ETV Bharat / state

ସୁସ୍ମିତା ମିଞ୍ଜ ମୃତ୍ୟୁ ରହସ୍ୟ ଉପରୁ କେବେ ଉଠିବ ପରଦା ? CBI ତଦନ୍ତ ଦାବି କଲା ପରିବାର

author img

By ETV Bharat Odisha Team

Published : Oct 10, 2023, 9:57 PM IST

ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା । କେବେ ହେବ ଦୁଇ IAS ଅଧିକାରୀଙ୍କୁ ଜେରା। କଲ ଏବଂ ଚାର୍ଟ ରେକର୍ଡକୁ ତନତନ କରି ଯାଞ୍ଚ କରୁଛି ପୋଲିସ । ଅଧିକ ପଢନ୍ତୁ

ବହୁ ଚର୍ଚ୍ଚିତ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା

ରାଉରକେଲା: ବହୁ ଚର୍ଚ୍ଚିତ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା । ଚାଲିଛି ତଦନ୍ତ କିନ୍ତୁ ହଟୁନାହିଁ ପରଦା । ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣାକୁ ବର୍ତ୍ତମାନ ବିତିଲା 21 ଦିନ ବିତି ଯାଇଥିଲେ ବି ଖୋଲି ପାରୁନି ମୃତ୍ୟୁ ପଛର ଗୁମର । ବର୍ତ୍ତମାନ ଏହି ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲାରେ ଚାଲିଛି HRPC ପକ୍ଷରୁ ତଦନ୍ତ । ଜଣକ ପରେ ଜଣଙ୍କୁ ଜେରା କରୁଛି HRPC । ତେବେ ବିଡ଼ିଓ ଏବଂ ସିଡିପିଓଙ୍କୁ ପ୍ରଥମେ ଜେରା କରାଯାଇଥିଲା । ତେବେ ଜିଲ୍ଲାପାଳ ଏବଂ ରାଉରକେଲା ଉପଜିଲ୍ଲାପାଳଙ୍କୁ ତଦନ୍ତ ପରିସରକୁ ନନେବାକୁ ନେଇ ପରିବାର ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ମାମଲାର ତଦନ୍ତ ଭାର ସିବିଆଇକୁ ଦେବା ପାଇଁ ଦାବି କରିଛନ୍ତି ପରିବାର ।

ଜେରା ସମୟରେ ଗୁରୁଣ୍ଡିଆ ବିଡିଓ ସ୍ୱୀକାର କରିଛନ୍ତି ଯେ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ସୁସ୍ମିତାଙ୍କ ପରିବାର ନିକଟକୁ ଯାଇ ସୁସ୍ମିତା ଡିପ୍ରେସନରେ ଥିବା କଥା ପ୍ରକାଶ କରିବାକୁ କରିଥିଲେ । ପାରିବାରିକ ମାମଲାରୁ ନେଇ ପ୍ରଫେସନାଲ ମାମଲା ସବୁ ଦିଗ ନେଇ ତଦନ୍ତ ଜୋରସୋର କରିଛି ତଦନ୍ତକାରୀ ଟିମ୍‌ । ତେବେ ତାଙ୍କ ସ୍ୱାମୀ ଓ ତାଙ୍କର ବିବାହ ବିଚ୍ଛେଦଠାରୁ ନେଇ ସମସ୍ତ ସମ୍ପର୍କରେ ପଚରାଉଚରା କରିଥିଲା ଟିମ । ଡିପ୍ରେସନ୍‌ ଥିବା କଥା ତାଙ୍କ ସ୍ୱାମୀ ଜାଣିଥିଲେ କି ନାହିଁ ଏବଂ କାର୍ଯ୍ୟସ୍ଥଳୀରେ ହୋଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା ସମ୍ପର୍କରେ ପଚାରି ବୁଝିଛି HRPC ।

ପୋଲିସ ସୂଚନା, ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁର ଦୁଇଦିନ ପୂର୍ବରୁ ଯେଉଁମାନଙ୍କ ସହ ଫୋନରେ ଅଧିକ ସମୟ ଧରି କଥାବାର୍ତ୍ତା ହୋଇଥିଲେ ସେମାନଙ୍କୁ ଗତକାଲି ଏବଂ ଆଜି ଜେରା କରାଯାଇଛି । ମଉସାମାଉସୀ ଏବଂ ଜଣେ ବନ୍ଧୁଙ୍କୁ ମଧ୍ୟ ପୋଲିସ ଜେରା କରିଛି । ତେବେ ସବୁ ଦିଗକୁ ନେଇ ଜେରା ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ..ଖୋଲୁନି ଆସିଷ୍ଟାଣ୍ଟ କଲେକ୍ଟରଙ୍କ ମୃତ୍ୟୁ ରହସ୍ୟ, ସୁସ୍ମିତାଙ୍କ ସ୍ବାମୀଙ୍କୁ ପଚରାଉଚରା

ତେବେ ଏହାରି ମଧ୍ୟରେ ଘଟଣା ଆରମ୍ଭରୁ ସୁନ୍ଦରଗଡ଼ ଜିଲ୍ଲାପାଳ ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଏହି ମୃତ୍ୟୁ ଘଟଣାର ମୁଖ୍ୟ ଦୋଷୀ ବୋଲି ପରିବାର ଲୋକେ ଅଭିଯୋଗ ଆଣୁଛନ୍ତି । ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯେ, ସୁନ୍ଦରଗଡ଼ ଜିଲ୍ଲାପାଳ ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ଜେରା କେବେ ହେବ ? ଏବଂ କିଏ କରିବ ଦୁଇ IASଙ୍କୁ ଜେରା ? ଏଭଳି ପ୍ରଶ୍ନ ବର୍ତ୍ତମାନ ସମସ୍ତଙ୍କ ମନରେ ଉଙ୍କି ମାରୁଚି । ତେବେ ବର୍ତ୍ତମାନ ସୁସ୍ମିତା ମିଞ୍ଜଙ୍କ CDR ଏବଂ ଅନ୍ୟାନ୍ୟ ହ୍ଵାଟ୍ସଆପ୍‌ ଚାଟ୍‌ ମେସେଜ୍‌ ଆଦିକୁ ତନ୍ନତନ୍ନ କରି ଦେଖି ସମସ୍ତଙ୍କୁ ତଦନ୍ତ ପରିସର ଭୁକ୍ତ କରୁଛି ପୋଲିସ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.