ETV Bharat / state

ବଢୁଛି ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା: RMC ଅଫିସରେ ଗର୍ଜିଲା ବିଜେପି, ପ୍ରଶାସନକୁ ଦାୟୀ କଲା ଦଳ - ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

BJP Protest Over Diarrhoea In Rourkela: ରାଉରକେଲାରେ ବଢୁଛି ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା। ଏଥିପାଇଁ ସ୍ଥାନୀୟ ପ୍ରଶାସନକୁ ଦାୟୀ କରି ରାଉରକେଲା ମହାନଗର ନିଗମ ଘେରାଉ କଲା ବିଜେପି । ଅଧିକ ପଢନ୍ତୁ

bjp slams RMC
ରାଉରକେଲା ମହାନଗର ନିଗମ ଅଫିସ ଘେରାଉ
author img

By ETV Bharat Odisha Team

Published : Dec 18, 2023, 8:05 PM IST

ରାଉରକେଲା ମହାନଗର ନିଗମ ଅଫିସ ଘେରାଉ

ରାଉରକେଲା: RMC ଅଫିସ ଘେରାଉ କଲା ବିଜେପି। ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ରାଜ୍ୟ ସରକାର ଅବହେଳା କରୁଥିବା ଅଭିଯୋଗ ଆଣିଛି ଦଳ । ଝାଡ଼ାବାନ୍ତିରେ ଲୋକଙ୍କ ଜୀବନ ଯାଉଥିବାବେଳେ ସ୍ଥାନୀୟ ପ୍ରଶାସନ ଦାୟୀ ବୋଲି ଅଭିଯୋଗ କରିଛି ବିଜେପି। ଏନେଇ ବହୁ ସଂଖ୍ୟା ବିଜେପିର କର୍ମକର୍ତ୍ତା ଏକାଠି ହୋଇ ରାଉରକେଲା ମହାନଗର ନିଗମ ଅଫିସ ଘେରାଉ କରିଥିବା ଦେଖିବାକୁ ମିଳିଛି ।

ବିଜେପି ନେତା ନିହାର ରାୟ କହିଛନ୍ତି, "ବର୍ତ୍ତମାନ ରାଉରକେଲା ସହରରେ ଯେଉଁଭଳି ଭାବରେ ସ୍ଥିତି ଉପୁଜିଛି ସେଥିପାଇଁ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମ ଦାୟୀ ।" ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି କରିଛି ଦଳ । ଏହି ରୋଗର ନିରାକରଣ ପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ଏହି ବିକ୍ଷୋଭର ମୂଳ ଲକ୍ଷ୍ୟ ବୋଲି କହିଛି ବିଜେପି। ରାଉରକେଲା ସହର ସମେତ ସୁନ୍ଦରଗଡ଼ ଜିଲ୍ଲାରେ ବର୍ତ୍ତମାନ ଭୟର ବାତାବରଣ ଦେଖାଦେଇଛି।

"ରାଉରକେଲା ସହରରେ ବର୍ତ୍ତମାନ ଯେଉଁ ଝାଡାବାନ୍ତିର ସ୍ଥିତି ଉପୁଜିଛି ସେଥିପାଇଁ କେବଳ ରାଉରକେଲା ମହାନଗର ନିଗମ ଏବଂ ରାଜ୍ୟ ସରକାର ଦାୟୀ" ବୋଲି କହିଛନ୍ତି ରାଉରକେଲା ଜିଲ୍ଲା ବିଜେପି ସଭାପତି ଲତିକା ପଟ୍ଟନାୟକ । ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ପିଏଚଡ଼ି ପାନୀୟ ଜଳ ଯୋଗୁଁ ରୋଗ ବ୍ୟାପୁଥିବା ଅଭିଯୋଗ କରିଛି ବିଜେପି। ସୂଚନା ଅନୁସାରେ, ଝାଡ଼ାବାନ୍ତିରେ ବର୍ତ୍ତମାନ ଯାଏଁ ରାଉରକେଲା ସହରର ମୋଟ ୮ ଜଣଙ୍କର ଜୀବନ ଗଲାଣି । ଏହାସହ ବହୁ ସଂଖ୍ୟକ ରୋଗୀ ବର୍ତ୍ତମାନ ମଧ୍ୟ ସହରର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି।

ଏହା ମଧ୍ୟ ପଢନ୍ତୁ...ରାଉରକେଲାରେ ଡାଇରିଆ ଆତଙ୍କ, ପାଣି ହେଉଛି ମୁଖ୍ୟ କାରଣ: ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗର ଟିମ୍ ରାଉରକେଲା ସହରର ବିଭିନ୍ନ ସ୍ଥାନ ବୁଲି ପରିଦର୍ଶନ କରିଛନ୍ତି ଏବଂ ରାଉରକେଲା ସମେତ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରୁ ଚିହ୍ନଟ ହୋଇଥିବା ଅଞ୍ଚଳରେ ମଧ୍ୟ ପହଞ୍ଚି ସ୍ଥିତି ପରଖିଛନ୍ତି । ସେ ଉତ୍ତର ଦିଅନ୍ତୁ ଯେ "ଏହି ଡାଇରିଆ ରୋଗ କେଉଁଠୁ ଆସିଲା? କେବଳ ଆସି ବୁଲିଲେ ହେବ ନାହିଁ । ଲୋକଙ୍କୁ ଯଥା ସମ୍ଭବ ଏହାର କାରଣ ଜଣାଇ ଦିଆଯାଉ ଏବଂ ଲୋକଙ୍କୁ ସଚେତନ ମଧ୍ୟ କରାଯାଉ" ବୋଲି କହିଛି ବିଜେପି। ତେବେ ବର୍ତ୍ତମାନ ରାଉରକେଲା ସହରର ଏକ ପ୍ରକାର ଡାଇରିଆ ବ୍ୟପାକ ମାତ୍ରାରେ ବଢ଼ିବାରେ ଲାଗିଛି। ତେବେ ଏହାକୁ ଯଥା ସମ୍ଭବ କମ୍ କରିବାକୁ ବିଜେପି ଦାବି କରିଛି।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.