ରାଉରକେଲା: କୋରୋନା ମହାମାରୀ ଯୋଗୁଁ ଶ୍ରମିକଙ୍କୁ ମିଳୁନି କାମ । ରାଉରକେଲା ମୁଖ୍ୟବଜାରରେ ଶହ ଶହ ଶ୍ରମିକ ସକାଳୁ ଏକତ୍ରିତ ହୋଇ ନିତିଦିନିଆ ସହରରେ ବିଭିନ୍ନ କାମ କରିଥାନ୍ତି । କିନ୍ତୁ କୋରୋନା ଯୋଗୁଁ ସେମାନେ ମଧ୍ୟ ବେରୋଜଗାର ହୋଇ ବସିଛନ୍ତି । ବର୍ତ୍ତମାନ ଶ୍ରମିକଙ୍କୁ ମିଳୁନି କାମ ।
ବୀରମିତ୍ରପୁର, ରାଜଗାଙ୍ଗପୁର ସହିତ ବିଭିନ୍ନ ସ୍ଥାନରୁ ଆସି ଥିବା ଶ୍ରମିକ ଏଠାରେ ଏକତ୍ରିତ ହୁଅନ୍ତି । କିନ୍ତୁ ଲକଡାଉନ ପରେ ପରିସ୍ଥିତି ଭିନ୍ନ ଦେଖିବାକୁ ମିଳୁଛି । ଟ୍ରେନ ତଥା ବସ ଚଳାଚଳ ବନ୍ଦ ରହି ଥିବାରୁ ବାହାର ଶ୍ରମିକ ଆସୁ ନ ଥିବାରୁ 500 ଶ୍ରମିକ ନ ଆସି ମାତ୍ର ପାଖ ପାଖି 100 ମହିଳା ଓ ପୁରୁଷ ଶ୍ରମିକ ଆସୁଛନ୍ତି । ଆଗ ଦିନ 9 ତା ସୁଦ୍ଧା କାମ ପାଇଁ ଏମାନେ କାମ ପାଇଁ ଚାଲି ଯାଉଥିଲେ । ଏଣିକି ବଦଳି ଥିବା ପରିସ୍ଥିତିରେ କମ ସଂଖ୍ୟାରେ ଶ୍ରମିକ ଆସୁଛନ୍ତି । ସେମାନେ ମଧ୍ୟ କାମ ନ ପାଇବାରୁ ନିରାଶ ହୋଇ ଫେରି ଯାଉଛନ୍ତି । ମାତ୍ର ଏତିକି ନୁହେଁ ବ୍ୟାଣ୍ଡ ପାର୍ଟି ରେ କାମ କରୁଥିବା ଜଣେ କହିଛନ୍ତି କାମ ବନ୍ଦ ରହିଥିବାରୁ ସେ ହୋଟେଲରେ 50 ଟଙ୍କାରେ କାମ କରୁଛନ୍ତି ।
ବର୍ତମାନ ମହାମାରୀ କୋରୋନା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଲୋକଙ୍କ ମଧ୍ୟରେ ଭୟ ବୃଦ୍ଧି ପାଉଛି । କୋରୋନା ପରିସ୍ଥିତି ଦିନକୁ ଦିନ ରାଉରକେଲା ସହର ସହିତ ଗାଁରେ ବୃଦ୍ଧି ପାଉ ଥିବାରୁ ପରିସ୍ଥିତି କେବେ ସୁଧୁରିବ ତାହା କହିବା ମୁସ୍କିଲ ।
ରାଉରକେଲାରୁ ରଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ