ETV Bharat / state

ସୁନ୍ଦରଗଡ଼ରେ ସଂକ୍ରମଣରେ ବ୍ରେକ ଲଗାଇବାକୁ ପ୍ରସ୍ତୁତି, ଡୋରଟୁ ଡୋର ଚାଲିଛି ସର୍ଭେ - କୋରୋନା

ସୁନ୍ଦରଗଡ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ନେଇ କଣ୍ଟାକ୍ଟ ଟ୍ରେସିଂକୁ ଜୋରଦାର କରାଯାଇଛି । ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଜାରି ରହିଛି । ଅଧିକ ପଢନ୍ତୁ...

ଡୋରଟୁ ଡୋର ଚାଲିଛି ସର୍ଭେ
ଡୋରଟୁ ଡୋର ଚାଲିଛି ସର୍ଭେ
author img

By

Published : May 21, 2021, 8:06 AM IST

ସୁନ୍ଦରଗଡ: କୋରୋନା କୋପରେ ଏବେ ସାରା ଦେଶ । ରାଜ୍ୟରେ ଦୈନିକ ସଂକ୍ରମଣ ସଂକ୍ରମଣ ହାରରେ ପ୍ରଥମ ସ୍ଥାନରେ ଖୋର୍ଦ୍ଧା ରହିଥିବାବେଳେ ଦ୍ବିତୀୟ ସ୍ଥାନରେ ସୁନ୍ଦରଗଡ ରହିଛି । ସଂକ୍ରମଣ ବୃଦ୍ଧି ସୁନ୍ଦରଗଡ ଜିଲ୍ଲାରେ ସଙ୍କଟ ଆଣି ଦେଇଛି । ବର୍ଦ୍ଧିତ ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବାକୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଜୋରଦାର କରାଯାଇଛି ।

ଡୋରଟୁ ଡୋର ଚାଲିଛି ସର୍ଭେ

ସୁନ୍ଦରଗଡ ପୌରାଅଞ୍ଚଳର ଟେଲିଫୋନ ଏକ୍ସଚେଞ୍ଜ ଗଳି, ମାହଦେବ ପଡା, ଭିତ୍ରିଆପଡା,ଡଙ୍ଗାଘାଟ ଓ ରାଣୀବଗିଚାରେ କଣ୍ଟାକ୍ଟ ଟ୍ରେସିଂ ଜୋରଦାର ହୋଇଛି । ବ୍ୟକ୍ତିଙ୍କ ମଧ୍ୟରେ ଲକ୍ଷଣ ଚିହ୍ନଟ ହେଲେ ତାଙ୍କୁ ବ୍ୟବସ୍ଥା ଅନୁଯାୟୀ ଚିକିତ୍ସା କରାଯାଉଛି । ଶରୀରର ଅମ୍ଳଜାନ ସ୍ତର , ତାପମାତ୍ରା ଓ ଗୃହ ସଙ୍ଗରୋଧ ପରି ସମସ୍ତ ଦିଗକୁ ଲକ୍ଷ୍ୟ ରଖି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ଏହା ସହିତ ଘରକୁ ଘର ବୁଲି ସମସ୍ତଙ୍କ ସର୍ଭେ କରୁଛନ୍ତି ସ୍ବାସ୍ଥ୍ୟକର୍ମୀ । କୌଣସି କୋରୋନା ରୋଗୀ ଯେପରି ଚିକିତ୍ସାରୁ ବଞ୍ଚିତ ନ ହୁଅନ୍ତି ସେ ନେଇ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବାକୁ ତାଙ୍କ ଘରକୁ ପହଞ୍ଚାଯାଉଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.