ETV Bharat / state

‘ରାଉରକେଲା ପ୍ରତି ଉଭୟ ବିଜେଡି ଓ ବିଜେପି ଅବହେଳା କରିଛନ୍ତି’ - Biren senapati

ବିଜେଡି ଏବଂ ବିଜେପି ଉଭୟେ ରାଉରକେଲା ପ୍ରତି ଅବହେଳା କରିଛନ୍ତି । ଇଟିଭିକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଏଭଳି ମତ ରଖିଛନ୍ତି ରାଉରକେଲା କଂଗ୍ରେସ ପ୍ରାର୍ଥୀ ବିରେନ ସେନାପତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Apr 6, 2019, 11:36 PM IST

ରାଉରକେଲା: ‘ଏଠିକାର ଲୋକଙ୍କୁ ଉଭୟ ବିଜେଡି ଓ ବିଜେପି ଅନେକ ପ୍ରତିଶ୍ରୁତି ଦେଇଛନ୍ତି । ବହୁ ସ୍ବପ୍ନ ଦେଖାଇଛନ୍ତି । ତେବେ ସେସବୁ କିଛି ପୂରଣ ହୋଇନାହିଁ । ଅନେକ ଅବହେଳାର ଶିକାର ହୋଇଛି ରାଉରକେଲା’ ଇଟିଭିର ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ସାମିଲ ହୋଇ ଏଭଳି କହିଛନ୍ତି ରାଉରକେଲାରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ହୋଇଥିବା ବିରେନ ସେନାପତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ବିରେନ ସେନାପତି ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ତେବେ ସେ ଅଞ୍ଚଳରେ ଜଣେ ଟାଣୁଆ ନେତା ଭାବେ ପରିଚିତ । ଯେଉଁଥିପାଇଁ ମୁକ୍ତିକାନ୍ତ ବିଶ୍ବାଳଙ୍କ ସ୍ଥାନରେ ତାଙ୍କୁ ପ୍ରାର୍ଥୀ କରିଛି ଦଳ । ରାଉରକେଲାରେ ବ୍ରାହ୍ମଣୀ ନଦୀ ଉପରେ ଦ୍ବିତୀୟ ସେତୁ ଏବଂ ଆଇଜିଏଚ୍ ହସ୍ପିଟାଲକୁ ସୁପରସ୍ପେସାଲିଟି ମାନ୍ୟତା ପାଇଁ ତାଙ୍କର ଲଢ଼େଇ ଜାରି ରହିବ ବୋଲି ସେ କହିଛନ୍ତି । ବିଜେପି ଏବଂ ବିଜେଡି ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ଠକିଥିବା ସେ ଜଣାଇବା ସହ ଏହାକୁ ମୁଦ୍ଦା କରି ଲୋକଙ୍କ ନିକଟକୁ ଯିବେ ବୋଲି କହିଛନ୍ତି ।

ଅନ୍ୟପଟେ ଯଦି ସେ ଜିତନ୍ତି, ତେବେ ବିଧାୟକ ପାଣ୍ଠିର ଗୋଟି ଗୋଟି ଟଙ୍କା ବିକାଶ କାର୍ଯ୍ୟରେ ଲାଗିବ ବୋଲି କହିଛନ୍ତି ବିରେନ । ଅଞ୍ଚଳବାସୀଙ୍କ ମୌଳିକ ସମସ୍ୟା ତାଙ୍କର ପ୍ରାଥମିକତା ରହିବ । ଏପଟେ ଦିଲ୍ଲୀପ ରାୟ ବିଜେଡିକୁ ସମର୍ଥନ ଦେବା ପ୍ରସଙ୍ଗରେ ସେ କହିଛନ୍ତି କି ‘ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ କେଉଁ ଦଳକୁ ବି ସମର୍ଥନ ଜଣାଇନାହାଁନ୍ତି । ସେ କହିଛନ୍ତି ଯେ ଯେଉଁମାନେ ରାଉରକେଲା ପ୍ରତି ଅବହେଳା କରିଛନ୍ତି, ଏଠିକାର ଲୋକଙ୍କୁ ଠକିଛନ୍ତି ତାଙ୍କୁ ଭୋଟ ନଦେବା ପାଇଁ । ଉଭୟ ବିଜେଡି ଏବଂ ବିଜେପି ଏହି ଲିଷ୍ଟରେ ସାମିଲ’।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:Body:

svawyif9q

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.