ETV Bharat / state

ହରିୟାଣାରେ ଆଶାକର୍ମୀଙ୍କୁ ଅଟକରଖିଲା ପୋଲିସ, ରାଉକେଲାରେ ବିରୋଧ ପ୍ରଦର୍ଶନ

author img

By ETV Bharat Odisha Team

Published : Aug 31, 2023, 4:25 PM IST

ରାଉରକେଲାରେ ଅତିରିକ୍ତ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଆଶାକର୍ମୀମାନଙ୍କ ବିକ୍ଷୋଭ ପ୍ରଦର୍ଶନ। ହରିୟାଣାରେ ହୋଇଥିବା ଅତ୍ୟାଚାର ବିରୋଧ କରି ମୌଳିକ ଦାବିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କଲା ଆଶାକର୍ମୀ ଆସୋସିଏସନ। ଅଧିକ ପଢନ୍ତୁ

ଅତିରିକ୍ତ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଆଶାକର୍ମୀମାନଙ୍କ ବିକ୍ଷୋଭ ପ୍ରଦର୍ଶନ

ରାଉରକେଲା: ରାଉରକେଲାରେ କେନ୍ଦ୍ର ଓ ରାଜ୍ୟ ସରାକାର ବିରୋଧରେ ଗର୍ଜିଲେ ଆଶାକର୍ମୀ । ଅତିରିକ୍ତ ଜିଲ୍ଲାପାଳ ଅଫିସ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆଶାକର୍ମୀ । ନିଜର ମୌଳିକ ଅଧିକାର ଏବଂ ବିଭିନ୍ନ ଦାବିକୁ ନେଇ ଆଜି ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସାରା ଦେଶରେ ଆଜି ଆଶାକର୍ମୀ ଆସୋସିଏସନ ନିଜର ମୌଳିକ ଅଧିକାରକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ହରିୟାଣାରେ ହୋଇଥିବା ଆଶାକର୍ମୀମାନଙ୍କ ଉପରେ ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିଛି ଆଶାକର୍ମୀ ଆସୋସିଏସନ ।

ଓଡିଶା ଆଶାକର୍ମୀ ଆସୋସିଏସନ ସାଧାରଣ ସମ୍ପାଦକ ଶକୁନ୍ତଳା ମହାନ୍ତ କହିଛନ୍ତି, ‘‘ହରିଆଣା ଆଶାକର୍ମୀମାନେ ଦୀର୍ଘ 21 ଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ହେଲେ ହରିଆଣା ସରକାର ସେମାନଙ୍କ ଦାବି ସମ୍ପର୍କିତ ଚିଠିର ଉତ୍ତର ଦେଇନଥିଲା । ଏହାପରେ ହରିୟାଣାର ସମସ୍ତ ଜିଲ୍ଲାର ଆଶାକର୍ମୀ ୟୁନିୟନ ଚଣ୍ଡିଗଡ଼ ଅଭିମୁଖେ ପଦଯାତ୍ରା କରି ହରିୟାଣା ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ପୋଲିସ ସେମାନଙ୍କୁ ଅଟକାଇବା ସହ ଥାନାରେ ଅଟକ ରଖିଛି । ଆଶାକର୍ମୀ ନିଜ ମୌଳିକ ଅଧିକାର ଦାବି କରୁଥିଲେ ମଧ୍ଯ ସରକାର ତାହା ଶୁଣି ନାହିଁ । ଆଶାକର୍ମୀଙ୍କୁ ଭତ୍ତା, ସ୍ଥାୟୀ ନିଯୁକ୍ତି, ପ୍ରୋତ୍ସାହନ ରାଶି, ସାମାଜିକ ସୁରକ୍ଷା ସୁବିଧା, ପିଏଫ ଏବଂ ଅବସରକାଳୀନ ସୁବିଧା ଏବଂ ଅଭିଜ୍ଞତା ଓ ଯୋଗ୍ୟତା ଆଧାରରେ ପଦୋନ୍ନତି ଦିଆଯିବା ନେଇ ସରକାର ପ୍ରତିଶ୍ରୁତି ଦେଇଥିଲେ । ହେଲେ ନିର୍ବାଚନ ସରିବା ପରେ ସରକାର କିଛି ଶୁଣୁ ନାହାନ୍ତି । ଏହି ସବୁ ଦାବିକୁ ନେଇ ହରିଆଣାରେ ଆଶାକର୍ମୀ ଆନ୍ଦୋଳନକୁ ଓହ୍ଲାଇଥିଲେ । ହେଲେ ହରିୟାଣା ସରକାର ଏବଂ କେନ୍ଦ୍ର ସରକାର ଏମାନଙ୍କ ଦାବି ପ୍ରତି ଧ୍ୟାନ ଦେଉ ନଥିଲେ । ଏବଂ ଏହାର ବିରୋଧ କରିବାରୁ ହରିୟାଣାରେ ଆନ୍ଦୋଳନକାରୀ ଆଶାକର୍ମୀ ସମସ୍ତଙ୍କୁ ପୋଲିସ 144 ଧାରା ଲଗାଇ ଥାନାରେ ଅଟକ ରଖିଛି । ଯାହାର ପ୍ରିତିବାଦରେ ଆଶା ଆସୋସିଏସନ ଆନ୍ଦୋଳନ କୁ ଓହ୍ଲାଇଛି ।’’

ଅଧିକ ପଢନ୍ତୁ..ଅପହଞ୍ଚ ଇଲାକାର ଆଶାର କିରଣ ସଞ୍ଜିତା, ନଦୀ ଗିରି ଲଙ୍ଘି ଯୋଗାଉଛନ୍ତି ସ୍ବାସ୍ଥ୍ୟସେବା

ଆଶା ଏବଂ ଅଙ୍ଗନବାଡି କର୍ମୀମାନଙ୍କ ବିଭିନ୍ନ ଦାବି ନେଇ ରାଉରକେଲା ଉଦିତନଗର ଅତିରିକ୍ତ ଜିଲ୍ଲାପାଳ ଅଫିସ ଠାରେ ଆଜି ବିରୋଧ ପ୍ରଦର୍ଶନ କରିଛନ୍ତି । ଏହି ବିରୋଧ ପ୍ରଦର୍ଶନରେ ବହୁ ମାତ୍ରାରେ ଆଶାକର୍ମୀମାନେ ଯୋଗ ଦେଇ ନିଜର ମୌଳିକ ଅଧିକାର ପାଇଁ ଦାବି ଉପସ୍ଥାପନ କରିଥିଲେ । ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ତେବେ ରାଉରକେଲାରେ ମଧ୍ୟ ହୋଇଥିବା ବିକ୍ଷୋଭରେ ବିଭିନ୍ନ ଦାବି କରାଯାଇଥିଲା । ତେବେ ଆଶାକର୍ମୀଙ୍କ ଏହି ଆନ୍ଦୋଳନକୁ CITU ଦଳ ସମର୍ଥନ କରିଛି ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.