ETV Bharat / state

ନାମିଦାମୀ ବ୍ରାଣ୍ଡରେ ଚାଲିଥିଲା ନକଲି ମଦ ବିକ୍ରି, ବିପୁଳ ମଦ ଜବତ

author img

By

Published : Feb 9, 2023, 1:11 PM IST

ବିଶ୍ରା ଥାନା ଅଞ୍ଚଳରେ ଚଢାଉ କରି ଏକ ଘରୁ ୫୪୭ ଲିଟର ନକଲି ଜବତ କଲା ରାଉରକେଲା ଅବକାରୀ ବିଭାଗ। ଅଧିକ ପଢନ୍ତୁ

liquor seized from bisra police station area

ରାଉରକେଲା: ବିଶ୍ରା ଥାନା ଅଞ୍ଚଳରେ ବଢ଼ିବାରେ ଲାଗିଛି ନକଲି ମଦ ବେପାର । ଯାହାକୁ ନେଇ ଆକ୍ସନ ମୋଡରେ ରାଉରକେଲା ଅବକାରୀ ବିଭାଗ । ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ମଦ ଜବତ କରାଯାଉଛି । ପୁଣି ଜଣେ ମଦ ବେପାରୀକୁ ଗିରଫ କରି ନକଲି ମଦ ଜବତ କରିଛି ରାଉରକେଲା ଅବକାରୀ ବିଭାଗ । ଘର ଭିତରେ ଗଚ୍ଛିତ ଥିବା ପ୍ରାୟ ୫୪୭ ଲିଟର ନକଲି ଜବତ କରାଯାଇଛି । ନକଲି ମଦର ଆନୁମାନିକ ମୂଲ୍ୟ ତିନି ଲକ୍ଷ ପଚାଶ ହଜାର ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତ ଜଣକ ହେଉଛନ୍ତି ବିଶ୍ରା ଥାନା ଅଞ୍ଚଳର ଲକ୍ଷ୍ମଣ ମୁଣ୍ଡାରୀ ।

ମିଳିଥିବା ସୂଚନା ଅନୁଯାୟୀ, ଅବକାରୀ ବିଭାଗ ରାଉରକେଲା ଉପକଣ୍ଠ ବିଶ୍ରା ଥାନା ଲିନ୍ଦ୍ରା ଗ୍ରାମର ଏକ ଘରେ ବିପୁଳ ପରିମାଣର ନକଲି ମଦ ଥିବା ନେଇ ବିଶେଷ ସୁତ୍ରରୁ ସୂଚନା ପାଇଥିଲା । ଏହାପରେ ଅତର୍କିତ ଭାବରେ ଚଢ଼ାଉ କରି ନାମିଦାମୀ ବ୍ରାଣ୍ଡର ନକଲୀ ବିଦେଶୀ ମଦ, ଲେବୁଲ, ଇଏଲ, ଖାଲି ବୋତଲ, ଠିପି, ନକଲି ମଦ ପ୍ରସ୍ତୁତ ପାଇଁ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଥିଲା । ଅରୁଣାଚଳ ପ୍ରଦେଶରୁ ବିଦେଶୀ ମଦକୁ ଝାରଖଣ୍ଡ ରାଜ୍ୟରୁ ଚୋରାରେ ଆଣି ଚାଲିଥିବା ବେପାର । ସେଥିରେ ସ୍ପିରିଟ ସହ ରଙ୍ଗ ମିଶାଇ ବୋତଲରେ ଭର୍ତି କରି ପ୍ରସ୍ତୁତ କରାଯାଉଥିଲା ନକଲି ବିଦେଶୀ ମଦ । ଏହାକୁ ହୋଟେଲ ସହ ଢ଼ାବା ଗୁଡକୁ ସପ୍ଲାଇ କରାଯାଉଥିଲା । ଯାହାକୁ ପାନ କରୁଥିଲେ ଲୋକେ । ଏନେଇ ରାଉରକେଲା ଅବକାରୀ ବିଭାଗ ଖବର ପାଇ ଚଢାଉ କରିବା ପରେ ନକଲି ବିଦେଶୀ ମଦ ସହ ଷ୍ଟିକର, ଠିପି ସହ ଗୋଟିଏ କାର ଜବତ କରିଛି ।

ବିଶ୍ରା ଥାନା ଅଞ୍ଚଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି ନକଲି ମଦ ବେପାର। ଘରେ ଭିତରେ ଚାଲିଛି ମଦ କାରବାର। ନକଲି ମଦ ତିଆରି କରି ମାର୍କେଟକୁ ସପ୍ଲାଇ କରାଯାଉଛି । ବାହାର ରାଜ୍ୟର ମଦକୁ ଆଣି ଏଗୁଡିକୁ ଓଡିଶାରେ ବିକ୍ରୟ କରୁଛନ୍ତି । ଯାହାକୁ ନେଇ ଚଢାଉ ଜାରି ରଖିଛି ଅବକାରୀ ବିଭାଗ ।

ଗତବର୍ଷ ଡିସେମ୍ବର ମାସରେ ବ୍ରହ୍ମପୁର ଦିଗପହଣ୍ଡି ରାସ୍ତାରେ ବିପୁଳ ପରିମାଣର ନକଲି ମଦ କାରବାର ହେଉଥିବା ଖବର ପାଇଥିଲା ଅବକାରୀ ବିଭାଗ । ଏହାପରେ ମଦ ମାଫିଆଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା । ସଦର ଅଧିକାରୀ ଅର୍ଜୁନ ମଲ୍ଲିକ ଏବଂ ତାଙ୍କ ଟିମ ଡେଙ୍ଗାପଦର ନିକଟରେ ଗାଡି ଯାଞ୍ଚ କରୁଥିବା ସମୟରେ ଜଣେ ବ୍ୟବସାୟୀ ମହିନ୍ଦ୍ରା ପିକଅପ୍ ଭ୍ୟାନ ଯୋଗେ ରାସନ ସାମଗ୍ରୀ ମଧ୍ୟରେ ଦୁଇ କାର୍ଟୁନ ବୋଝେଇ କରି ନକଲି ବିଦେଶୀ ମଦ ବିକ୍ରି କରିବାକୁ ନେଉଥିଲେ । ସନ୍ଦେହ କରି ଗାଡ଼ି ଯାଞ୍ଚ କରିବା ପରେ ମଦ ଜବତ କରିଥିଲା ଅବକାରୀ ବିଭାଗ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.