ସୁନ୍ଦରଗଡ: ଜିଲ୍ଲାରେ ଗତକାଲି ଠାରୁ ଗଣଶିକ୍ଷା ମନ୍ତ୍ରୀ ଡେରା ପକାଇଛନ୍ତି। ସ୍କୁଲ କାର୍ଯ୍ୟକ୍ରମ,ପାଠ୍ୟ ଖସଡା,ପାଠ ପଢା ରେ ସରଳୀ କରଣ , ଉପସ୍ଥାନ ଓ ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସହିତ ସଂପର୍କର ପୂର୍ଣ୍ଣ ସମୀକ୍ଷା କରୁଛନ୍ତି ।
ଗତକାଲି ରାଉକେଲା ଉଦିତ ନଗରରେ ଶିକ୍ଷା ମନ୍ତ୍ରୀ ଭିଡିଓ କନଫରେନସିଂ ମାଧ୍ୟମରେ ରାଜ୍ୟର 8000 ସ୍କୁଲର ଦଶମ ଶ୍ରେଣୀ ଛାତ୍ର-ଛାତ୍ରୀଙ୍କ ଅଭିଭାବକ ମାନଙ୍କ ସହିତ ସିଧା ସଳଖ ଆଲୋଚନା କରିଥିଲେ। ଏହା ପରେ ଉଦିତ ନଗର ଓ ପାନପୋଷ ପରି କେତେକ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରିଥିଲେ ।
ତେବେ ଆଜି ମନ୍ତ୍ରୀ ସୁନ୍ଦରଗଡ ଶିକ୍ଷା ଜିଲ୍ଲାର କରମଡିହି ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ସମୀକ୍ଷା କରିଛନ୍ତି । କରମଡିହି ପରେ ମନ୍ତ୍ରୀ କେତେକ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରିବେ ବୋଲି ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି। ବିଦ୍ୟାଳୟ ମାନଙ୍କର ଭିତ୍ତିଭୂମି , ଶିକ୍ଷକ-ଶିକ୍ଷିକାଙ୍କ ସଂଖ୍ୟା ସହ ପାଠ୍ୟକ୍ରମରେ ରହୁଥିବା ଅସୁବିଧା ସଂପର୍କରେ ସମୀକ୍ଷା କରିବେ ବୋଲି ଜଣାପଡିଛି ।
କରୋନା ମହାମାରି ପାଇଁ ପାଠ୍ୟ ବ୍ୟବସ୍ଥାରେ ବେଶ କିଛି ପରିବର୍ତ୍ତନ କରାଯାଇଥିବା କଥା ଶିକ୍ଷା ମନ୍ତ୍ରୀ କହିଛନ୍ତି । ଏପରିକି ଶିକ୍ଷା ବ୍ୟବସ୍ଥାକୁ ଚଳ ଚଞ୍ଚଳ କରିବା ଓ ସାମଗ୍ରିକ ଭାବେ ଶିକ୍ଷାର ଉନ୍ନତ୍ତି ନେଇ ରାଜ୍ୟ ସରକାର ସମସ୍ତ ଉଦ୍ୟମ ଜାରି ରଖିଥିବା କଥା ଗଣ ଶିକ୍ଷା ମନ୍ତ୍ରୀ କହିଛନ୍ତି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ