ରାଉରକେଲା: ଘରେ ରୋଷେଇ କରୁଥିବା ବେଳେ ଅଘଟଣ । ନିଆଁ ଲାଗି ଦମ୍ପତି ଗୁରୁତର । ଏଭଳି ଘଟଣା ଘଟିଛି ରାଉରକେଲାର ବଣାଇଁ ଥାନା ଅନ୍ତର୍ଗତ ପାତାଳ ଚେମ୍ବର କଲୋନିରେ । ରୋଷେଇ କରୁଥିବା ବେଳେ ହଠାତ୍ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଯାହା ଫଳରେ ସ୍ୱାମୀ ସ୍ତ୍ରୀ ବର୍ତ୍ତମାନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ।
ସୂଚନା ମୁତାବକ, ଆଜି ପାତାଳଚେମ୍ବରରେ OMC ଖଣ୍ଡାଧାରରେ ଥିବା ଏକ ଘରେ ମହିଳା ଜଣକ ରୋଷେଇ କରୁଥିଲେ । ତେବେ ରୋଷେଇ କରୁଥିବା ବେଳେ ହଠାତ୍ ତାଙ୍କର ଦେହରେ ନିଆଁ ଲାଗି ଯାଇଥିଲା । ମହିଳାଙ୍କ ଦେହରେ ନିଆଁ ଲାଗିଯାଇଥିବା ଦେଖି ସ୍ବାମୀ ଶିବାଜୀ ରାମ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ତେବେ ସ୍ତ୍ରୀ ଅନିତାକୁ ଉଦ୍ଧାର ବେଳେ ସ୍ବାମୀ ଶିବାଜୀଙ୍କ ଦେହରେ ମଧ୍ୟ ନିଆଁ ଲାଗି ଯାଇଥିଲା । ଫଳରେ ଉଭୟ ସ୍ୱାମୀ ସ୍ତ୍ରୀ ଗୁରୁତର ହୋଇପଡିଥିବା ସୂଚନା ମିଳିଛି ।
ସେପଟେ ଘଟଣାସ୍ଥଳରେ ପରିବାର ଲୋକେ ପହଞ୍ଚି ନିଆଁକୁ ଲିଭାଇଥିବା ସହ ଉଭୟ ସ୍ବାମୀ ସ୍ତ୍ରୀଙ୍କୁ ବଣାଇଁ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ତେବେ ବର୍ତ୍ତମାନ ଚିକିତ୍ସା ଚାଲିଥିବା ବେଳେ ମହିଳାଙ୍କର ପ୍ରାୟ 80 ପ୍ରତିଶତ ଭାଗ ଜଳିଯାଇଛି । ସେହିପରି ସ୍ୱାମୀଙ୍କର ପ୍ରାୟ 40 ପ୍ରତିଶତ ଭାଗ ନିଆଁରେ ଜଳିଯାଇଥିବା ଜଣାପଡିଛି । ତେବେ ସେଠାରେ ପ୍ରଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ରାଉରକେଲା ଏବଂ ସେଠାରୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି ବୋଲି ସୂଚନା ରହିଛି । ତେବେ ଶିବାଜୀଙ୍କ ସ୍ତ୍ରୀ ଅନିତା ସକାଳେ ରୋଷେଇ କରୁଥିବା ବେଳେ ହଠାତ୍ ତାଙ୍କ ଶାଢୀରେ ନିଆଁ ଲାଗି ଯାଇଥିଲା ଏବଂ ନିଆଁ ଲାଗିଯିବାରୁ ଏଭଳି ଏକ ଅଘଟଣ ଘଟିଥିବା ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ- ପରିତ୍ୟକ୍ତ ସିଟି ବସରେ ଲାଗିଲା ନିଆଁ, ଅଗ୍ନିକାଣ୍ଡ କାରଣ ଅସ୍ପଷ୍ଟ
ପ୍ରକାଶ ଥାଉକି, ଗତକାଲି କୋରାପୁଟରେ ସିଟି ବସରେ ନିଆଁ ଲାଗିଥିଲା । ତେବେ ଜୟପୁର ଉପକଣ୍ଠ ନବରଙ୍ଗପୁର ଯିବା ରାସ୍ତାରେ ପରିତ୍ୟକ୍ତ ଅବସ୍ଥାରେ 20ଟି ସିଟି ବସ୍ ପଡ଼ି ରହିଥିଲା । ଏହାର ଯାନ୍ତ୍ରିକ ତୃଟି ଯୋଗୁଁ ରାସ୍ତା କଡ଼ରେ ପଡି ରହିଥିଲା। ଏନେଇ ଗତକାଲି (ଶୁକ୍ରବାର) ସନ୍ଧ୍ୟାରେ ଏହି ବସ୍ଗୁଡ଼ିକରେ ହଠାତ୍ ନିଆଁ ଲାଗି ଯାଇଥିଲା । ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଜିଲ୍ଲାର ସହରବାସୀ ରେଳଷ୍ଟେସନ, ହସ୍ପିଟାଲ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଅଟୋରିକ୍ସାରେ ଖର୍ଚ୍ଚ ନକରି ସିଟି ବସ୍ରେ ସୁଲଭ ମୂଲ୍ୟରେ ଯାତାୟତ କରିବା ପାଇଁ ବ୍ୟବସ୍ଥା କରିଛନ୍ତି । ଏଥିସହ ସରକାରୀ ଓ ବେସରକାରୀ ବସ୍ ସେବା ପହଞ୍ଚୁନଥିବା ପାଖଆଖ ଅଞ୍ଚଳକୁ ଯାତାୟତ କରିବା ପାଇଁ ୨୦୧୬ ମସିହାରେ ରାଜ୍ୟ ସରକାର କୋରାପୁଟ ଜିଲ୍ଲାକୁ ୨୦ଟି ଆଧୁନିକ ସିଟି ବସ୍ ସେବା ଆରମ୍ଭ କରିଥିଲେ । ହେଳେ ଟେଣ୍ଡର ନେଇଥିବା ବ୍ୟକ୍ତିଙ୍କ ଚରମ ଅବହେଳା ଏବଂ ବସ୍କୁ ଲୋକଙ୍କ ସେବାରେ ନିୟୋଜିତ କରାଇବା ଦିଗରେ ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁଁ ସବୁ ବସ୍ଗୁଡିକ ଖରାପ ହୋଇ ଜୟପୁର ସହର ଉପକଣ୍ଠରେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା ।
ଇଟିଭି ଭାରତ, ରାଉରକେଲା