ETV Bharat / state

ରାଜ୍ୟ ସରକାର ବିରୋଧରେ ବିଜେପିର ସତ୍ୟାଗ୍ରହ ଆନ୍ଦୋଳନ

author img

By

Published : Dec 26, 2022, 4:36 PM IST

ରାଉରକେଲା ବିଶ୍ରା ଛକ ଠାରେ ବିଜେପି ପକ୍ଷରୁ ସତ୍ୟାଗ୍ରହ ଆନ୍ଦୋଳନ। ବିଜେଡି ସରକାରଙ୍କ ବିରୋଧରେ ବିଜେପିର ପ୍ରତିବାଦ। ଅଧିକ ପଢନ୍ତୁ

bjp protest
ବିଜେପିର ସତ୍ୟାଗ୍ରହ ଆନ୍ଦୋଳନ
ବିଜେପିର ସତ୍ୟାଗ୍ରହ ଆନ୍ଦୋଳନ

ରାଉରକେଲା: ବିଜେଡି ସରକାରଙ୍କ ବିରୋଧରେ ବିଜେପି ପକ୍ଷରୁ ସତ୍ୟାଗ୍ରହ ଆନ୍ଦୋଳନ । ସାରା ରାଜ୍ୟରେ ଆଜି ବିଜେପି ପକ୍ଷରୁ ସତ୍ୟାଗ୍ରହ ଆନ୍ଦୋଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ରାଉରକେଲା ବିଶ୍ରା ଛକରେ ମଧ୍ୟ ବିଜେପି ପକ୍ଷରୁ ସତ୍ୟାଗ୍ରହ ଆନ୍ଦୋଳନ କରାଯାଇଛି ।

ତେବେ ବିଜେଡି ର ପ୍ରତିଷ୍ଠା ଦିବସ ପାଳନ ହେଉଥିବା ବେଳେ ଏହାକୁ କାଉଣ୍ଟର କରିବା ପାଇଁ ବିଜେପି ଚେଷ୍ଟା କରିଛି । ଏହାକୁ ନେଇ ରାଜ୍ୟବ୍ୟାପୀ ବିଜେପି କରୁଛି ସତ୍ୟାଗ୍ରହ । ବିଜେଡି ଦଳ ସମସ୍ତ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିସହ ରାଜ୍ୟରେ ଜଘନ୍ୟ ହତ୍ୟାକାଣ୍ଡ, ଶିଶୁ ଅପହରଣ, ସହ ବିଭିନ୍ନ ପ୍ରକାର ଅପରାଧରେ ବିଜେଡି ସବୁବେଳେ ଆଗୁଆ ।

ସେହିପରି ବିଜେଡି ନେତାଙ୍କ ସଂପୃକ୍ତି ଅଭିଯୋଗ ଆସୁଥିବା ବେଳେ ରାଜ୍ୟ ସରକାରଙ୍କ ନେତା ମନ୍ତ୍ରୀଙ୍କୁ ପୋଲିସ ସବୁବେଳେ ଘଣ୍ଟ ଘୋଡାଉଥିବା ଅଭିଯୋଗରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ନାରୀ ହିଂସା ଓ ନିର୍ଯାତନାକୁ ମଧ୍ୟ ରାଜ୍ୟ ସରକାର ରୋକିବାରେ ଅସମର୍ଥ ଥିବା ଅଭିଯୋଗ ହୋଇଛି । ତା ସହିତ ରାଜ୍ୟ ସରକାର ସମସ୍ତ ଅପରାଧକୁ ପ୍ରଶୟ ଦେଉଥିବା ଅଭିଯୋଗ କରି ରାଜ୍ୟ ସରକାରଙ୍କ ବିରୋଧରେ ସତ୍ୟାଗ୍ରହ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଜେପି ନେତା ଓ କର୍ମୀ ।

ଏହା ମଧ୍ୟ ପଢନ୍ତୁ-BJD Foundation Day: 26 ବର୍ଷରେ ପାଦ ଦେଲା BJD, ମହାପ୍ରଭୁଙ୍କୁ ଦୀପଦାନ

ବିଜେପି ସାରା ରାଜ୍ୟରେ ଓ ସମସ୍ତ ଜାଗାରେ ରାଜ୍ୟ ସରକାରଙ୍କ ବିରୋଧରେ ପୋଷ୍ଟର ଧରି ସତ୍ୟାଗ୍ରହ ଆନ୍ଦୋଳନ କରୁଛି । ଏନେଇ ରାଉରକେଲାର ଏହି ଆନ୍ଦୋଳନରେ ବିଜେପିର ଜିଲ୍ଲା ସଭାପତି ଲତିକା ପଟ୍ଟନାୟକ, ନିହାର ରାୟ, ଜଗବନ୍ଧୁ ବେହେରା, ପ୍ରମିଳା ଦାସ ଉପସ୍ଥିତ ଥିଲେ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.