ETV Bharat / state

ତୃତୀୟ ଦିନରେ ଅଙ୍ଗନବାଡି ଦିଦିଙ୍କ ଧାରଣା, ୮ ଦଫା ଦାବି ନେଇ ଧାରଣାରେ ଅଙ୍ଗନବାଡି ଦିଦି - ୮ ଦଫା ଦାବି ନେଇ ଧାରଣାରେ ଅଙ୍ଗନବାଡି ଦିଦି

ତୃତୀୟ ଦିନରେ ଅଙ୍ଗନବାଡି ଦିଦିଙ୍କ ଧାରଣା । ୮ ଦଫା ଦାବି ନେଇ ଧାରଣାରେ ଅଙ୍ଗନବାଡି ଦିଦି । ରାଉରକେଲା ସମନ୍ବିତ ଶିଶୁ ବିକାଶ କେନ୍ଦ୍ର ସମ୍ମୁଖରେ ୩ ଦିନ ହେବ ଧାରଣାରେ ବସିଛନ୍ତି ରାଉରକେଲା ସହର ଏବଂ ଏହା ଆଖପାଖ ଅଞ୍ଚଳର ଅଙ୍ଗନବାଡି ଦିଦି । ଅଧିକ ପଢ଼ନ୍ତୁ

ତୃତୀୟ ଦିନରେ ଅଙ୍ଗନବାଡି ଦିଦିଙ୍କ ଧାରଣା, ୮ ଦଫା ଦାବି ନେଇ ଧାରଣାରେ ଅଙ୍ଗନବାଡି ଦିଦି

author img

By

Published : Nov 25, 2022, 9:21 PM IST

ରାଉରକେଲା: ଧାରଣାରେ ଅଙ୍ଗନବାଡି ଦିଦି । ୮ ଦଫା ଦାବି ନେଇ ଧାରଣାକୁ ଓହ୍ଲାଇଛି ଅଙ୍ଗନବାଡି କର୍ମୀ ସଙ୍ଘ । ୩ ଦିନ ଧରି ଅହରହ ଧାରଣାରେ ବସିଥିବାବେଳେ ଯେ ପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେ ଯାଏଁ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛି ସଙ୍ଘ ।

ତୃତୀୟ ଦିନରେ ଅଙ୍ଗନବାଡି ଦିଦିଙ୍କ ଧାରଣା, ୮ ଦଫା ଦାବି ନେଇ ଧାରଣାରେ ଅଙ୍ଗନବାଡି ଦିଦି

ସାରା ରାଜ୍ୟରେ ବର୍ତ୍ତମାନ ଧାରଣାରେ ବସିଛନ୍ତି ଅଙ୍ଗନବାଡି ଦିଦି । ୮ ଦଫା ଦାବି ନେଇ ଧାରଣାକୁ ଓହ୍ଲାଇଛି ଅଙ୍ଗନବାଡି କର୍ମୀ ସଙ୍ଘ । ତେବେ ରାଉରକେଲା ସହରରେ ମଧ୍ୟ ଅଙ୍ଗନବାଡି ଦିଦି ଧାରଣାରେ ବସିଛନ୍ତି । ରାଉରକେଲା ସମନ୍ବିତ ଶିଶୁ ବିକାଶ କେନ୍ଦ୍ର ସମ୍ମୁଖରେ ୩ ଦିନ ହେବ ଧାରଣାରେ ବସିଛନ୍ତି ରାଉରକେଲା ସହର ଏବଂ ଏହା ଆଖପାଖ ଅଞ୍ଚଳର ଅଙ୍ଗନବାଡି ଦିଦି । ୨୦୧୮ ମସିହା ଆନ୍ଦୋଳନ ବେଳେ ବହିଷ୍କୃତ ହୋଇଥିବା ୬ ଜଣ ଅଙ୍ଗନବାଡ଼ି ଦିଦିଙ୍କୁ ପୁନଃ ନିଯୁକ୍ତି, ସରକାରୀ ମାନ୍ୟତା ପ୍ରଦାନ ସହ ଅଙ୍ଗନବାଡି ଦିଦିଙ୍କୁ ୧୮ ହଜାର ଓ ସହାୟିକାଙ୍କୁ ୯ ହଜାର ଟଙ୍କା ପ୍ରଦାନ ଦାବି କରିଛି ସଙ୍ଘ ।

ଏହାସହ ଇପିଏଫ ଏବଂ ଇଏସଆଇସିରେ ସାମିଲ କରିବା, ମିନି ଅଙ୍ଗନବାଡ଼ି ଦିଦିଙ୍କୁ ମୁଖ୍ୟ ଅଙ୍ଗନବାଡ଼ିରେ ସାମିଲ କରିବା ଏବଂ ଅବସରକାଳୀନ ୫ ଲକ୍ଷ ସହାୟତା ଦାବି କରାଯାଇଛି । ଏହାସହ କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁବରଣ କଲେ ଅଙ୍ଗନବାଡ଼ି ଦିଦିଙ୍କୁ ୫ ଲକ୍ଷ ଟଙ୍କା ସହାୟତା ସହ ପରିବାରର ଜଣଙ୍କୁ ଚାକିରି ଦେବା ଓ ଗ୍ରୀଷ୍ମ କାଳୀନ ଛୁଟି ଲାଗୁ ଭଳି ବିଭିନ୍ନ ଦାବିକୁ ନେଇ ଧାରଣାରେ ବସିଛନ୍ତି ଅଙ୍ଗନବାଡ଼ି ଦିଦି । ସରକାର ଆଲୋଚନାକୁ ଏ ପର୍ଯ୍ୟନ୍ତ ଡାକି ନଥିବାବେଳେ ଆଶା ବାନ୍ଧି ବସିଛନ୍ତି ଅଙ୍ଗନବାଡ଼ି ଦିଦି ।

ଯେ ପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେ ଯାଏଁ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛି ଅଙ୍ଗନବାଡି କର୍ମୀ ସଙ୍ଘ । ତେବେ ସରକାର କେବେ ଅଙ୍ଗନବାଡି କର୍ମୀଙ୍କ ଦୁଃଖ ଶୁଣୁଛନ୍ତି ଏବଂ କେବେ ଅଙ୍ଗନବାଡି କର୍ମୀମାନେ ଧରଣାରୁ ଫେରୁଛନ୍ତି ତାହା ବର୍ତ୍ତମାନ ଦେଖିବା ବାକି ରହିଲା ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.