ETV Bharat / state

ରାଉରକେଲାରେ ଏସପି ଅଫିସ ଘେରାଉ କଲା ବିଜେପି, କର୍ମୀଙ୍କୁ ଉଠାଇ ନେଲା ପୋଲିସ

ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ରାଉରକେଲା ଏସପି ଅଫିସ ଘେରାଉ କଲା ବିଜେପି । ଅଧିକ ପଢନ୍ତୁ

author img

By

Published : Mar 5, 2023, 1:36 PM IST

bjp protest in front of sp office in rourkela

ରାଉରକେଲା: ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ରାଉରକେଲା ଏସପି ଅଫିସ ଘେରାଉ କଲା ବିଜେପି । ବିକ୍ଷୋଭ ପ୍ରଦର୍ଶନ ସମୟରେ ମୁହାଁମୁହିଁ ହେଲେ ପୋଲିସ ଓ ବିଜେପି କର୍ମୀ । ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ଆନ୍ଦୋଳନ ସ୍ଥଳରୁ ଉଠାଇ ନେଲା ପୋଲିସ ।

ଗତ ମାସରେ ଭୁବନେଶ୍ବର ଲୋୟର ପିଏମଜି ଠାରେ ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଏବଂ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବରେ ଏକ ରାଲି କରାଯାଇଥିଲା । ଯେଉଁଥିରେ ହଜାର ହଜାର ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ସାମିଲ ହୋଇ ବିଧାନସଭା ଅଭିମୁଖେ ବାହାରିଥିଲେ। ଏହି ସମୟରେ ପୋଲିସ ବିଜେପି ଯୁବମୋର୍ଚ୍ଚାର କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଫଳରେ ପୋଲିସ ଆକ୍ରମଣରେ ଶତାଧିକ ବିଜେପି କର୍ମୀ ଗୁରୁତର ଭାବେ ଆହତ ହୋଇଥିଲେ । 22ଜଣ ବିଜେପି କର୍ମୀ ମଧ୍ୟ ଗିରଫ ହୋଇଥିଲେ।

ଏନେଇ ରାଉରକେଲା ସହରରେ ବିଭିନ୍ନ ଥାନାରେ ବିଜେପି ପକ୍ଷରୁ ସମସ୍ତ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ରାଜ୍ୟ ପୋଲିସ ବିଭାଗ ଡିଜି, ପୋଲିସ କମିଶନର, ଏବଂ ଏସିପିଙ୍କ ନାମରେ ଏତଲା ଦାୟର କରାଯାଇଥିଲା । ତେବେ ଗତକାଲି ପୋଲିସ ଦାଦାଗିରି କରୁଥିବା ଅଭିଯୋଗ ଆଣି ରାଉରକେଲା ଏସପି ଅଫିସ ଘେରିଥିଲା ବିଜେପି । ଏହି ସମୟରେ ପୋଲିସ ଆସି ସମସ୍ତ ବିଜେପି କର୍ମୀଙ୍କୁ ଉଠାଇ ନେଇଥିଲା ।

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ମାସେ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତେଣୁ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ସିବିଆଇ ତଦନ୍ତ ଦାବି କରି ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ବିଜେପି ଯୁବ ମୋର୍ଚ୍ଚା । ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବାରେ ରାଜ୍ୟ ସରକାର ଅସମର୍ଥ ବୋଲି ନାରା ଦେଇ ଗତକାଲି ରାଉରକେଲାରେ ବିକ୍ଷୋଭ କରିଥିଲା ବିଜେପି । ସେହିପରି ଗତକାଲି ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଭଦ୍ରକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ବିଜେପି । ଶୁକ୍ରବାର ଦିନ ରାଜ୍ୟର ସମସ୍ତ ଥାନାରେ ଏତଲା ଦିଆଯିବା ପରେ ବିକ୍ଷୋଭ କରାଯାଇଥିଲା ।

ଗତ 2 ତାରିଖ ଦିନ ରାଜଧାନୀର ଲୋୟର ପିଏମଜିରେ ପୋଲିସ ଓ ବିଜେପି ଯୁବମୋର୍ଚ୍ଚା ମୁହାଁମୁହିଁ ଘଟଣାରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିଲା ବ୍ରହ୍ମପୁର ବିଜେପି ଯୁବମୋର୍ଚ୍ଚା । ଯାହାକୁ ନେଇ ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲା ବିଜେପି ଯୁବମୋର୍ଚ୍ଚା ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.