ETV Bharat / state

ରାଉରକେଲାରେ ଶିକ୍ଷା କ୍ଷେତ୍ରରେ ଅବ୍ୟବସ୍ଥା ନେଇ ରାଜ୍ୟ ସରକାର ଉପରେ ବର୍ଷିଲା ଆପ୍‌

author img

By ETV Bharat Odisha Team

Published : Oct 13, 2023, 8:36 AM IST

Updated : Oct 13, 2023, 1:13 PM IST

ରାଉରକେଲାରେ ଶିକ୍ଷା ବିଭାଗର ଅବ୍ୟବସ୍ଥା ନେଇ ରାଜ୍ୟ ସରକାର ଉପରେ ବର୍ଷିଲା ଆମ ଆଦମୀ ପାର୍ଟି । ରାଉରକେଲା ସହରରେ ସରକାରୀ ବିଦ୍ୟାଳୟଗୁଡିକର ଅବସ୍ଥା ବେହାଲ । ରାଜ୍ୟ ସରକାର ସରକାରୀ ସ୍କୁଲକୁ ଉନ୍ନତିକରଣ ବଦଳରେ ଅବନ୍ନତି କରୁଥିବା ଅଭିଯୋଗ କରିଛି ଆପ । ଅଧିକ ପଢନ୍ତୁ

ରାଉରକେଲାରେ ଶିକ୍ଷା କ୍ଷେତ୍ରରେ ଅବ୍ୟବସ୍ଥା ନେଇ ରାଜ୍ୟ ସରକାର ଉପରେ ବର୍ଷିଲା ଆପ
ରାଉରକେଲାରେ ଶିକ୍ଷା କ୍ଷେତ୍ରରେ ଅବ୍ୟବସ୍ଥା ନେଇ ରାଜ୍ୟ ସରକାର ଉପରେ ବର୍ଷିଲା ଆପ
ରାଉରକେଲାରେ ଶିକ୍ଷା କ୍ଷେତ୍ରରେ ଅବ୍ୟବସ୍ଥା ନେଇ ରାଜ୍ୟ ସରକାର ଉପରେ ବର୍ଷିଲା ଆପ୍‌

ରାଉରକେଲା: ରାଉରକେଲାରେ ଶିକ୍ଷା ବିଭାଗର ଅବ୍ୟବସ୍ଥା ନେଇ ରାଜ୍ୟ ସରକାର ଉପରେ ବର୍ଷିଲା ଆମ ଆଦମୀ ପାର୍ଟି । ରାଉରକେଲା ସହରରେ ସରକାରୀ ବିଦ୍ୟାଳୟଗୁଡିକର ଅବସ୍ଥା ବେହାଲ । ରାଜ୍ୟ ସରକାର ସରକାରୀ ସ୍କୁଲକୁ ଉନ୍ନତିକରଣ ବଦଳରେ ଅବନ୍ନତି କରୁଛନ୍ତି ବୋଲି ଅଭିଯୋଗ କରିଛି ଆପ । ରାଉରକେଲା ସହରର ପ୍ରମୁଖ ସ୍ଥାନ ଡେଲି ମାର୍କେଟ, ବାସନ୍ତୀ କଲୋନୀ, ପାନପୋଷ, ରିଜର୍ଭ ପୋଲିସ ଲାଇନ ଆଦି ଅଞ୍ଚଳର ସରକାରୀ ସ୍କୁଲ୍‌ଗୁଡ଼ିକ ଅବ୍ୟବସ୍ଥା ମଧ୍ୟରେ ରହିଛି ବୋଲି କହି ସରକାରଙ୍କ ଉପରେ ବର୍ଷିଛି ଆପ୍‌ ।

ସୁନ୍ଦରଗଡ଼ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଓ ସରକାରୀ ସ୍କୁଲ୍‌ର ଅବ୍ୟବସ୍ଥାକୁ ନେଇ ପ୍ରେସମିଟ୍‌ ଜରିଆରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଆମ ଆଦମୀ ପାର୍ଟି । ରାଉରକେଲା ଆପ୍‌ ସଭାପତି ବିନୟ ତିୱାରୀ କହିଛନ୍ତି, "ଯେଉଁଠାରେ ଆମ ଆଦମୀ ପାର୍ଟି ଶିକ୍ଷା ବ୍ୟବସ୍ଥା ଏବଂ ସ୍କୁଲଗୁଡ଼ିକର ଉନ୍ନତିକରଣ ଲାଗି ସାରା ବିଶ୍ୱରେ ଏବଂ ଦେଶରେ ପ୍ରଶଂସା ସାଉଁଟିଛନ୍ତି ସେଠାରେ ରାଜ୍ୟ ସରକାର ଅସଫଳ ହୋଇଛନ୍ତି । ବହୁ ସ୍କୁଲ୍‌ରେ ଅବ୍ୟବସ୍ଥା ମଧ୍ୟରେ ମଧ୍ୟ ଶିକ୍ଷା ଦାନ ଚାଲିଥିବା ଅଭିଯୋଗ ହେଉଛି । ଓଡ଼ିଶାର ପ୍ରାଥମିକ ସରକାରୀ ସ୍କୁଲଗୁଡ଼ିକରେ ପାଠ ପଢ଼ୁଥ‌ିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରରେ ପକାଇଛି ବିଜୁ ଜନତା ଦଳ ।"

ଏହାମଧ୍ୟ ପଢନ୍ତୁ.. ପାଟକୁରାରେ ବିଜେଡି ପଦଯାତ୍ରାର ପଡିବ କି ପ୍ରଭାବ ? ଟିକେଟ ପାଇଁ ଆଶାୟୀ ଥିବା କହିଲେ ସାବିତ୍ରୀ

ଆପ୍‌ ନେତା ଆହୁରି ମଧ୍ୟ କହିଛନ୍ତି," ବିଗତ ଦିନରେ ଆମ ଆଦମୀ ପାର୍ଟିର କର୍ମୀମାନେ ରାଉରକେଲାର କେତୋଟି ସରକାରୀ ସ୍କୁଲ ଯଥା ରିଜର୍ଭ ପୋଲିସ ଲାଇନ ସରକାରୀ ସ୍କୁଲ, ଜେଲ୍‌ ରୋଡ, ଟାଉନ୍‌ ନୋଡାଲ ହାଇସ୍କୁଲ ଡେଲି ମାର୍କେଟ, ଆଦିବାସୀ ହରିଜନ ପ୍ରାଥମିକ ବିଦ୍ୟାଳୟ, ଆମ୍ବେଦକର ନଗର, ଇତ୍ୟାଦି ପରିଦର୍ଶନ କରିଥିଲେ । ଏହି ସ୍କୁଲଗୁଡ଼ିକରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ୁଥିବା ପିଲାମାନଙ୍କ ଅବସ୍ଥା ଅତି ଖରାପ ରହିଛି । କୁନି କୁନି ଛୋଟ ପିଲାମାନେ ତଳେ ବସି ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି । ଶିକ୍ଷକଙ୍କ ଅଭାବରୁ ଗୋଟିଏ ଶ୍ରେଣୀ ଗୃହରେ ପ୍ରଥମରୁ ତୃତୀୟ ଶ୍ରେଣୀର ପିଲାମାନେ ତଳେ ବସି ପାଠ ପଢ଼ୁଛନ୍ତି । ତେବେ ଏଠାରୁ ଅନୁମାନ କରାଯାଉଛି ଯେ, କିଭଳି ଭାବରେ ପିଲାଙ୍କୁ ଶିକ୍ଷାଦାନ ଦିଆଯାଉଛି ଏବଂ ପିଲାଙ୍କ ଭବିଷ୍ୟତ ଗଢ଼ାଯାଉଛି ।"

ଏହାମଧ୍ୟ ପଢନ୍ତୁ..ଦିଲ୍ଲୀ ଗସ୍ତରେ ଓଡିଶାବାସୀଙ୍କ ସ୍ବାର୍ଥ ପ୍ରସଙ୍ଗ ଉଠାଉ ବିଜେପି: ବିଜେଡି

ସେ ଆଉ ମଧ୍ୟ ଅଭିଯୋଗ କରିଛନ୍ତି,"ଯେଉଁଠି ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ନୂଆ ରୂପ ଦେବା କଥା କହୁଛନ୍ତି ସେଠାରେ ରାଉରକେଲା ସହର ମଧ୍ୟରେ ଥିବା ବିଦ୍ୟାଳୟଗୁଡ଼ିକରେ ସେଇ ଛାତ୍ରଙ୍କ ପାଇଁ ରାଜ୍ୟ ସରକାର କୌଣସି ଡେସ୍କ୍‌ କିମ୍ବା ବେଞ୍ଚର ବ୍ୟବସ୍ଥା କରି ନାହାନ୍ତି । ବର୍ଷା ଦିନରେ ବିଭିନ୍ନ ପ୍ରକାର ପୋକ ମାଛି ବୁଲୁଥିବା ଅବସ୍ଥାରେ ଛୋଟଛୋଟ ପିଲାମାନଙ୍କୁ ତଳେ ବସାଇଲେ ସେମାନଙ୍କୁ ବିଭିନ୍ନ ପ୍ରକାର ରୋଗ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ଅପର ପକ୍ଷରେ ମାତ୍ର ୭ ବର୍ଷ କାଳ ମଧ୍ଯରେ ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାର ସବୁ ସରକାରୀ ସ୍କୁଲଗୁଡ଼ିକରେ ଏସି କ୍ଲାସ୍‌ରୁମ୍ ସ୍ୱିମିଂପୁଲ୍‌, ବିଶ୍ୱସ୍ତରୀୟ ଲାବୋରେଟୋରୀ, ଇତ୍ୟାଦିର ବ୍ୟବସ୍ଥା କରିସାରିଲେଣି ସେତେବେଳେ ଓଡ଼ିଶାରେ ୨୩ ବର୍ଷରୁ ବିଜୁ ଜନତା ଦଳର ସରକାର ଶିକ୍ଷା ବାବଦରେ କଣ କାମ କରିଛନ୍ତି ବୋଲି ଲୋକ ପ୍ରଶ୍ନ ପଚାରୁଛନ୍ତି ।"

ତେବେ ଆଗାମୀ ଦିନରେ ପ୍ରାଥମିକ ସ୍କୁଲରେ ପିଲାମାନଙ୍କୁ ପାଠ ପଢ଼ିବା ପାଇଁ ଭଲ ବ୍ୟବସ୍ଥା କରିବା ଉଦ୍ଦେଶ୍ୟରେ ଆମ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତାମାନେ ଆନ୍ଦୋଳନ କରିବେ ବୋଲି ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ରାଉରକେଲା

Last Updated : Oct 13, 2023, 1:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.