ରାଉରକେଲା: ଖ୍ରୀଷ୍ଟମାସ ପାଇଁ ଚଳଚଞ୍ଚଳ ରାଉରକେଲା ସହର । ସମସ୍ତ ଚର୍ଚ୍ଚରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ଧରାପୃଷ୍ଠରେ ଅବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ । ଏହି ଦିନରେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ସାମୂହିକ ପ୍ରାର୍ଥନା କରିଥାଆନ୍ତି । ବଡ଼ଦିନ ପାଳନ ପାଇଁ ଚର୍ଚ୍ଚରେ ଚାଲିଥିବା ପ୍ରସ୍ତୁତି ଶେଷ ହୋଇଛି । ଏଥିପାଇଁ ହମିରପୁର ଚର୍ଚ୍ଚରେ ପ୍ରାୟ ୮ରୁ ୧୦ ହଜାର ଲୋକେ ଭିଡ଼ ଜମିଥାଏ ।
ସୁନ୍ଦରଗଡ଼ର ବିଭିନ୍ନ ଅଞ୍ଚଳରେ ସାମୂହିକ ପ୍ରାର୍ଥନା, ରଙ୍ଗବେରଙ୍ଗର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ । ଜିଲ୍ଲାର ସେକ୍ଟର- ୧୯ ହମିରପୁର, ରାଜଗାଙ୍ଗପୁର, ବୀରମିତ୍ରପୁର, ବନ୍ଧମୁଣ୍ଡା, କଳୁଙ୍ଗା, ଝିରପାଣି ସମେତ ୪୩ରୁ ଅଧିକ ପ୍ରମୁଖ ଚର୍ଚ୍ଚକୁ ରଙ୍ଗ ବେରଙ୍ଗ ଆଲୋକମାଳାରେ ସଜ୍ଜିତ କରାଯାଇଛି । ତେବେ ଯୀଶୁଙ୍କ ନିକଟରେ ନିଜ ଭୁଲର କ୍ଷମା ପ୍ରାର୍ଥନା କଲେ ପ୍ରଭୁ କ୍ଷମା କରି ଦିଅନ୍ତି ବୋଲି ଭକ୍ତଙ୍କ ବିଶ୍ଵାସ ରହିଛି ।
ତେବେ ମହା ଆଡ଼ମ୍ବରରେ ରାଉରକେଲା ସହରର ଲୋକେ ଖ୍ରୀଷ୍ଟମାସ ପାଳନ କରିବା ପାଇଁ ସଜବାଜ ହେଉଛନ୍ତି । ଘରେ ଘରେ ପିଠା ପଣା କରି ଧୁମଧାମରେ ବଡ଼ଦିନ ପାଳନ କରିବେ ଲୋକେ । ମାତ୍ର ଆଉ କିଛି ଘଣ୍ଟା ପରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଧରାପୃଷ୍ଠରେ ଅବତରଣ କରିବେ । ଏହି ଦିନକୁ କେବଳ ଖ୍ରୀଷ୍ଟଧର୍ମୀ ନୁହେଁ ବର୍ତ୍ତମାନ ସମସ୍ତ ଧର୍ମର ଲୋକେ ବେଶ ଧୁମଧାମରେ ପାଳନ କରୁଛନ୍ତି । କାରଣ ବିଶ୍ୱାସ ରହିଛି ଯେ, ପ୍ରଭୁ ଯୀଶୁ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ।
ଏହା ମଧ୍ୟ ପଢନ୍ତୁ...ରାତି ପାହିଲେ ବଡ଼ ଦିନ, ଚକ ଖଡିରେ ସାନ୍ତାକ୍ଲଜ କରି ଚର୍ଚ୍ଚାରେ ଶିଳ୍ପୀ
ଏହା ମଧ୍ୟ ପଢନ୍ତୁ...ବଡଦିନ ଛୁଟି ପାଇଁ ପୁରୀରେ ପ୍ରବଳ ଭିଡ, ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଏହି ବିଶ୍ବାସର ସହ ସମସ୍ତେ ଏହି ଦିନଟିକୁ ପାଳନ କରୁଥିବାବେଳେ ଏନେଇ ଉତ୍ସବମୁଖର ହୋଇଛି ରାଉରକେଲା ସହର । ଆଜି ରାତି 12 ଟାରେ ଯୀଶୁ ଧରାପୃଷ୍ଠକୁ ଅବତରଣ ପରେ ଉପସ୍ଥିତ ହଜାର ହଜାର ଲୋକମାନେ ପ୍ରାର୍ଥନାରେ ଭାଗ ନେବା ସହିତ ମହମବତୀ ଜଳାଇ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରାର୍ଥନା କରିବେ । ତେବେ ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ବର୍ତ୍ତମାନ ବଡ଼ଦିନ ପାଳନକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି । ଖାଲି ସୁନ୍ଦରଗଡ଼ ଜିଲ୍ଲା ନୁହେଁ, ରାଜ୍ୟ ତଥା ଦେଶ ସମେତ ବିଶ୍ବବ୍ୟାପୀ ପାଳନ ହେବ ଖ୍ରୀଷ୍ଟମାସ । ଏଥିପାଇଁ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ସହିତ ଅନ୍ୟ ଧର୍ମର ଲୋକଙ୍କ ମଧ୍ୟରେ ରହିଛି ଉତ୍ସାହ ।
ଇଟିଭି ଭାରତ, ରାଉରକେଲା