ETV Bharat / state

ପୁଅର ମ୍ୟାଚ ଦେଖିବାକୁ ଚାଲି ଚାଲି ଷ୍ଟାଡିୟମରେ ପହଞ୍ଚିଲେ ଅମିତଙ୍କ ମାଆ

author img

By

Published : Jan 16, 2023, 4:34 PM IST

ଭାରତ ଓ ଇଂଲଣ୍ଡ ହକି ମ୍ୟାଚ ଦେଖିବାକୁ ଷ୍ଟାଡିୟମରେ ଚାଲିଚାଲି ପହଞ୍ଚିଲେ ଅମିତଙ୍କ ମାଆ । ଅଧିକ ପଢନ୍ତୁ

Amit Rohidas mother reached to stadium
Amit Rohidas mother reached to stadium

Amit Rohidas mother reached to stadium

ରାଉରକେଲା: ପୁଅ ଭାରତୀୟ ହକି ଟିମର ଉପଅଧିନାୟକ । ପ୍ରଥମ ହକି ମ୍ୟାଚରେ ଦେଇଥିଲେ ପ୍ରଥମ ଗୋଲ । ନିଜକୁ ଗର୍ବିତ ଅନୁଭବ କରିଥିଲେ ମଧ୍ୟ ସାଧାରଣ ଲୋକଙ୍କ ପରି ଚାଲି ଚାଲି ଆସିବା ପରେ ଷ୍ଟାଡିୟମରେ ଧାଡିରେ ଛିଡା ହୋଇ ଖେଳ ଦେଖିଛନ୍ତି ତାରକା ଖେଳାଳି ଅମିତ ରୋହିଦାସଙ୍କ ମାଆ । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ଯାହାକୁ ନେଇ ଅମିତଙ୍କ ମାଆଙ୍କୁ ବେଶ ପ୍ରଶଂସା କରାଯାଉଛି ।

ରାଜ୍ୟରେ ହକି ବିଶ୍ବକପ ମ୍ୟାଚ ଜାରି ରହିଥିବା ବେଳେ ଗତକାଲି ଭାରତ ଓ ଇଂଲଣ୍ଡ ମଧ୍ୟରେ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ମ୍ୟାଚ ଖେଳାଯାଇଥିଲା । ତେବେ ଖେଳ ଆରମ୍ଭ ହେବା ପୂର୍ବରୁ ମ୍ୟାଚ ଦେଖିବା ପାଇଁ ଷ୍ଟାୟମରେ ଦର୍ଶକଙ୍କ ଭିଡ ଜମିଥିଲା । ଏହି ସମୟରେ ହକି ଟିମ୍‌ର ଉପଅଧିନାୟକଙ୍କ ମାଆ ଓ ତାଙ୍କ ପୁରା ପରିବାର ଚାଲି ଚାଲି ସାଧାରଣ ଲୋକଙ୍କ ଭଳି ଷ୍ଟାଡିୟମରେ ପହଞ୍ଚିବା ପରେ ଧାଡିରେ ଛିଡା ହୋଇଥିଲେ । ଏହାପରେ ଷ୍ଟାଡିୟମ ଭିତରକୁ ଯାଇ ଖେଳ ଦେଖିଥିଲେ ।

ମୁଣ୍ଡରେ ଜାତୀୟ ପତକା ଲଗାଇ ଲୋକଙ୍କ ସହ ଅମିତ ରୋହିଦାସଙ୍କ ପରିବାର ସଦସ୍ୟ ଷ୍ଟାଡିୟମକୁ ଯାଇଥିଲେ । ଅନ୍ୟ ଅନ୍ତର୍ଜାତୀୟ ଖେଳରେ ଖେଳାଳିଙ୍କ ପରିବାର ଲୋକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥାଏ । ହେଲେ ଅମିତ ରୋହିଦାସଙ୍କ କ୍ଷେତ୍ରରେ ଏଭଳି ଦେଖିବାକୁ ମିଳିନି । ତାଙ୍କ ମାଆ ସାଧାରଣ ଲୋକଙ୍କ ସହ ଯାଇ ପୁଅର ଖେଳ ଦେଖିଛନ୍ତି । ତେବେ ଅମିତ ରୋହିଦାସ ମାଆଙ୍କ ଏହି ଭିଡିଓକୁ ଚାରି ଆଡେ ପ୍ରଶଂସା କରାଯାଉଛି । ବର୍ତ୍ତମାନ ଏଭଳି ଘଟଣା ରାଉରକେଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରୁ ଅନୁମେୟ କରାଯାଇ ପାରେ ଯେ ଅମିତ ରୋହିଦାସଙ୍କ ପରିବାର କେତେ ସରଳ ।

ଯେଉଁଠି ଲୋକେ ଭିଆଇପି ଭଳି ବ୍ୟବହାର ପାଇବା ପାଇଁ ଚାହିଁ ବସିଥାନ୍ତି ସେଠାରେ ଜଣେ ଭାରତୀୟ ହକି ଦଳର ତାରକାଙ୍କ ମାଆ ଏବଂ ପରିବାର ଚାଲିଚାଲି ଷ୍ଟଡିୟମ ଭିତରକୁ ଯାଉଛନ୍ତି । ଏଭଳି ଘଟଣା ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି, ଯେ କିଭଳି ଜଣେ ସାଧାରଣ ବର୍ଗଙ୍କ ଭଳି ବିନା ଭିଆଇପି ବ୍ୟବସ୍ଥାରେ ମ୍ୟାଚ ଦେଖିବାକୁ ଯାଉଛନ୍ତି ହକି ତାରକା ଅମିତ ରୋହିଦାସଙ୍କ ପରିବାର । ତେବେ ଗତକାଲି ସନ୍ଧ୍ୟା ସମୟରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହକି ମ୍ୟାଚ ହୋଇଥିଲା । କିନ୍ତୁ ଉଭୟ ଦଳ ଗୋଟିଏବି ଗୋଲ କରିବାକୁ ସଫଳ ହୋଇନଥିଲେ । ଫଳରେ ମ୍ୟାଚ ଡ୍ର ହୋଇଥିଲା ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.