ETV Bharat / state

ମହାମାୟାଙ୍କ ମହାନବମୀ, ଉତ୍ସବମୁଖର ଷ୍ଟିଲ ସିଟି - ରାଉରକେଲାରେ ମହାନବମୀରେ ଉତ୍ସବ

ଦୁର୍ଗତିନାଶିନୀ ମା' ଦୁର୍ଗାଙ୍କ ଭବ୍ୟ ପୂଜାର୍ଚ୍ଚନା ଜାରି ରହିଛି । ଧରାପୃଷ୍ଠରେ ଅବତରଣ କରିଛନ୍ତି ମା' ଜଗଧାତ୍ରୀ । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ରାଉରକେଲା ସହର । ଅଧିକ ପଢ଼ନ୍ତୁ

ମହାନବମୀରେ ଉତ୍ସବମୁଖର ରାଉରକେଲା ସହର
ମହାନବମୀରେ ଉତ୍ସବମୁଖର ରାଉରକେଲା ସହର
author img

By ETV Bharat Odisha Team

Published : Oct 23, 2023, 4:18 PM IST

ମହାନବମୀରେ ଉତ୍ସବମୁଖର ରାଉରକେଲା ସହର

ରାଉରକେଲା: ଦୁର୍ଗତିନାଶିନୀ ମା' ଦୁର୍ଗାଙ୍କ ଭବ୍ୟ ପୂଜାର୍ଚ୍ଚନା ଜାରି ରହିଛି । ଧରାପୃଷ୍ଠରେ ଅବତରଣ କରିଛନ୍ତି ମା' ଜଗଧାତ୍ରୀ । ଗାଁଠୁ ସହର ସବୁଠାରେ ଉତ୍ସବମୁଖର ପରିବେଶ । ମା'ଙ୍କ ଆଗମନରେ ଭକ୍ତିମୟ ହୋଇ ଉଠିଛି ପୃଥିବୀ । ମଣ୍ଡପରେ ମା'ଙ୍କ ଆଶୀର୍ବାଦ ନେବାକୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ରାଉରକେଲା ସହର । ଆଜି ମା'ଙ୍କ ଶକ୍ତି ପୀଠରେ ଦଶହରା ଏବଂ ମଣ୍ଡପରେ ମହା ଆଡ଼ମ୍ବରରେ ମା'ଙ୍କ ମହାନବମୀ ପୂଜା ଅନୁଷ୍ଠିତ ହେଉଛି । ଗତକାଲି ସନ୍ଧିପୂଜା ପରେ ଆଜି ମହା ନବମୀରେ ରୀତିନୀତି ଓ ବିଧି ମତେ ମା'ଙ୍କ ପୂଜାର୍ଚ୍ଚନା କରାଯାଉଛି । ୯ ଦିନ ବ୍ୟାପୀ ପାଳିତ ହେଉଥିବା ନବରାତ୍ରୀର ଆଜି ହେଉଛି ଅନ୍ତିମ ଦିନ । ଆସନ୍ତାକାଲି ମଣ୍ଡପରେ ମା'ଙ୍କ ଦଶମୀ ପୂଜା ଅନୁଷ୍ଠିତ ହେବ ।

ନବମୀ ତିଥିରେ ରାଉରକେଲାର ବିଭିନ୍ନ ସ୍ଥାନରେ ପାରମ୍ପରିକ ସିନ୍ଦୁର ଖେଳ, କନ୍ୟା ପୂଜନ ଏବଂ ଗୋ ପୂଜା, ଭୂମି ପୂଜା ସହ ଅନ୍ୟାନ୍ୟ ବିଧିବିଧାନ ପାଳନ କରାଯାଉଛି । ତେବେ ସହରର ସେକ୍ଟର ୭ରେ ମଧ୍ୟ ବଡ଼ ଧୁମଧାମରେ ପାଳନ ହେଉଛି ମା' ଦୁର୍ଗାଙ୍କ ମହାନବମୀ ପୂଜା । ଆକର୍ଷଣୀୟ ତୋରଣ ସାଙ୍ଗକୁ ଆଖି ଝଲସିଲା ଭଳି ମେଢ଼ ଦେଖିବାକୁ ଦର୍ଶକଙ୍କ ବେଶ ଭିଡ଼ ଜମୁଛି । ଏହାରି ଭିତରେ ଆକର୍ଷିତ କରୁଛି ମା' ଦୁର୍ଗା, ମହିଷାସୁର ଏବଂ ପାର୍ଶ୍ବ ଦେବାଦେବୀଙ୍କ ଆକର୍ଷଣୀୟ ମୂର୍ତ୍ତି । ଭକ୍ତମାନେ ଦୁର୍ଗାପୂଜାରେ ମା'ଙ୍କ ମୃଣ୍ମୟୀ ପ୍ରତିମାକୁ ଦର୍ଶନ କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ବଲାଙ୍ଗୀରରେ ମୁଖ୍ୟ ଆକର୍ଷଣ ଚାରିଧାମ ତୋରଣ, ମଣ୍ଡପରେ ଜମୁଛି ଭକ୍ତଙ୍କ ଗହଳି

ବିଭିନ୍ନ ବୟସର ଶ୍ରଦ୍ଧାଳୁମାନେ ମା' ଦୁର୍ଗାଙ୍କ ଆଶୀର୍ବାଦ ନେବା ସହ ପୂଜାର୍ଚ୍ଚନା କରୁଛନ୍ତି । କିଭଳି ଭକ୍ତମାନେ ଭଲରେ ମା'ଙ୍କୁ ଦର୍ଶନ କରିପାରିବେ ସେନେଇ ପୂଜା କମିଟି ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏହାସହ ଶ୍ରଦ୍ଧାଳୁଙ୍କ ସମାଗମକୁ ଦେଖି ରାଉରକେଲାରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ପୂଜା ସରୁଖୁରରେ ତୁଲାଇବା ନେଇ ରାଉରକେଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ସମ୍ପୂର୍ଣ୍ଣ ପେଣ୍ଡାଲ ଗୁଡିକରେ 24 ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ମୋଟ 304 ହୋମଗାର୍ଡ ମଧ୍ୟ ଏହି ପୂଜାକୁ ଜଗିବେ । ସୁରୁଖୁରୁରେ ପୂଜା ନେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛି ପୋଲିସ।

ଏହା ମଧ୍ୟ ପଢ଼ନ୍ତୁ....ମା' ଡୁକରୀବୁଢୀଙ୍କ ବୁଏଲ ଯାତ୍ରା ସମ୍ପନ୍ନ, ଲୁହା କଣ୍ଟା ନିର୍ମିତ ଦୋଳିରେ ଶକ୍ତି ପ୍ରଦର୍ଶନ

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.