ସ ଟିମ୍ ସହ ରେଲୱେ, ବ୍ଲକ କର୍ମଚାରୀ ଏବଂ ଆଇସିଡିଏସର କର୍ମୀମାନେ ଏହି ଯାଞ୍ଚ ପ୍ରକ୍ରିୟାରେ ସହଯୋଗ କରୁଛନ୍ତି । ଆରଜିଏଚର ସ୍ବାସ୍ଥ୍ୟ କର୍ମୀ ଉପସ୍ଥିତ ରହି ଆଣ୍ଟିଜେନ ପରୀକ୍ଷା କରୁଛନ୍ତି । ଷ୍ଟେସନରେ ସାମାଜିକ ଦୂରତା ରକ୍ଷା କରିବା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି । ଟିକେଟ କାଉଣ୍ଟର, ଯାତ୍ରୀଙ୍କ ପ୍ରତୀକ୍ଷା ସ୍ଥାନ ଏବଂ ପ୍ଲାଟଫର୍ମରେ ଏହି ନିୟମ ଭଲ ଭାବେ ପାଳନ କରାଯାଉଛି । ପ୍ରଶାସନର ଏଭଳି ପଦକ୍ଷେପକୁ ବାହାରୁ ଆସୁଥିବା ଯାତ୍ରୀମାନେ ପ୍ରଶଂସା କରିଛନ୍ତି । ଯେଉଁ ଯାତ୍ରୀମାନେ ଆରଟିପିସିଆର ରିପୋର୍ଟ ବା ଟିକା ସାର୍ଟିଫିକେଟ ଦେଖାଉଛନ୍ତି ସେମାନଙ୍କୁ ୧୪ ଦିନିଆ ହୋମ୍ ଆଇସୋଲେସନ ପାଇଁ ପରାମର୍ଶ ଦିଆଯାଉଛି । ଷ୍ଟେସନରେ କରାଯାଉଥିବା ଆଣ୍ଟିଜେନ୍ ଟେଷ୍ଟିଂ ବେଳେ ଯେଉଁମାନଙ୍କର ନେଗେଟିଭ ରିପୋର୍ଟ ଆସୁଛି ସେମାନଙ୍କୁ ମଧ୍ୟ ହୋମ୍ ଆଇସୋଲେସନ ନିୟମ ପାଳନ କରିବାକୁ କୁହାଯାଉଛି । ସଂପୃକ୍ତ ବ୍ୟକ୍ତିମାନେ ଏହି ନିୟମ ପାଳୁଛନ୍ତି କି ନାହିଁ ତାହା ତଦାରଖ କରିବା ପାଇଁ ସ୍ଥାନୀୟ ରାପିଡ ରେସପନ୍ସ ଟିମ୍ ବା ଆରଆରଟିକୁ ଦାୟିତ୍ବ ଦେଇଛି ପ୍ରଶାସନ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.