ETV Bharat / state

ସୁନ୍ଦରଗଡ ଗୋପବନ୍ଧୁ ଷ୍ଟାଡିୟମରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

author img

By

Published : Nov 12, 2021, 7:44 PM IST

Updated : Nov 12, 2021, 8:25 PM IST

ସ୍ଥାନୀୟ ଗୋପବନ୍ଧୁ ଷ୍ଟାଡିୟମରେ ଆରମ୍ଭ ହୋଇଛି ତ୍ରିଦିବସୀୟ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ । ଗୋପବନ୍ଧୁ ଫୁଟବଲ କମିଟି ସେବଟିବାହାଲ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିଛି । ଅଧିକ ପଢନ୍ତୁ...

district level football tournament inaugurated at Gopabandhu stadium sundergarh
ସୁନ୍ଦରଗଡ ଗୋପବନ୍ଧୁ ଷ୍ଟାଡିୟମରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ସୁନ୍ଦରଗଡ: ସ୍ଥାନୀୟ ଗୋପବନ୍ଧୁ ଷ୍ଟାଡିୟମରେ ଆରମ୍ଭ ହୋଇଛି ତ୍ରିଦିବସୀୟ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ । ଗୋପବନ୍ଧୁ ଫୁଟବଲ କମିଟି ସେବଟି ବାହାଲ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିଛି । ଏହି ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ସୁନ୍ଦରଗଡ ଉପ ଜିଲ୍ଲାପାଳ ଅଭିମନ୍ୟୁ ବେହେରା ଉଦ୍‌ଘାଟନ କରିଛନ୍ତି ।

ପ୍ରତିଯୋଗିତାରେ ଜିଲ୍ଲା ତଥା ଜିଲ୍ଲା ବାହାରର ପ୍ରାୟ 16ଟି ଟିମ ଅଂଶଗ୍ରହଣ କରିଛନ୍ତି । ସମସ୍ତ ମ୍ୟାଚ୍‌ ଗୋପବନ୍ଧୁ ଷ୍ଟାଡିୟମରେ ଖେଳାଯିବା ବୋଲି କହିଛନ୍ତି ଆୟୋଜକ କମିଟିର ସମ୍ପାଦକ ଦେବେନ୍ଦ୍ର କୁମାର ଖରସେଲ। ସବୁଠୁ ଖାସ୍‌ କଥା ହେଉଛି ନିଜ ଉଦ୍ୟମରେ ସେବଟିବାହାଲ ଗ୍ରାମବାସୀ ଏହି ଫୁଟବଲ ଫିଲ୍ଡ ବା ଗୋପବନ୍ଧୁ ଷ୍ଟାଡିୟମକୁ ନିଜ ଉଦ୍ୟମରେ ଉନ୍ନତି କରିଛନ୍ତି । କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇଥିବାରୁ ଉପଜିଲ୍ଲାପାଳ ସେବଟିବାହାଲ ଗ୍ରାମବାସୀ, ଗୋପବନ୍ଧୁ ଷ୍ଟାଡିୟମ କମିଟି ଓ ଖେଳାଳିଙ୍କୁ ପ୍ରଶଂସା କରିଥିଲେ ।

ଏହି ଟୁର୍ଣ୍ଣାମେଣ୍ଟ ତିନିଦିନ ଧରି ଚାଲିବାକୁ ଥିବାବେଳେ ଆଜି ପ୍ରଥମ ମ୍ୟାଚ୍‌ରେ ଜୁନିଅର ୟୁଭି କ୍ଲବ ଓ ସେବଟିବାହାଲ ଗୋପ ବନ୍ଧୁ କ୍ଲବ ମଧ୍ୟରେ ଖେଳା ଯାଇଥିଲା । ଏହି ମ୍ୟାଚ୍‌ ଅତ୍ୟନ୍ତ ଚିତାକର୍ଷକ ହୋଇଥିଲା । ତେବେ ପେନାଲଟି ଗୋଲ୍‌ରେ ଜୁନିଅର ୟୁଭି କ୍ଲବ 3-2 ରେ ବିଜୟୀ ହୋଇ ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛି । ଆସନ୍ତା 14 ତାରିଖରେ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହେବ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

Last Updated : Nov 12, 2021, 8:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.