ସୁନ୍ଦରଗଡ଼: ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡକ୍ଟର ଏସ ମୂରଲୀଧର ଆଜି (ଶୁକ୍ରବାର) ସୁନ୍ଦରଗଡ ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟ ପରିଦର୍ଶନ କରି ଫେରିଛନ୍ତି । ଅତି ସାଧାସିଧା ଓ ବିନା ପ୍ରୋଟକଲରେ ସେ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଆସି କୋର୍ଟ ପରିସରରେ ପହଞ୍ଚିବା ସହ କୋର୍ଟର ବିଭିନ୍ନ ଦରକାରୀ ରେକର୍ଡ ଯାଞ୍ଚ କରିଥିଲେ ।
ଏହି ସମୟରେ ସେ ସୁନ୍ଦରଗଡ ଆଇନଜୀବୀ ସଂଘର ଅନୁରୋଧ କ୍ରମେ ଆଇନଜୀବୀ ଓ ଜଜ୍ ମାନଙ୍କ ସହ ଖୋଲା ବାର୍ତ୍ତାଳପ କରିବାସହ ବିଭିନ୍ନ ପ୍ରୋସିଡିଂ ବେଳେ ଜଜ ଓ ଓକିଲଙ୍କ ମଧ୍ୟରେ କିଭଳି ବ୍ୟବହାର ଓ ସଂପର୍କ ରହିବା ଦରକାର ସେ ନେଇ ଆଲୋଚନା କରିଥିଲେ ।
ଓଡି଼ଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଏହି ଗ୍ରସ୍ତ ଯେପରି ସୁରୁଖୁରରେ ହେବ ସେ ନେଇ ଜିଲ୍ଲା ପୋଲିସ ସମସ୍ତ ପଦକ୍ଷେପ ନେଇଥିଲା । ତଥାପି ମୁଖ୍ୟ ବିଚାରପତି ପ୍ରୋଟକଲ ନ ନେଇ, ଏପରିକି ସାଧାରଣ ଗାଡିରେ ଆସି ଦୀର୍ଘ ଦୁଇ ଘଣ୍ଟା 15 ମିନିଟ୍ କାଳ ରେକର୍ଡ ତର୍ଜମା କରି ଫେରିଛନ୍ତି ।
ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ