ETV Bharat / state

ରାଉରକେଲାରେ ଉଦଘାଟନ ହେଲା ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌

author img

By

Published : Dec 21, 2022, 9:30 PM IST

ଭିଡ଼ିଓ କନ୍‌ଫରେନସିଂ ଯୋଗେ ରାଉରକେଲା ସହରରେ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ୧୯ଟି ସହରାଞ୍ଚଳର ବିଭିନ୍ନ ୱାର୍ଡରେ ଏହି ସେବା ଆରମ୍ଭ । ଅଧିକ ପଢନ୍ତୁ

ରାଉରକେଲାରେ ଡ୍ରିଙ୍କ ଫ୍ରମ ଟ୍ୟାପ ଉଦଘାଟନୀ ଉତ୍ସବ

ରାଉରକେଲା ସହରରେ ଉଦଘାଟନ ହେଲା ଡ୍ରିଙ୍କ ଫ୍ରମ ଟ୍ୟାପ

ରାଉରକେଲା: ଉଦଘାଟିତ ହୋଇଛି ରାଉରକେଲା ସହରରେ ୨୪ ଘଣ୍ଟିଆ ଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୧୯ଟି ସହରାଞ୍ଚଳର ବିଭିନ୍ନ ୱାର୍ଡରେ ଏହି ସେବା ଆରମ୍ଭ ହୋଇଛି । ଏହାକୁ ଭିିଡିଓ କନ୍‌ଫରେନସିଂ ଲୋକସେବା ଭବନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି ।

ପିଇବା ପାଣିକୁ ସଂଗ୍ରହ କରି ରଖିବା ଦରକାର ନାହିଁ, କିମ୍ବା ଫିଲଟର୍‌ କରିବା ମଧ୍ୟ ଆବଶ୍ୟକ ନାହିଁ । ଏନେଇ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ଯୋଜନା (drink from tap) ରାଉରକେଲା ଜଗଦା ୩୬ ନମ୍ବର ୱାର୍ଡରେ ଆଜି(ବୁଧବାର) ଶୁଦ୍ଧ ପାନୀୟ ଜଳ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ଉଦଘାଟନ ହୋଇଛି । ଓଡ଼ିଶାର ଏକମାତ୍ର ରାଜ୍ୟ ଭାବେ ୧୧୪ଟି ସହରରୁ ୮୫ଟି ସହରରେ ଶତ ପ୍ରତିଶତ ପାଇପ ଜଳଯୋଗାଣର ବ୍ୟବସ୍ଥା କରିଛି । ଏବେ ୧୯ଟି ସହର ଏହି ପ୍ରକଳ୍ପରେ ଉପକୃତ ହେଉଥିବା ବେଳେ ଅନ୍ୟ ୩ଟି ସହରରେ କାର୍ଯ୍ୟାରମ୍ଭ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ରାଜ୍ୟ ସରକାରଙ୍କ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‍ ଯୋଜନାରେ ବିଶୁଦ୍ଧ ଉଚ୍ଚ ମାନର ୨୪ ଘଣ୍ଟିଆ ଜଳ ଯୋଗାଇ ଦିଆଯାଉଛି ।

ସେହିପରି ରାଉରକେଲା ସହରରେ ମଧ୍ୟ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ଯୋଗାଇ ଦିଆଯିବ । ରାଉରକେଲା ସହରର ୱାର୍ଡ ନମ୍ଵର ୧, ୨, ୩ ଓ ୩୬ ରେ ବସବାସ କରୁଥିବା ୨୦ ହଜାର ଜନସାଧାରଣ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ସୁବିଧା ପାଇବେ । କେବଳ ରାଉରକେଲା ସହର ନୁହେଁ ବୀରମିତ୍ରପୁର, ରାଜଗାଙ୍ଗପୁର, ସୁନ୍ଦରଗଡ଼ ସହରରେ ମଧ୍ୟ ୨୪ ଘଣ୍ଟା ଶୁଦ୍ଧ ପାନୀୟ ଜଳ କାର୍ଯ୍ୟକ୍ରମ ଉଦଘାଟନ କରାଯାଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.