ETV Bharat / state

ରାଉରକେଲାରେ କେନ୍ଦ୍ର ସରକାର ବିରୋଧରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ - ରାଉରକେଲାରେ ଜୋରଦାର ଗର୍ଜିଲା ବିଜୁ ଜନତା ଦଳ

ରାଉରକେଲାରେ କେନ୍ଦ୍ର ସରକାର ବିରୋଧରେ ବିଜେଡିର ବିଶାଳ ବିକ୍ଷୋଭ । କେନ୍ଦ୍ର ସରକାରଙ୍କ ଜନ ମାରଣ ନୀତି ବିରୋଧରେ ବିଜେଡିର ବିରୋଧ ପ୍ରଦର୍ଶନ । କେନ୍ଦ୍ର ବିରୋଧରେ ଲଢେଇ ଜାରି ରହିବ କହିଲା ବିଜେଡି । ଅଧିକ ପଢ଼ନ୍ତୁ

କେନ୍ଦ୍ର ସରକାରଙ୍କ ବିରୋଧରେ ଜୋରଦାର ଗର୍ଜିଲା ବିଜୁ ଜନତା ଦଳ

author img

By

Published : Feb 17, 2023, 12:21 PM IST

କେନ୍ଦ୍ର ସରକାରଙ୍କ ବିରୋଧରେ ଜୋରଦାର ଗର୍ଜିଲା ବିଜୁ ଜନତା ଦଳ

ରାଉରକେଲା: କେନ୍ଦ୍ର ସରକାରଙ୍କ ବିରୋଧରେ ରାଉରକେଲାରେ ଜୋରଦାର ଗର୍ଜିଲା ବିଜୁ ଜନତା ଦଳ । ବିଶାଳ ରାଲି କରି ବିକ୍ଷୋଭ ପ୍ରଦର୍ଶନ କଲା ରାଉରକେଲା ଜିଲ୍ଲା ବିଜୁ ଜନତା ଦଳ । ଗତକାଲି ରାଉରକେଲା ଠାରେ କେନ୍ଦ୍ର ସରକାରଙ୍କ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛି ବିଜୁ ଜନତା ଦଳ । କେନ୍ଦ୍ର ସରକାରଙ୍କ ଚାଷୀ ଏବଂ ଜନ ମାରଣା ନୀତିକୁ ନେଇ ତୀଵ୍ର ବିରୋଧ ଦେଖିବାକୁ ମିଳିଛି । ଉପାନ୍ତରୁ ଉପକୂଳ, ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ସାରା ରାଜ୍ୟରେ ବିଜେଡି ପକ୍ଷରୁ ଜୋରଦାର ବିକ୍ଷୋଭ କରାଯାଇଥିଲା ।

ଗତକାଲି ସୁନ୍ଦରଗଡ଼ ଜିଲ୍ଲାର ସବୁ ବ୍ଲକ ମୁଖ୍ୟାଳୟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି ବିଜେଡି । ବିଜେଡି ଦଳ ଅଭିଯୋଗ କରିଛି, କେନ୍ଦ୍ର ବଜେଟରେ ଧାନ ସଂଗ୍ରହ ବାବଦରେ ୨୦ ହଜାର କୋଟି ଟଙ୍କା କାଟ୍ ହୋଇଛି । ୧୮ ଲକ୍ଷ ମେଟ୍ରିକ ଟନ୍ ବଦଳରେ ମାତ୍ର ୪ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠାଉଛି ଏଫସିଆଇ । ଫଳରେ ଚାଷୀଙ୍କର ଚାଉଳ ନଷ୍ଟ ହେବ । ଅନ୍ୟପଟେ ଚାଉଳ ବାବଦ ୧୪ ହଜାର କୋଟି ସବସିଡି ବି ଦେଉନି କେନ୍ଦ୍ର । ଏହା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି । ହେଲେ କେନ୍ଦ୍ର ଏଥିରେ କର୍ଣ୍ଣପାତ କରୁନି । ଚାଷୀଙ୍କ ହକ୍ ପାଇଁ ଗତ ୧୪ ତାରିଖରୁ ଆନ୍ଦୋଳନ କରୁଛି ବିଜେଡି ।

ତେବେ ଯଦି କେନ୍ଦ୍ର ସରକାର ମାତ୍ର ୪ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ କରିବେ, ବାକି ୨୯ଜିଲ୍ଲାର ଭାଗ୍ୟ କ’ଣ ହେବ ବୋଲି ବିଜେଡି ପ୍ରଶ୍ନ କରିଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୫ କେଜି ଚାଉଳ କାଟି ଦେଇଛନ୍ତି କେନ୍ଦ୍ର ସରକାର । କୋରୋନା କୁପ୍ରଭାବରୁ ଏପର୍ଯ୍ୟନ୍ତ ଗରିବ, ଖଟିଖିଆ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଆର୍ଥିକ ଅବସ୍ଥା ସୁଧୁରି ନାହିଁ । ଚାଉଳ କାଟିଦେଲେ ସେମାନେ ଚଳିବେ କେମିତି ବୋଲି କେନ୍ଦ୍ରକୁ ପ୍ରଶ୍ନ କରିଛି ବିଜେଡି ।

ସେହିପରି ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଚାଉଳ କଟିବାରୁ ଧାନ ସଂଗ୍ରହ ମଧ୍ୟ କ୍ଷତିଗ୍ରସ୍ତ ହେବ । କୃଷକମାନେ ଏମଏସପି ପାଇବାରୁ ବଞ୍ଚିତ ହେବେ ବୋଲି ବିଜେଡି ପକ୍ଷରୁ ଆଭିଯୋଗ ହୋଇଛି । ଚାଷୀ ଓ ଗରିବଙ୍କ ସହିତ ସବୁବେଳେ ବିଜେଡି ଅଛି ଓ ରହିବ ବୋଲି କହି ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେଡି । ଓଡ଼ିଶାର କୃଷକଙ୍କ ଅଧିକାର ପାଇଁ ଲଢେଇ ଜାରି ରଖିବ ବୋଲି କହିଛି ବିଜେଡି ଦଳ ।

ତେବେ ବିକ୍ଷୋଭରେ ରାଉରକେଲାରେ ରାଉରକେଲା ବିଧାୟକ ସାରଦା ନାୟକ ଯୋଗ ଦେଇଥିଲେ ଏବଂ ଏକ ବିଶାଳ ରାଲି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅଫିସକୁ ପହଞ୍ଚି ସେଠାରେ କେନ୍ଦ୍ର ସରକାର ବିରୋଧରେ ଏକ ଦାବିପତ୍ର ପ୍ରଦାନ କରିଥିଲା । ଏହି ବିକ୍ଷୋଭରେ ରାଉରକେଲା ସହରର ଶହ ଶହ ଗରିବ ଏବଂ ଚାଷୀ ପରିବାର ଯୋଗ ଦେଇଥିଲେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.