ETV Bharat / state

ବିଜେପି ଜିତିବ ପଦ୍ମପୁର ଉପନିର୍ବାଚନ: ଜୁଏଲ ଓରାମ

author img

By

Published : Nov 28, 2022, 5:42 PM IST

ପଦ୍ମପୁର ଉପନିର୍ବଚନ ନେଇ ପ୍ରତିକ୍ରିୟା ରଖିଲେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ । ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ମନ୍ତବ୍ୟକୁ ଖଣ୍ଡନ । କହିଲେ ବିଜେଡି କେବଳ ହାଇଲାଇଟ ହେବା ପାଇଁ ଏଭଳି କହୁଛି । ପଦ୍ମପୁରରେ ବିଜେପି ଜିତିବ ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ । ଅଧିକ ପଢ଼ନ୍ତୁ

ବିଜେପି ଜିତିବ ପଦ୍ମପୁର ଉପନିର୍ବାଚନ: ଜୁଏଲ ଓରାମ
ବିଜେପି ଜିତିବ ପଦ୍ମପୁର ଉପନିର୍ବାଚନ: ଜୁଏଲ ଓରାମ

ରାଉରକେଲା: ପଦ୍ମପୁର ଉପନିର୍ବଚନ ନେଇ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ପ୍ରତିକ୍ରିୟା । କେନ୍ଦ୍ର କୃଷିମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ବୟାନରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ମନ୍ତବ୍ୟକୁ ଖଣ୍ଡନ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ । କହିଲେ ବିଜେଡି କେବଳ ହାଇଲାଇଟ ହେବା ପାଇଁ ଏଭଳି କହୁଛି । ପଦ୍ମପୁରରେ ବିଜେପି ଜିତିବା ନେଇ ସମ୍ପୂର୍ଣ୍ଣ ବିଶ୍ବାସ ଥିବା କହିଛନ୍ତି ବିଜେପି ସାଂସଦ ଜୁଏଲ ଓରାମ ।

ଗତକାଲି ନିର୍ବାଚନ ପ୍ରଚାର ସମୟରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଚାଷୀ ଫସଲ ବୀମା ନପାଇବା ନେଇ ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲେ । ତେବେ ଏହି ବୟାନକୁ ନେଇ ବିଜେଡି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କଟାକ୍ଷ କରି ପ୍ରତିକ୍ରିୟା ରଖିଥିଲେ । କେନ୍ଦ୍ର କୃଷିମନ୍ତ୍ରୀଙ୍କ ବୟାନ ଭିତ୍ତିହୀନ ବୋଲି କହିଥିଲେ ପ୍ରସନ୍ନ । ସେ କହିଥିଲେ "କେନ୍ଦ୍ରମନ୍ତ୍ରୀ ଏତେ ଅନଭିଜ୍ଞ କିଭଳି ହୋଇପାରନ୍ତି ଏବଂ ନିଜ ଦୋଷ ଲୁଚାଇବା ପାଇଁ ଏଭଳି ରାଜ୍ୟ ସରକାରଙ୍କ ଉପରେ ଦୋଷ ଦିଆଯାଇଛି ।" ସେହିଭଳି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡ଼ିଶା ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଥିବା କହିଥିଲେ । ବହୁବର୍ଷ ଧରି ବନ୍ଦ ପଡିଥିବା ବରଗଡ଼ -ନୂଆପଡା ରେଳ ପଥ ଉପରେ ପ୍ରତିକ୍ରିୟା ଦେଇ କହିଥିଲେ, "ରାଜ୍ୟ ସରକାର କାଲି ଜାଗା ଦିଅନ୍ତୁ ଆମେ ପରଦିନ କାମ ଆରମ୍ଭ କରିବୁ ।" ଏହାକୁ ମଧ୍ୟ ବିଜେଡି ଖଣ୍ଡନ କରିଥିଲା । କେନ୍ଦ୍ର ସରକାର ନିଜେ କୌଣସି ପ୍ରକାର ରେଳ ପଥ ନିର୍ମାଣ ପାଇଁ ଚିଠି କରିନାହାନ୍ତି, ବରଂ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି କରିଥିବା କହିଥିଲେ ପ୍ରସନ୍ନ ଆଚାର୍ଯ୍ୟ ।

ଏହା ମଧ୍ୟ ପଢ଼ନ୍ତୁ...ଅଶ୍ବିନୀଙ୍କ ମନ୍ତବ୍ୟ ଉପରେ ଜବାବ ରଖିଲା ବିଜେଡି, ପାଲଟା ପ୍ରତ୍ୟାରୋପ କଲେ ପ୍ରସନ୍ନ ଆଚାର୍ଯ୍ୟ

ତେବେ ଆଜି ରାଉରକେଲା ସହରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, "ପ୍ରସନ୍ନ ଆଚାର୍ଯ୍ୟ ବିଜେପିକୁ ପ୍ରମାଣ ଦେଖାନ୍ତୁ । ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କେବଳ କଥାକୁ ହାଇଲାଇଟ କରୁଛି ବିଜେଡି । ଏସବୁ କଥା ଅଯୁକ୍ତିକର । ବରଗଡ଼ ପଦ୍ମପୁର ଉପନିର୍ବାଚନ ବିଜେପି ଜିତିବ । ଆମ ପ୍ରାର୍ଥୀ ପୁରୁଣା ଓ ଅନୁଭବୀ । ତେଣୁ ବିଜେପି ହିଁ ପଦ୍ମପୁର ନିର୍ବାଚନ ଜିତିବ ।" ପଦ୍ମପୁରରେ ବିଜେପି ଜିତିବା ନେଇ ସମ୍ପୂର୍ଣ୍ଣ ବିଶ୍ବାସ ଥିବା କହିଛନ୍ତି ସାଂସଦ ଜୁଏଲ ଓରାମ ।

ଏହା ମଧ୍ୟ ପଢ଼ନ୍ତୁ...Padmapur By poll: କେନ୍ଦ୍ର କୃଷିମନ୍ତ୍ରୀଙ୍କ ବୟାନକୁ କଟାକ୍ଷ କଲେ ପ୍ରସନ୍ନ ଆଚାର୍ଯ୍ୟ

ତେବେ ବର୍ତ୍ତମାନ ପଦ୍ମପୁର ଉପନିର୍ବାଚନ ପାଇଁ ମୈଦାନ ସରଗରମ ରହିଛି । ଯାହାକୁ ନେଇ ବିଜେପି ବିଜେଡି ମଧ୍ୟରେ ଚାଲିଛି ରାଜନୈତିକ ବାଦ ବିବାଦ । ଉଭୟ ଦଳ ବିଭିନ୍ନ ପ୍ରସଙ୍ଗରେ ପରସ୍ପରକୁ ଦୋଷାରୋପ କରିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ଡିସେମ୍ବର ୫ ତାରିଖରେ ଲୋକେ ବାଛିବେ ନିଜର ଭରସା ଯୋଗ୍ୟ ପ୍ରାର୍ଥୀ । ସେଥିପାଇଁ କଂଗ୍ରେସ ମଧ୍ୟ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ପାଖରେ ପହଞ୍ଚୁଛି ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.