ETV Bharat / state

ଥଇଥାନ୍‌ ହୋଇନାହାନ୍ତି ବିସ୍ଥାପିତ, ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ରେଲୱେ ଆକ୍ସନ କମିଟିର ବିକ୍ଷୋଭ

author img

By ETV Bharat Odisha Team

Published : Nov 8, 2023, 11:49 AM IST

ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ରେଳପଥର ଚତୁର୍ଥ ଲାଇନ ସମ୍ପ୍ରସାରଣକୁ ତୀବ୍ର ବିରୋଧ । ଅଧିକ ପଢ଼ନ୍ତୁ

bandhamunda action committee protest
bandhamunda action committee protest
bandhamunda action committee protest

ରାଉରକେଲା: ବନ୍ଧମୁଣ୍ଡାରେ ରେଳ ସମ୍ପ୍ରସାରଣକୁ ନେଇ ବିକ୍ଷୋଭ ପ୍ରଦର୍ଶନ । ଏନେଇ ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ରେଳପଥର ଚତୁର୍ଥ ଲାଇନ୍‌ ସମ୍ପ୍ରସାରଣକୁ ତୀବ୍ର ବିରୋଧ କରିଛନ୍ତି ବିକ୍ଷୋଭକାରୀ ।

ତେବେ ରାଉରକେଲା ଇସ୍ପାତ୍‌ କାରଖାନାର ଜମି ଅଧିଗ୍ରହଣ ଓ ପରବର୍ତ୍ତୀ ଥଇଥାନ ପ୍ରକ୍ରିୟାକୁ ନେଇ ଦୀର୍ଘଦିନ ଧରି ବିବାଦ ଲାଗି ରହିଛି । ଯାହାର ସମାଧାନ ପାଇଁ ଦାବି କରିଛନ୍ତି ଲୋକେ । ପ୍ରାୟ ସାତ ଦଶନ୍ଧି ଧରି ଅବହେଳିତ ହୋଇ ରହିଛି ଏହି ଇସ୍ପାତ କାରଖାନାର ଜମି । ତେଣୁ ବହୁଦିନ ଧରି ଏହି ଜମି ଅଧିଗ୍ରହଣ ଏବଂ ଫେରସ୍ତକୁ ନେଇ ସମାଧାନ ନହେବା ବିବାଦକୁ କେନ୍ଦ୍ର କରି ଗତକାଲି ବିକ୍ଷୋଭ କରିଥିଲା ବନ୍ଧମୁଣ୍ଡା ରେଲୱେ ଆକ୍ସନ କମିଟି ।

2006 ମସିହା ଜାନୁଆରୀ 11 ତାରିଖରେ ତତ୍କାଳୀନ ଆର୍‌ଡିସି ଅମଳରେ ହୋଇଥିବା ଏକ ଯୁଗାନ୍ତକାରୀ ଚୁକ୍ତିନାମାରେ ସମ୍ବଲପୁର ଅଶୋକ ଦଳବାଇଙ୍କ ତତ୍ତ୍ୱାବଧାନରେ ଏହି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ଆଜି ଯାଏଁ ଏହାର ସମାଧାନ ହୋଇପାରିନାହିଁ । କାରଣ ଜମି ରାଉରକେଲା ଇସ୍ପାତ କାରଖାନା ସିଧାସଳଖ ରେଳବାଇ ବିଭାଗକୁ ହସ୍ତାନ୍ତର କରିଛି ।

ଏହା ମଧ୍ୟ ପଢ଼ନ୍ତୁ - ବୋନସ ଦାବି ନେଇ ଭାରତୀୟ ମଜଦୂର ସଙ୍ଘର ବିକ୍ଷୋଭ ପ୍ରଦର୍ଶନ

ସେପଟେ ବିସ୍ଥାପିତ ଜମିର କୌଣସି ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ରେଳ ସମ୍ପ୍ରସାରଣ ସହିତ ଜଡିତ ସମସ୍ତ ପ୍ରକଳ୍ପକୁ ତୁରନ୍ତ ବନ୍ଦ କରିବା ପାଇଁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି । ଆନ୍ଦୋଳନକାରୀମାନେ ଏଭଳି କଡ଼ା ଚେତାବନୀ ଦେଇ ସ୍ପଷ୍ଟ କରିଛନ୍ତି ଯେ, ଯଦି ଭବିଷ୍ୟତରେ ପରିସ୍ଥିତି ପ୍ରତିକୂଳ ମୋଡ଼ ନେଇଥାଏ ତେବେ ଏହାର ଯେ କୌଣସି ପରିଣାମ ପାଇଁ ପ୍ରଶାସନ ଦାୟୀ ରହିବ । ଦଶନ୍ଧି ଦଶନ୍ଧି ଧରି ଲାଗି ରହିଥିବା ଏହି ସମସ୍ୟାର ସମାଧାନ ଓ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ଚୁପ ରହିଛନ୍ତି । ତେଣୁ ବାଧ୍ୟ ହୋଇ ବନ୍ଧମୁଣ୍ଡା ରେଳ ଆକ୍ସନ କମିଟି ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.