ETV Bharat / state

ଅଘୋଷିତ ବିଦ୍ୟୁତ କାଟ, ଟାଟା ପାୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲା କଂଗ୍ରେସ - ଟାଟା ପାୱାର ସମ୍ମୁଖରେ ବିକ୍ଷୋଭ

ସହରରେ ଅଘୋଷିତ ବିଦ୍ୟୁତ କାଟକୁ ନେଇ ରାଉରକେଲା ଟାଟା ପାୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ ଦଳ । ଅଧିକ ପଢନ୍ତୁ

congress protest
congress protest
author img

By

Published : Jun 28, 2023, 3:19 PM IST

congress protest

ରାଉରକେଲା: ରାଜ୍ୟ ସରକାର ଏବଂ ଟାଟା ପାୱାର ବିରୋଧରେ ଗର୍ଜିଲା କଂଗ୍ରେସ ଦଳ । ଘନ ଘନ ବିଜୁଳି କାଟ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି କରୁଛି ହନ୍ତସନ୍ତ । ସହରାଞ୍ଚଳ ସହ ଗ୍ରାମାଞ୍ଚଳରେ ଅଘୋଷିତ ବିଜୁଳି କାଟକୁ ନେଇ ବର୍ତ୍ତମାନ ରାଜ୍ୟରେ ତେଜୁଛି ରାଜନୀତି । ଏହାକୁ ନେଇ ଆଜି ରାଉରକେଲା ଟାଟା ପାୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ରାଉରକେଲା ଜିଲ୍ଲା କଂଗ୍ରେସ ।

ଗୋଟିଏ ପଟେ ତାତି, ଗୁଳୁଗୁଳି ଆଉ ଏହା ସାଙ୍ଗକୁ ବୋଝ ଉପରେ ନଳିତା ବିଡା ଭଳି ସମ୍ପୂର୍ଣ୍ଣ ରାଉରକେଲା ସହର ସମେତ ସୁନ୍ଦରଗଡ଼ ଜିଲ୍ଲାରେ ଅଘୋଷିତ ବିଦ୍ୟୁତ କାଟ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଛି । ପ୍ରତିଦିନ ରାଉରକେଲା ସହର ତଥା ଆଖପାଖ ଗ୍ରାମାଞ୍ଚଳରେ ଅଘୋଷିତ ଭାବେ ପ୍ରାୟ 3 ରୁ 4 ଘଣ୍ଟା ବିଦ୍ୟୁତ କାଟ ହେଉଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି । ଏନେଇ ରାଉରକେଲା ଉଦିତନଗର ସ୍ଥିତ ଟାଟା ପାୱାର ଅଫିସ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛି ରାଉରକେଲା ଜିଲ୍ଲା କଂଗ୍ରେସ । ବିଦ୍ୟୁତ ବିଭାଗର ଏଭଳି ବିଦ୍ୟୁତ କାଟ ବନ୍ଦ କରିବାକୁ ନେଇ ବିକ୍ଷୋଭ କରିଛି କଂଗ୍ରେସ ଦଳ ।

ଦିନକୁ ହାରାହାରି ଚାରିରୁ ପାଞ୍ଚ ଘଣ୍ଟା ବିଦ୍ୟୁତ୍ ସରବରାହ ବନ୍ଦ ରହୁଥିବାରୁ ଜନ ସାଧାରଣଙ୍କ ଦୈନନ୍ଦିନ ଜୀବନ ଗୁରୁତର ଭାବେ ପ୍ରଭାବିତ ହେଉଛି । ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ସୁନ୍ଦରଗଡ଼ରେ ଜନଜୀବନର ବିଭିନ୍ନ ଦିଗରୁ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବିଜୁଳି କାଟ ସମୟରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସ୍କୁଲ ପିଲାଙ୍କ ପର୍ଯ୍ୟନ୍ତ ସମସ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଅଘୋଷିତ ବିଦ୍ୟୁତ କାଟ କୁ ବନ୍ଦ କରିବା ପାଇଁ ଦାବି କରିଛି । ରାଜ୍ୟ ସରକାର ଯେଉଁ ଭଳି ଉନ୍ନତି ର ଡିଣ୍ଡିମ ପିଟୁଛନ୍ତି ସେହିଭଳି କୌଣସି କାର୍ଯ୍ୟ କରୁନଥିବା ଯୋଗୁଁ ଏଭଳି ସ୍ଥିତି ଉପୁଜିଛି ବୋଲି ଅଭିଯୋଗ କରିଛି କଂଗ୍ରେସ ଦଳ ।

ଏହା ମଧ୍ୟ ପଢନ୍ତୁ- ଅଘୋଷିତ ବିଦ୍ୟୁତ କାଟ ଏବଂ ବର୍ଦ୍ଧିତ ବିଦ୍ୟୁତ ବିଲ୍ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ପ୍ରକାଶ ଥାଉକି, ସେହିପରି ଗତକାଲି ଜଗତସିଂହପୁରରେ ମଧ୍ୟ ବିଦ୍ୟୁତ ବିଭ୍ରାଟକୁ ନେଇ ଟାଟା ପାୱାର ଅଫିସ ଆଗରେ ଗର୍ଜିଛି ଜିଲ୍ଲା କଂଗ୍ରେସ। ସ୍ଥାନୀୟ ଗୋପାଳସାଗର ସ୍ଥିତ ଟାଟା ପାୱାର ଅଫିସ ସମ୍ମୁଖରେ ଧାରଣା ଦିଆଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ସଭାପତିତ୍ୱରେ କଂଗ୍ରେସ କର୍ମୀମାନେ ଏକାଠି ହୋଇ କଲେଜ ଛକ ନିକଟରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ। ପରେ ଗୋପାଳ ସାଗର ନିକଟସ୍ଥ ଟାଟା ପାୱାରର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିବାବେଳେ ପୋଲିସ ସେମାନଙ୍କୁ ବାଧା ଦେଇଥିଲା। ପରେ କଂଗ୍ରେସ କର୍ମୀମାନେ ଟାଟା ପାୱାର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ରାଜ୍ୟ ସରକାର ଓ ଟାଟା ପାୱାର ବିରୋଧରେ ସ୍ଲୋଗାନ ଦେଇଥିଲେ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.