ରାଉରକେଲା: ଲକଡାଉନ ଯୋଗୁଁ ଅନେକ ଲୋକ ନିଜ ଜୀବିକା ହରାଇଛନ୍ତି । ଦେଶରେ କୋରୋନା ସଂକ୍ରମଣ ରୋକିବା ପାଇଁ ପ୍ରଥମେ ଟ୍ରେନ ବନ୍ଦ କରାଯାଇଥିଲା । ଫଳରେ ରାଉରକେଲା ଯିବା ଆସିବା କରୁଥିବା 40ଟି ଟ୍ରେନ ବନ୍ଦ ରହିଛି । ରାଉରକେଲାରେ ପ୍ରାୟ 150 କୁଲି ଦିନ ରାତି ଖଟୁଥିବାବେଳେ ଏବେ 100ରୁ ଅଧିକ ବିହାର କିମ୍ବା ଉତ୍ତରପ୍ରଦେଶ ଚାଲି ଯାଇଥିଲେ । କିନ୍ତୁ ଅନେକ କୁଲି ଏବେ ବି ରାଉରକେଲାରେ ଫସି ରହିଛନ୍ତି । ଆଗକୁ ଟ୍ରେନ ଚଳାଚଳକୁ ନେଇ ସବୁ ଅନିଶ୍ଚିତତାରେ ରହିଥିବାରୁ କୁଲିମାନଙ୍କ ଭବିଷ୍ୟ କଣ ହେବ, ତାହା ବଡ଼ ପ୍ରଶ୍ନ ସୃଷ୍ଟି କରିଛି ।
ଟ୍ରେନ ଚଳାଚଳ ବନ୍ଦ ଥିବାରୁ ଏମାନଙ୍କ ପେଟ ପୋଷିବା ଏବେ ଏମାନଙ୍କ ପାଇଁ କଷ୍ଟକର ହୋଇପଡିଛି । ସେପଟେ ଘର ମାଲିକ ମଧ୍ୟ ଘର ଭଡା ଦେବା ପାଇଁ ଚାପ ପ୍ରୟୋଗ କରୁଛନ୍ତି। ଆଗକୁ ସ୍ଥିତି କେବେ ସ୍ବାଭାବିକ ହେବ ସେନେଇ ମଧ୍ୟ କାହାରିକୁ ଜଣାନାହିଁ । ଏହିଭଳି ପରିସ୍ଥିତିରେ ଏମାନଙ୍କ ପାଇଁ କୌଣସି ସରକାରୀ ଯୋଜନା ନାହିଁ ଏହା ବଡ଼ ପ୍ରଶ୍ନ ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ