ETV Bharat / state

ଇସ୍ପାତ ନଗରୀରେ ଇଟ ରାଇଟ ଷ୍ଟ୍ରିଟ୍ ଫୁଡ୍ ମେଳା, ସ୍ବାସ୍ଥ୍ୟକର ଖାଦ୍ୟ ନେଇ ସଚେତନ ହେବେ ଲୋକେ - ରାଉରକେଲାରେ ହକି ବିଶ୍ବକପ୍

ହକି ବିଶ୍ବକପ୍ ପୂର୍ବରୁ ରାଉରକେଲାରେ ଆୟୋଜିତ ହୋଇଛି ଇଟ‌ ରାଇଟ୍‌ ଷ୍ଟ୍ରିଟ୍‌ ଫୁଡ୍‌ ମେଳା । ଏଥିରେ ସ୍ବାସ୍ଥ୍ୟକର ଓ ସ୍ବଦେଶୀ ଖାଦ୍ୟ ନେଇ ସଚେତନ ହେବେ ଲୋକେ । ଅଧିକ ପଢନ୍ତୁ

ରାଉରକେଲାରେ ଇଟ ରାଇଟ ଷ୍ଟ୍ରିଟ୍ ଫୁଡ୍ ମେଳାଳା
ରାଉରକେଲାରେ ଇଟ ରାଇଟ ଷ୍ଟ୍ରିଟ୍ ଫୁଡ୍ ମେଳା
author img

By

Published : Dec 25, 2022, 12:16 PM IST

ରାଉରକେଲାରେ ଇଟ ରାଇଟ ଷ୍ଟ୍ରିଟ୍ ଫୁଡ୍ ମେଳା

ରାଉରକେଲା: ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ପାଳନ ତଥା ସ୍ବାସ୍ଥ୍ୟକର ଓ ସ୍ବଦେଶୀ ଖାଦ୍ୟ ନେଇ ଲୋକଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଉରକେଲାରେ ଇଟ‌ ରାଇଟ୍‌ ଷ୍ଟ୍ରିଟ‌ ଫୁଡ୍‌ ମେଳା(Eat Right Street Food Mela) ଆୟୋଜିତ ହୋଇଛି । ହକି ବିଶ୍ୱକପ ଆୟୋଜନ ପୂର୍ବରୁ ସହରରେ ଏକ ଉତ୍ସବର ମାହୋଲ ସୃଷ୍ଟି କରିବା ପାଇଁ ରାଉରକେଲା ମହାନଗର ନିଗମ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛି । ଏହି ପରିପ୍ରେକ୍ଷୀରେ ରାଉରକେଲା ମହାନଗର ନିଗମ ତଥା ସ୍ମାର୍ଟସିଟି ରାଉରକେଲାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଇଟ ରାଇଟ ମେଳାକୁ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ରାଉରକେଲା ମହାନଗର ନିଗମ ଆୟୁକ୍ତ ତଥା ସ୍ମାର୍ଟସିଟି ସିଇଓ ଡ. ଶୁଭଙ୍କର ମହାପାତ୍ର, ସ୍ମାର୍ଟିସିଟି ସ୍ବତନ୍ତ୍ର ନିର୍ଦ୍ଦେଶକ କଲ୍ୟାଣୀ ମିଶ୍ର, ଅରୁଣ ତିବେରଓ୍ବାଲ ମିଳିତ ଭାବେ ଉଦ‌ଘାଟନ କରିଥିଲେ ।

ଡିସେମ୍ବର ୨୩ରୁ ଆରମ୍ଭ ହୋଇଥିବା ଏହି ମେଳା ଆଜି ଉଦଯାପନ ହେବ । ଆଗାମୀ ହକି ବିଶ୍ବକପ‌ ପରିପ୍ରେକ୍ଷୀରେ ରାଉରକେଲାରେ ବିକାଶ କାର୍ଯ୍ୟ ସଠିକ୍‌ ଭାବେ ଚାଲିଛି । ସରକାରୀ ଅର୍ଥ ସଠିକ୍‌ ଭାବେ ବିନିଯୋଗ ହେଉଛି । ରାଉରକେଲାବାସୀ ମଧ୍ୟ ବିଶ୍ବକପର ସଫଳ ଆୟୋଜନ ନେଇ ସହଯୋଗ କରିବେ । ଅତିଥିଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ସହ ହକି ବିଶ୍ବକପ‌କୁ ଅତ୍ୟନ୍ତ ଉଲ୍ଲାସର ସହ ସ୍ବାଗତ କରିବେ ବୋଲି ମଞ୍ଚାସୀନ ଅତିଥିମାନେ ଆଶା ବ୍ୟକ୍ତ କରିଛନ୍ତି । ଏହି ଅବସରରେ ନବ ନିର୍ମିତ ଡିଏଭି ଫୁଡ୍‌ କୋର୍ଟର ମଧ୍ୟ ଉଦଘାଟିତ ହୋଇଛି ।

ଆଜି ୨୫ ତାରିଖ ଯାଏଁ ଅନୁଷ୍ଠିତ ହେବାକୁ ଥିବା ଏହି ମେଳାରେ ମୋଟ ୪୦ଟି ଷ୍ଟଲ୍‌ ରହିଛି । ଓଡ଼ିଶା ମିଲେଟ୍‌ ମିଶନ ଓ ଏସ‌ଏଚ‌ଜି ମହିଳାଙ୍କ ଷ୍ଟଲ୍‌ ମଧ୍ୟ ଏଥିରେ ସାମିଲ ରହିଛି । ବିଭିନ୍ନ ଫୁଡ୍‌ ଷ୍ଟଲ ସହ ଜୁନିୟର ଓ ସିନିୟର ବର୍ଗରେ ନାଚ ଓ ଗୀତର ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଛି । ଆଜି ଉଦ‌ଯାପନୀ ସନ୍ଧ୍ୟାରେ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଓ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ ।

ଏହାମଧ୍ୟ ପଢନ୍ତୁ: ଚାକିରିରୁ ଛଟେଇ ପ୍ରତିବାଦରେ କର୍ମଚାରୀଙ୍କ ଧାରଣା

ପ୍ରକାଶଥାଉ କି, ଆସନ୍ତାବର୍ଷ ଜାନୁଆରୀ ୧୩ରୁ ଆରମ୍ଭ ହେବ ହକି ମହାକୁମ୍ଭ(Hockey World Cup) । ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟୟରେ ପହଞ୍ଚିଛି । ହକି ବିଶ୍ବକପ୍ ପାଇଁ ସାରା ରାଜ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ଏହି ବିଶ୍ବକପ୍‌ରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ଭୁବନେଶ୍ବର ଓ ରାଉରକେଲାରେ ହେବ ମ୍ୟାଚ୍ । ମୋଟ ୧୬ଟି ଟିମ ଏହି ସଂସ୍କରଣର ବିଶ୍ବକପରେ ଅଂଶଗ୍ରହଣ କରିବାକୁ ଥିବାବେଳେ ଆୟୋଜକ ଭାରତ ପୁଲ୍‌ D'ରେ ସ୍ଥାନ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେପ୍ଚେମ୍ବର ୮ ତାରିଖରେ ଭାରତୀୟ ହକି ଟିମର ପୁଲ୍‌ ନାମ ଘୋଷଣା କରିଥିଲେ । ପୁଲ୍‌ D'ରେ ଟିମ ଇଣ୍ଡିଆ ସହ ଇଂଲଣ୍ଡ, ସ୍ପେନ୍‌ ଓ ୱେଲ୍ସ ରହିଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.