ETV Bharat / state

ବଡଗାଁ ସୁନା ଦୋକାନୀ ହତ୍ୟା ଓ ଲୁଟ ଘଟଣା ପର୍ଦ୍ଦାଫାଶ, 5 ଗିରଫ - ମାଲକାନଗିରି ଜିଲ୍ଲା ଖବର

ସୁନ୍ଦରଗଡ ଜିଲ୍ଲା ବଡଗାଁ ସୁନା ଦୋକାନୀଙ୍କୁ ହତ୍ୟା ଓ ସୁନା ଲୁଟ ଘଟଣାରେ 5 ଜଣଙ୍କୁ ପୋଲିସ ଗିରଫ କରିଛି । ଅଧିକ ପଢନ୍ତୁ...

ବଡଗାଁ ସୁନା ଦୋକାନୀ ହତ୍ୟା ଓ ଲୁଟ ଘଟଣା , 5 ଗିରଫ

author img

By

Published : Mar 10, 2021, 11:01 PM IST

ସୁନ୍ଦରଗଡ: ଜିଲ୍ଲା ବଡଗାଁ ସୁନା ଦୋକାନୀଙ୍କୁ ହତ୍ୟା ଓ ସୁନା ଲୁଟ ଘଟଣାରେ 5 ଜଣଙ୍କୁ ପୋଲିସ ଗିରଫ କରିଛି । ତେବେ ଏହି ଘଟଣାରେ 7 ଜଣଙ୍କ ସଂପୃକ୍ତି ଥିବା କଥା ପୋଲିସ କହିଛି । ଏବେବି ପୋଲିସର ତଦନ୍ତ ଜାରି ରହିଛି । ଗତ ମାର୍ଚ୍ଚ 1 ତାରିଖ ସକାଳ ପ୍ରାୟ ସାଢେ ନଅଟା ସମୟରେ ସ୍ପଷ୍ଟ ଦିବାଲୋକରେ ଘଟିଥିଲା ଏହି ଅପରାଧିକ କାଣ୍ଡ ।

ବଡଗାଁ ସୁନା ଦୋକାନୀ ହତ୍ୟା ଓ ଲୁଟ ଘଟଣା , 5 ଗିରଫ

ବଡଗାଁ ବସଷ୍ଟାଣ୍ଡ ଛକରେ ଥିବା ମା ମଙ୍ଗଳା ଜୁଏଲାରୀ ମାଲିକ 26 ବର୍ଷୀୟ ରୋହିତ ବର୍ମା ଓ 68 ବର୍ଷୀୟ ସରୋଜ ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ଏମାନେ ସୁନା ଲୁଟି ଫେରାର ମାରିଥିଲେ । ବାଇକରେ 3 ଜଣ ଦୁର୍ବୃତ୍ତ ଆସି ରୋହିତଙ୍କ ଉପରକୁ ଗୁଳି କରି ତାଙ୍କ ଠାରୁ ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗ ଛଡାଇ ଫେରାର ହେଉଥିବା ବେଳେ ନିକଟରେ ଥିବା ସରୋଜ ଦାସ ଅପରାଧିଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ଅଭିଯୁକ୍ତ ମାନେ ଗୁଳି କରିଥିଲେ ।

ତେବେ ଦୋକାନ ମାଲିକ ରୋହିତଙ୍କର ଘଟଣା ସ୍ଥଳରେହିଁ ମୃତ୍ୟୁ ହୋଇଥିଲା । ପୋଲିସ ଲୁଟେରାଙ୍କୁ କାବୁ କରିବାପାଇଁ ସେଦିନ ବଡଗାଁର ସମସ୍ତ ସୀମାକୁ ସିଲ କରି ତଦନ୍ତ ଜାରି ରଖିଥିଲା । ତେବେ ଏମାନେ ବାହାର ରାଜ୍ୟକୁ ଖସି ଯିବାରେ ସଫଳ ହୋଇଥିଲେ । ସୁନ୍ଦରଗଡ ପୋଲିସ ଏ ନେଇ ଅଧିକ ସକ୍ରିୟ ହେବା ସହ ବିହାର , ଝାରଖଣ୍ଡ ଓ ସୁନ୍ଦରଗଡ ପୋଲିସ ସହାୟତାରେ ଅପରାଧୀଙ୍କୁ ଧରିବା ପାଇଁ ସ୍ବାତନ୍ତ୍ର ବ୍ୟବସ୍ଥା କରିଥିଲା । ଆଜି ସେମାନଙ୍କ ମଧ୍ୟରୁ 5 ଜଣଙ୍କୁ ବିହାରର ଏକ ଅଞ୍ଚଳରୁ ଧରିବା ସହ ସେମାନଙ୍କ ନିକଟରୁ 3 ଶହ ଗ୍ରାମ ଓଜନର ସୁନା ଅଳଙ୍କାର ସହିତ 2 ଲକ୍ଷ 70 ହଜାର ଟଙ୍କା ଓ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ପିସ୍ତଲ ଓ କେତେକ ଜୀବନ୍ତ ଗୁଳି ଜବତ କରିଛି । ତେବେ ସମସ୍ତ ଅଭିଯୁକ୍ତଙ୍କ ନାମରେ ବିହାର ଓ ଝାରଖଣ୍ଡ ରାଜ୍ୟର ନରହତ୍ୟାପରି ସଂଙ୍ଗୀନ ଅଭିଯୋଗ ଥିବାରୁ ସେମାନଙ୍କୁ ବିହାରରେ ରଖା ଯାଇଥିବା କଥା ସୁନ୍ଦରଗଡ ଏସପି କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.