ETV Bharat / state

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ 105 ତମ ଜନ୍ମ ଜୟନ୍ତୀ ପାଳିତ

ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ 105 ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ଦୁଇ ଶ୍ରମିକ ସଂଗଠନ ନର୍ଥ ଓଡିଶା ୱାର୍କର୍ସ ୟୁନିଅନ୍ ଓ ଓଡିଶା ମିନେରାଲ ୱାର୍କର୍ସ ୟୁନିଅନର ଅଢେଇ ହଜାରରୁ ଉର୍ଦ୍ଧ୍ଵ ଶ୍ରମିକ ବିଜୁ ଶ୍ରମିକ ସାମ୍ମୁଖ୍ୟରେ ସାମିଲ ହୋଇ ମହାମିଶ୍ରଣ ସମାବେଶରେ ଯୋଡିହୋଇଛନ୍ତି । ଅଧିକ ପଢନ୍ତୁ...

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ 105 ତମ ଜନ୍ମ ଜୟନ୍ତୀ ପାଳିତ
ପ୍ରବାଦ ପୁରୁଷ ବିଜୁ ବାବୁଙ୍କ 105 ତମ ଜନ୍ମ ଜୟନ୍ତୀ ପାଳିତ
author img

By

Published : Mar 6, 2021, 7:36 AM IST

ସୁନ୍ଦରଗଡ: ପ୍ରବାଦ ପୁରୁଷ ବିଜୁ ବାବୁଙ୍କ 105 ତମ ଜନ୍ମ ଜୟନ୍ତୀ ଅବସରରେ ଉତ୍ସବ ମୁଖର ହୋଇ ଉଠିଛି ବଣାଇଁ ନିର୍ବାଚନ ମଣ୍ଡଳୀ l ବରସୁଆଁଠାରେ ଗତକାଲି(ଶୁକ୍ରବାର) ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହେବା ସହ ଏକ ଶ୍ରମିକ ସମାବେଶ ଆୟୋଜିତ ହୋଇଥିଲା I ରାଉରକେଲା ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେଲ ଛକଠାରେ ବିଜୁବାବୁଙ୍କ ନବନିର୍ମିତ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ l ପରେ ଦୁଇ ଶ୍ରମିକ ସଂଗଠନ ନର୍ଥ ଓଡିଶା ୱାର୍କର୍ସ ୟୁନିଅନ୍ ଓ ଓଡିଶା ମିନେରାଲ ୱାର୍କର୍ସ ୟୁନିଅନର ଅଢେଇ ହଜାରରୁ ଉର୍ଦ୍ଧ୍ଵ ଶ୍ରମିକ ବିଜୁ ଶ୍ରମିକ ସାମ୍ମୁଖ୍ୟରେ ସାମିଲ ହୋଇ ମହା ମିଶ୍ରଣ ସମାବେଶରେ ଯୋଡିହୋଇଛନ୍ତି । ଏହା ସହ ସବୁଦିନ ପାଇଁ ବିଜେଡିକୁ ସମର୍ଥନ କରିବା ସହ ବିଜୁ ବାବୁଙ୍କ ଆଦର୍ଶରେ କାମ କରିବେ ବୋଲି ଘୋଷଣା କରିଛନ୍ତି l

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ 105 ତମ ଜନ୍ମ ଜୟନ୍ତୀ ପାଳିତ

ଏହି ଶ୍ରମିକ ସମାବେଶ ବିଜୁ ଶ୍ରମିକ ସାମ୍ମୁଖ୍ୟ ସୁନ୍ଦରଗଡ଼ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବିଜୁ ବାବୁଙ୍କ ଆଦର୍ଶ ଓ ନବୀନ ବାବୁଙ୍କ ସ୍ଵଚ୍ଛ ଶାସନ ପ୍ରତି ଆକୃଷ୍ଟ ହୋଇ ଆଜି ଏହି ଦୁଇ ସଂଗଠନ ତାଙ୍କର ସମସ୍ତ ସଦସ୍ୟଙ୍କୁ ନେଇ ଏଥିରେ ସାମିଲ ହୋଇଛନ୍ତି । ଏ ନେଇ ସାରା ବରସୁଆଁ ଅଞ୍ଚଳରେ ଖୁସିର ଲହରି ଦେଖାଦେଇଛି । ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀରେ ଏଭଳି କାର୍ଯ୍ୟକ୍ରମ କେବଳ ନେତାଙ୍କୁ ନୁହେଁ ତୃଣମୂଳ ସ୍ତରରେ କର୍ମୀଙ୍କୁ ମଧ୍ୟ ପ୍ରେରଣା ଯୋଗାଇଛି ।

ବରସୁଆଁ ପରି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀରେ ମଧ୍ୟ ପ୍ରବାଦ ପୁରୁଷଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଛି । ରାଜଗାଙ୍ଗପରୁର କର୍ମୀମାନେ ସ୍ଥାନୀୟ ଡାକ୍ତରଖାନାକୁ ଯାଇ ରୋଗୀମାନଙ୍କର ଅବସ୍ଥା ବୁଝିଛନ୍ତି । ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀରେ ମଧ୍ୟ ପ୍ରବାଦ ପୁରୁଷଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଛି । ବିଜେଡି ରାଜ୍ୟ ସଂପାଦକ ଯୋଗେଶ କୁମାର ସିଂ ଏହି ଉତ୍ସବରେ ଯୋଗଦେଇ କର୍ମୀଙ୍କ ସହ ପଥଚାରୀଙ୍କୁ ସର୍ବତ ବାଣ୍ଟିଛନ୍ତି ।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.