ETV Bharat / state

କେନ୍ଦ୍ରର କୁ-ଶାସନ ବିରୁଦ୍ଧରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ବିକ୍ଷୋଭ

author img

By

Published : Jun 29, 2021, 11:16 AM IST

ସୁନ୍ଦରଗଡ ଡିଆରଡିଏ ଛକରେ କେନ୍ଦ୍ରର କୁଶାସନ ବିରୁଦ୍ଧରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ...

କେନ୍ଦ୍ରର କୁଶାସନ ବିରୁଦ୍ଧରେ ଅଖିଳ ଭାରିତୀୟ କଂଗ୍ରେସ କମିଟିର ବିକ୍ଷୋଭ

ସୁନ୍ଦରଗଡ: ଅଖିଳ ଭାରତୀୟ କଂଗ୍ରେସ କମିଟି ହାଇ କମାଣ୍ଡଙ୍କ ନିର୍ଦ୍ଦେଶରେ ସୁନ୍ଦରଗଡ କଂଗ୍ରେସ ଦଳ ଓ ଜିଲ୍ଲା ସେବାଦଳ ତରଫରୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ କୁ-ଶାସନ ପ୍ରତିବାଦରେ ଏକ ଧାରଣା ଓ ବିକ୍ଷୋଭ ସଭା ସୁନ୍ଦରଗଡ ଡିଆରଡିଏ ଛକରେ ଅନୁଷ୍ଠିତ ହୋଇଯାଇଛି । କୁ-ଶାସନ ମୁକ୍ତି ପାଇଁ କଂଗ୍ରେସ ଦଳ ଆଜି(ସୋମବାର) ସାରା ଭାରତ ବର୍ଷର ସମସ୍ତ ଜିଲ୍ଲା ସଦର ମହକୁମାରେ ଏହି ଆନ୍ଦୋଳନ କରିଥିବା ବେଳେ ଆଗାମୀ ଦିନରେ ଜିଲ୍ଲାର କୋଣ ଅନୁକୋଣରେ ଏହା କରିବ ବୋଲି କଂଗ୍ରେସ ସେବା ଦଳର ସୁନ୍ଦରଗଡ ପ୍ରଭାରୀ ତଥା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଚେନ ସିଂ ସାମଲେ କହିଛନ୍ତି ।

ଡିଜେଲ, ପେଟ୍ରୋଲ, ରନ୍ଧନ ଗ୍ୟାସ ଅହେତୁକ ଦର ବୃଦ୍ଧି, ଆର୍ଥିକ ମାନ୍ଦାବସ୍ଥା, ଉତ୍କଟ ବେକାରୀ ସମସ୍ୟା ଆଦି ସୃଷ୍ଟି କରିବାରେ କେନ୍ଦ୍ର ସରକାରଙ୍କ ବଳିଷ୍ଠ ଭୂମିକା ଥିବା କଥା କଂଗ୍ରେସ ଦଳ କହିଛି । ଏହି କୁ-ଶାସନ ପ୍ରତିବାଦରେ କଂଗ୍ରେସ ଦଳ ସ୍ୱର ଉତ୍ତୋଳନ କରିବା ସହ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆକ୍ଷେପ କରିଛି । ଉପରୋକ୍ତ ସମସ୍ୟାର ସମାଧାନ ନେଇ କଂଗ୍ରେସର ଏହି ସେବାଦଳ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.