ETV Bharat / state

ଧାନମଣ୍ଡି ଖୋଲିବା ଦାବି, ପାନପୋଷ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ବିଜେପି କୃଷକ ମୋର୍ଚ୍ଚା

କୃଷକଙ୍କ ସମସ୍ୟାକୁ ନେଇ ଆଜି ସୁନ୍ଦରଗଡ଼ ଜିଲ୍ଲା ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରିଛି କୃଷକ ମୋର୍ଚ୍ଚା । ଏହାସହ ଦଳ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

ବିଜେପି କୃଷକ ମୋର୍ଚ୍ଚା
ବିଜେପି କୃଷକ ମୋର୍ଚ୍ଚା
author img

By ETV Bharat Odisha Team

Published : Nov 29, 2023, 7:38 PM IST

ବିଜେପି କୃଷକ ମୋର୍ଚ୍ଚା

ରାଉରକେଲା: ଧାନ ମଣ୍ଡି ସମସ୍ୟାକୁ ନେଇ ବିଜେପି କୃଷକ ମୋର୍ଚ୍ଚାର ପ୍ରତିବାଦ । ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିଯୋଭ ପ୍ରଦର୍ଶନ କଲା ବିଜେପି । ସାରା ରାଜ୍ୟରେ ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଏନେଇ ରାଉରକେଲାରେ ଆଜି ପାନପୋଷ ଉପଜିଲ୍ଲାପାଳ ଅଫିସ ଘେରାଉ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛି ବିଜେପି କୃଷକ ମୋର୍ଚ୍ଚା ।

ଆଜି ସୁନ୍ଦରଗଡ ଜିଲ୍ଲା ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ଗୁଡିକ ହେଲା ରାଜ୍ୟ ସରକାର ତୁରନ୍ତ ଧାନମଣ୍ଡି ଖୋଲନ୍ତୁ, ଧାନମଣ୍ଡିକୁ ସବୁ ଦିନିଆ ଖୋଲାଯାଉ, ଧାନମଣ୍ଡିରେ କୁଇଣ୍ଟାଲ ପ୍ରତି ୫ କିଲୋ ୧୦ କିଲୋ କଟନି ଛଟନି ବନ୍ଦ କରାଯାଉ, ଧାନମଣ୍ଡିରେ ମିଲଙ୍କ ଦାଦାଗିରି ବନ୍ଦ କରାଯିବା ସହିତ ମିଲରମାନଙ୍କର ପ୍ରବେଶକୁ ବନ୍ଦ କରାଯାଉ ଓ ଧାନ କିଣା କାରବାରରେ ଟୋକନ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଉ । ଏହାସହ ଧାନବସ୍ତା ବାବଦକୁ ଟଙ୍କା ଦିଆଯାଉ ।

ଏହା ମଧ୍ୟ ପଢ଼ନ୍ତୁ.....ଧାନମଣ୍ଡି ଅବ୍ୟବସ୍ଥା: ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି

ଚାଷୀଙ୍କ ଅଭିଯୋଗ ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ଏହି ଆନ୍ଦୋଳନର ଲକ୍ଷ୍ୟ ବୋଲି କହିଛି ବିଜେପି । ବିଜେପି କୃଷକ ମୋର୍ଚ୍ଚା ଅଭିଯୋଗ କରିଛି ଯେ, ଧାନ ମଣ୍ଡି ଖୋଲିବା ବିଳମ୍ବିତ ହେବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯାହା କୃଷକମାନଙ୍କୁ ଅନିଶ୍ଚିତତା ଏବଂ ଆର୍ଥିକ ଅବସ୍ଥାରେ ଚାପ ପକାଇଛି । ଚାଷୀଙ୍କ ଅଭିଯୋଗ ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ଏହି ଆନ୍ଦୋଳନର ଲକ୍ଷ୍ୟ ।

ଗତ ସେପ୍ଟେମ୍ବର 1 ତାରିଖରେ ରାଜ୍ୟର ସମସ୍ତ ଧାନ ମଣ୍ଡି ଖୋଲିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ ମଧ୍ୟ ନଭେମ୍ବର ଶେଷ ସୁଦ୍ଧା ଏହି ଅତ୍ୟାବଶ୍ୟକୀୟ ମଣ୍ଡି ଗୁଡ଼ିକ ବନ୍ଦ ହୋଇ ପଡିରହିଛି । ଫଳରେ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି । ଦୁଇ ମାସ ଧରି ଚାଲିଥିବା ଏହି ବିଳମ୍ବ, କୃଷକଙ୍କ ଉପରେ ଏକ ଆର୍ଥିକ ଅନଟନ ଅଭାବ ପ୍ରଭାବ ପକାଇଛି । ଚାଷୀଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ବିକ୍ରି କରିବା ପାଇଁ ଏକ ନିରନ୍ତର ପ୍ଲାଟଫର୍ମର ଉପରେ ଗୁରୁତ୍ୱ ଦେଇ ବିଜେପି କୃଷକ ମୋର୍ଚ୍ଚା ମଧ୍ୟ ଧାନ ମଣ୍ଡିକୁ ଦୈନିକ ଖୋଲିବା ପାଇଁ ଦାବି କରୁଛି । ଯଦି ରାଜ୍ୟ ସରକାର ଉକ୍ତ ଦାବିଗୁଡିକୁ ପୂରଣ ନକରନ୍ତି ତାହାହଲେ ଆଗାମୀ ଦିନରେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ବ୍ୟାପକ ଆନ୍ଦୋଳନ କରାଯିବା ବୋଲି କହିଛି ବିଜେପି ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.