ETV Bharat / state

ଘରେ ଚାଲିଥିଲା ନକଲି ମଦ ତିଆରି, ମାଡି ବସିଲା ଅବକାରୀ ବିଭାଗ

author img

By

Published : Dec 26, 2022, 12:46 PM IST

ରାଉରକେଲାରେ ଏକ ଘରେ ନକଲି ମଦ ବେପାର ଚାଲିଥିବା ବେଳେ ମାଡି ବସିଲା ଅବକାରୀ ବିଭାଗ। ଜଣେ ଯୁବକ ଗିରଫ ହୋଇଥିବା ବେଳେ ଜଣେ ଫେରାର ହୋଇଯାଇଥିବା ସୂଚନା। ରାଉରକେଲା ସେକ୍ଟର ୧୫ ଥାନା ଅଞ୍ଚଳର ଘଟଣା। ଅଧିକ ପଢନ୍ତୁ

ରାଉରକେଲା ନକଲି ମଦ କାରବାର
ରାଉରକେଲା ନକଲି ମଦ କାରବାର
ରାଉରକେଲା ନକଲି ମଦ କାରବାର

ରାଉରକେଲା: ସହରରେ ଅବକାରୀ ବିଭାଗ ଚଢ଼ାଉ । ନକଲି ବିଦେଶୀ ମଦ ତିଆରି କରୁଥିବା ବେଳେ ମାଡି ବସିଲା ରାଉର କେଲା ଅବକାରୀ ବିଭାଗ(excise department raid in Rourkela) । ଝାଡ଼ଖଣ୍ଡରୁ ଚୋରାରେ ମଦ ଆଣି ଏହାକୁ ଭେଜାଲ କରି ନକଲି ମଦ ତିଆରି କରି ଓଡ଼ିଶାରେ ବିକ୍ରି ହେଉଥିବା ବୋତଲରେ ଭର୍ତ୍ତି କରାଯାଇ ରାଉରକେଲା ସହରର ବିଭିନ୍ନ ସ୍ଥାନକୁ ସପ୍ଲାଇ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା ।

ସୂଚନାଅନୁସାରେ, ବିଭିନ୍ନ ଢ଼ାବା ଏବଂ ହୋଟେଲକୁ ଏହି ନକଲି ମଦ ସପ୍ଲାଇ କରାଯାଉଥିଲା । ରାଉରକେଲା ଅବକାରୀ ବିଭାଗର ଚଢ଼ାଉରେ ପାଖାପାଖି ୪୦ ଲିଟର ନକଲି ବିଦେଶୀ ମଦ ଜବତ କରାଯାଇଛି। ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଉ ଜଣେ ଫେରାର ହୋଇଯାଇଥିବା ନେଇ ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ: CM to Review Covid Situation: ମୁଣ୍ଡ ଟେକୁଛି ସଂକ୍ରମଣ, ମଙ୍ଗଳବାର ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ରାଉରକେଲା ଅବକାରୀ ବିଭାଗର ସେକ୍ଟର ୧୫ ଥାନା ଅଞ୍ଚଳର ସେକ୍ଟର ୧୬ ଜଗନ୍ନାଥପାଲି ବସ୍ତିରେ ଚଢାଉ କରିଥିଲା । ତେବେ ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ଏହି ନକଲି ମଦ ଝାଡ଼ଖଣ୍ଡ ଅଞ୍ଚଳରରୁ ଚୋରାରେ ଆଣି ଜଗନ୍ନାଥ ପାଲି ବସ୍ତିରେ ଦେଶୀ ମଦକୁ ନାମୀଦାମି ବିଦେଶୀ ଷ୍ଟିକର ମାରି ବିଦେଶୀ ମଦ ହିସାବରେ ସପ୍ଲାଏ କରାଯାଉଥିଲା। ଏହି ଚଢ଼ାଉରେ ବେଆଇନ ମଦ କାରବାରରେ ଲିପ୍ତ ଥିବା ଜଣେ ଅଭିଯୁକ୍ତକୁ ଗିରଫ କରିବା ସମେତ ଗୋଟିଏ ବାଇକ୍ ଜବତ କରାଯାଇଛି । ଗିରଫ ଜଣକ ହେଉଛନ୍ତି ଜଗନ୍ନାଥ ପାଲି ବସ୍ତିର ଉଦିତ ବେହେରା ଏବଂ ଫେରାର ଅଭିଯୁକ୍ତ ଜଣକ ସେକ୍ଟର 19 ଅଞ୍ଚଳର ଦୀପକ ଗୌଡ଼। ଜବତ ହୋଇଥିବା ମଦର ମୂଲ୍ୟ ୭୦ ହଜାର ହେବ ବୋଲି ଆକଳନ କରାଯାଉଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.