ସୁନ୍ଦରଗଡ: ଆଗକୁ ଆସୁଛି ନିର୍ବାଚନ । ନିର୍ବାଚନ ଲଢିବାକୁ ବିଜୁ ଜନତା ଦଳକୁ ଆଉ ପାଦେ ଆଗୁଆ ବଢିବାକୁ ବିଜେଡି ଆରମ୍ଭ କରିଛି ମିଶ୍ରଣ ପର୍ବ । ସୁନ୍ଦରଗଡ ଜିଲ୍ଲା ତଳସରା ନିର୍ବାଚନ ମଣ୍ଡଳୀରେ ମିଶ୍ରଣ ପର୍ବର ବିଗୁଲ ଫୁଙ୍କିଛି ବିଜେଡି ।
ତଳସରା ନିର୍ବାଚନ ମଣ୍ଡଳୀର ଜଗତଗଡରେ ହୋଇଛି ବିଜେଡିର ମହାମିଶ୍ରଣ ପର୍ବ । ତଳସରା ନିର୍ବାଚନ ମଣ୍ଡଳୀର ପ୍ରାୟ 58 ଟି ଗ୍ରାମ ପଞ୍ଚାୟତର କଂଗ୍ରେସ ଓ ଭାଜପା ନେତା ମାନେ ସେମାନଙ୍କ ଦଳ ଛାଡି ନବୀନ ବାବୁଙ୍କ ଶାସନ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦାନ କରିଛନ୍ତି । ଆଉ ସେମାନଙ୍କ ସ୍ବାଗତ କରିଛନ୍ତି ପ୍ରଣବ ଦାଶ, ପ୍ରୀତିରଂଜନ ଘଡେଇ , ବିନୟ ଟପ୍ପୋ, ସାରଦା ପ୍ରସାଦ ନାୟକଙ୍କ ପରି ଅନେକ ଆଦର୍ଶ ନେତା । କେବଳ ସେତିକି ନୁହେଁ ସେମାନଙ୍କୁ ସମ୍ବର୍ଦ୍ଧିତ କରି ବିଜେଡି ଦଳକୁ ପାଛୋଟି ଆଣିଛନ୍ତି ।
ପ୍ରାୟ 80ଟି ସାଂସ୍କୃତିକ ଦଳ ଆଦିବାସୀ ନାଚଗୀତରେ ଆଗନ୍ତୁକ ମାନଙ୍କୁ ମିଶ୍ରଣ ପର୍ବ ମଇଦାନକୁ ସମ୍ମାନର ସହିତ ସ୍ବାଗତ କରିଥିଲେ । ଏହି ମିଶ୍ରଣ ପର୍ବରେ ପ୍ରାୟ 1000 ରୁ ଅଧିକ କଂଗ୍ରେସ ଓ ଭାଜପା କର୍ମୀ ଦଳ ପରିତ୍ୟାଗ କରି ବିଜେଡିରେ ସାମିଲ ହୋଇଛନ୍ତି ।
ସୁନ୍ଦରଗଡରୁ ହରିହର ଦାସମହାପାତ୍ର, ଇଟିଭି ଭାରତ