ETV Bharat / state

ଝଲସୁଛି ରାଉରକେଲାର ଓଲି ଲ୍ୟାଣ୍ଡ, ଜମୁଛି ଦର୍ଶକଙ୍କ ଭିଡ଼ - ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ

ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଓଲି ଗ୍ରାଉଣ୍ଡରେ ଜମୁଛି ଭିଡ଼ । ହକିକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଭରିବା ପାଇଁ ପୁରା ପରିବେଶକୁ ରଙ୍ଗୀନ ଆଲୋକ ମାଳରେ ସଜ୍ଜିତ କରାଯାଇଛି । ଆଜି ଏଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହାଇଭୋଲ୍‌ଟେଜ ମ୍ୟାଚ ରହିଥିବାବେଳେ ଏନେଇ କ୍ରୀଡା ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଓଲି ଗ୍ରାଉଣ୍ଡରେ ଜମୁଛି ଭିଡ଼

author img

By

Published : Jan 15, 2023, 6:35 PM IST

ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଓଲି ଗ୍ରାଉଣ୍ଡରେ ଜମୁଛି ଭିଡ଼

ରାଉରକେଲା: ରଙ୍ଗୀନ ଆଲୋକ ମାଳରେ ଝଲସୁଛି ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ମାସ୍କଟ ଓଲି ଲ୍ୟାଣ୍ଡ । ହକିକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଭରିବା ପାଇଁ ପୁରା ପରିବେଶକୁ ରଙ୍ଗୀନ ଆଲୋକ ମାଳରେ ସଜ୍ଜିତ କରାଯାଇଛି । ଏହି ଷ୍ଟାଡିୟମର ଗେଟ ନମ୍ବର ୫ ପ୍ରବେଶ ପଥରେ ତିଆରି ହୋଇଛି ଏହି ଓଲି ଲ୍ୟାଣ୍ଡ । ରବିବାର ଏଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହାଇଭୋଲ୍‌ଟେଜ ମ୍ୟାଚ ରହିଥିବାବେଳେ ଏହା ପୂର୍ବରୁ ଓଲି ଗ୍ରାଉଣ୍ଡରେ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।

ଝଲସୁଛି ରାଉରକେଲା ର ଓଲି ଲ୍ୟାଣ୍ଡ

ଏହି ଓଲି ଗ୍ରାଉଣ୍ଡରେ ହକି ଷ୍ଟିକ ଆକୃତି ଅନୁସାରେ ଆଲୋକମାଳାରେ ତିଆରି ହୋଇଛି ପ୍ରବେଶ ପଥ । ଭିତରେ କେଉଁଠି ଆଲୋକର ଗେଟ ତିଆରି କରାଯାଇଛି ତ ଆଉ କେଉଁଠି ଆଲୋକରେ ବଡ ବଡ ତାରା କରାଯାଇଛି । ମଝିରେ ରହିଛି ଏକ ବିଶାଳ ହକି ଟ୍ରଫି । ଷ୍ଟାଡିୟମର ପ୍ରବେଶପଥରୁ ନେଇ ଓଲି ଲ୍ୟାଣ୍ଡ ଏବଂ ଭିତର ଅଞ୍ଚଳରେ ପ୍ରତିଟି ସ୍ଥାନରେ ସେଲ୍ଫି ପଏଣ୍ଟ କରାଯାଇଛି । ଏଠାରେ ସେଲ୍ଫି ନେବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି । ପ୍ରତିଦିନ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଓ ମ୍ୟାଚ ସରିବା ପରେ ଓଲି ଲ୍ୟାଣ୍ଡରେ ଲୋକଙ୍କ ଭିଡ଼ ଲାଗି ରହୁଛି ।

ସେପଟେ ହକି ବିଶ୍ବପରେ ରବିବାର ୨ଟି ମ୍ୟାଚ ରହିଛି । ଦୁଇଟି ଯାକ ମ୍ୟାଚ ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଖେଳାଯିବ । ପ୍ରଥମ ମ୍ୟାଚ ସ୍ପେନ୍ ଓ ୱେଲ୍ସ ମଧ୍ୟରେ ହେବାକୁ ଥିବା ବେଳେ ସନ୍ଧ୍ୟା ୭ଟା ସମୟରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ମୁକାବିଲା ହେବ । ଆଜିର ମ୍ୟାଚ ପାଇଁ ଭାରତୀୟ ଦଳ ପ୍ରସ୍ତୁତ ହୋଇଛି । ଉଭୟ ଦଳ ମଧ୍ୟରେ ଆଜି ଏକ ରୋମାଞ୍ଚକର ଲଢେଇ ହେବାନେଇ ଆଶା କରାଯାଉଛି । ପ୍ରଥମ ମ୍ୟାଚରେ ଓଡ଼ିଆ ପୁଅ ତଥା ଭାରତୀୟ ଦଳର ଉପ ଅଧିନାୟକ ଅମିତ ରୋହିଦାସ ପ୍ରଥମେ ଗୋଲ ଦେଇଥିବାରୁ ଆଜି ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ । କ୍ରୀଡା ପ୍ରେମୀଙ୍କ ମଧ୍ୟରେ ଏନେଇ ବେଶ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.