ETV Bharat / state

ସୁନ୍ଦରଗଡ଼ ସ୍ବାସ୍ଥ୍ୟ ବିଭାଗରେ ମହାଦୁର୍ନୀତି ଅଭିଯୋଗ ଆଣିଲେ ଆଶାକର୍ମୀ

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ମହାଦୁର୍ନୀତି ହେଉଥିବା ଅଭିଯୋଗ ଆଣିଲେ ଆଶାକର୍ମୀ । ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ସମସ୍ୟାର ସମାଧାନ ନେଇ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ଆଶା କର୍ମୀ । ଅଧିକ ପଢ଼ନ୍ତୁ...

ସୁନ୍ଦରଗଡ଼ ସ୍ବାସ୍ଥ୍ୟ ବିଭାଗରେ ମହାଦୁର୍ନୀତି ଅଭିଯୋଗ ଆଣିଲେ ଆଶାକର୍ମୀ
ସୁନ୍ଦରଗଡ଼ ସ୍ବାସ୍ଥ୍ୟ ବିଭାଗରେ ମହାଦୁର୍ନୀତି ଅଭିଯୋଗ ଆଣିଲେ ଆଶାକର୍ମୀ
author img

By

Published : Oct 22, 2021, 6:18 AM IST

ସୁନ୍ଦରଗଡ଼: ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ଇନ୍‌ସେନ୍‌ଟିଭ୍‌ ଜରିଆରେ ସେବା ଯୋଗାଉଥିବା ଆଶାକର୍ମୀ ଆଜି ଜିଲ୍ଲାପାଳଙ୍କ ଆଗରେ ସ୍ୱାସ୍ଥ୍ୟ ବିଭାଗରେ ଗୁମର ଖୋଲିଛନ୍ତି । ବିଭିନ୍ନ ସମସ୍ୟାର ସମାଧାନ ନେଇ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ଆଶାକର୍ମୀମାନେ ସମସ୍ତ କାର୍ଯ୍ୟ ସଠିକ ସମୟ ଓ ସଠିକ ଢଙ୍ଗରେ କରୁଥିଲେ ମଧ୍ୟ ସେମାନଙ୍କ ପ୍ରାପ୍ୟ ଦେବାରେ ଅନିୟମିତତା କରାଯାଉଥିବା ଅଭିଯୋଗ ହୋଇଛି ।

ସୁନ୍ଦରଗଡ଼ ସ୍ବାସ୍ଥ୍ୟ ବିଭାଗରେ ମହାଦୁର୍ନୀତି ଅଭିଯୋଗ ଆଣିଲେ ଆଶାକର୍ମୀ

ଟିବି (ଯକ୍ଷ୍ମା ) ରୋଗୀ ୁଅନ୍ତୁ କିମ୍ବା କୁଷ୍ଠ ରୋଗୀ ସଠିକ ସମୟରେ ନିୟମିତ ଭାବେ ଯତ୍ନ ନେଉଥିଲେ ମଧ୍ୟ ଆଶା କର୍ମୀଙ୍କୁ ବିଭିନ୍ନ ଆଳରେ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି । ଆଶା କର୍ମୀଙ୍କୁ ତାଙ୍କ ପ୍ରାପ୍ୟ ମଧ୍ୟ ଦିଆଯାଉନାହିଁ । ଜିଲ୍ଲା ମୁଖ୍ୟାଳୟରୁ ଆରମ୍ଭ କରି ରାଉରକେଲା ସରକାରୀ ହସ୍ପିଟାଲ ସବୁଠି ଏହି ବ୍ୟତିକ୍ରମ ଦେଖା ଦେଉଛି ।

ଜନନୀ ସୁରକ୍ଷା ଯୋଜନା ହେଉ କିମ୍ବା ସିଜରିଆନ ହେଉ ଆଶାକର୍ମୀଙ୍କୁ ଏନେଇ ଗୋଟାଏ ହେଲେ ଟଙ୍କା ମିଳି ନାହିଁ । ଏନେଇ ଆଶାକର୍ମୀ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କୁ ଭେଟିବା ସହ ସମସ୍ୟାର ସମାଧାନ କରିବାକୁ ନିବେଦନ କରିଥିଲେ । ସେପଟେ ସମସ୍ତ ସମସ୍ୟାର ସମାଧାନ ନେଇ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ।

ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.