ETV Bharat / state

Vedvyas Mela: ଜମୁଛି ବେଦବ୍ୟାସ ମେଳା, ମିଠା ପିଠା ସହ ଦୋଳିର ମଜା ନେଉଛନ୍ତି ଲୋକେ - ରାଉରକେଲା ବେଦବ୍ୟାସ ପୀଠ

ରାଉରକେଲା ବେଦବ୍ୟାସ ପୀଠରେ ଆୟୋଜିତ ହୋଇଛି ବିଶ୍ୱ ପ୍ରସିଦ୍ଧ ବେଦବ୍ୟାସ ମେଳା । ଜମୁଛି ହଜାର ହଜାର ଲୋକଙ୍କ ଭିଡ଼ । ଅଧିକ ପଢନ୍ତୁ,

ରାଉରକେଲାରେ ବିଶ୍ୱ ପ୍ରସିଦ୍ଧ ବେଦବ୍ୟାସ ମେଳା
ରାଉରକେଲାରେ ବିଶ୍ୱ ପ୍ରସିଦ୍ଧ ବେଦବ୍ୟାସ ମେଳା
author img

By

Published : Feb 21, 2023, 1:10 PM IST

ରାଉରକେଲାରେ ବିଶ୍ୱ ପ୍ରସିଦ୍ଧ ବେଦବ୍ୟାସ ମେଳା

ସୁନ୍ଦରଗଡ଼: ମହାଶିବରାତ୍ରି ପରେ ରାଉରକେଲା ବେଦବ୍ୟାସ ପୀଠରେ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ବେଦବ୍ୟାସ ମେଳା । ଏଥର ୧୧୯ତମ ବିଶ୍ବପ୍ରସିଦ୍ଧ ବେଦବ୍ୟାସ ମେଳା ଆୟୋଜନ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ଏହି ମେଳା ଆସନ୍ତା ମାର୍ଚ୍ଚ ୫ ଯାଏ ଚାଲିବ । ଏନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ୧୬ ଦିନ ଧରି ଚାଲିବାକୁ ଥିବା ଏହି ମେଳାକୁ ସୁରୁଖୁରୁରେ ଶେଷ କରିବା ପାଇଁ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଓ ରାଉରକେଲା ମହାନଗର ନିଗମ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ରାଉରକେଲା ବେଦବ୍ୟାସ ପୀଠରେ ଆୟୋଜିତ ହୋଇଛି ବିଶ୍ୱ ପ୍ରସିଦ୍ଧ ବେଦବ୍ୟାସ ମେଳା । ପୂର୍ବରୁ ୧୫ ଦିନ ପାଇଁ ଅନୁଷ୍ଠିତ ହେଉଥିବା ଏହି ବିଶ୍ୱ ପ୍ରସିଦ୍ଧ ବେଦବ୍ୟାସ ମେଳା ଚଳିତ ବର୍ଷ ୧୬ଦିନ ଧରି ଚାଲିବ ବୋଲି ସୂଚନା ଦେଇଛି ଜିଲ୍ଲା ପ୍ରଶାସନ । ଦୁଇ ବର୍ଷ ପରେ ମେଳା ବସିଥିବାରୁ ଏହି ବିଶ୍ୱ ପ୍ରସିଦ୍ଧ ମେଳାରେ ଜମୁଛି ଲୋକଙ୍କ ପ୍ରବଳ ଭିଡ଼ । ଶୃଙ୍ଖଳା ଦୃଷ୍ଟିରୁ ପୋଲିସ ଓ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ମେଳାରେ ମିନା ବଜାର ସାଙ୍ଗକୁ ବିଭିନ୍ନ ପ୍ରକାର ଦୋଳି ଏବଂ ଅନ୍ୟାନ୍ୟ ମନୋରଞ୍ଜନ କାର୍ଯ୍ୟକ୍ରମର ମଜା ଉଠାଉଛନ୍ତି ଲୋକେ । ଏଥିସହ ପିଠା ମିଠା ଠାରୁ ଆରମ୍ଭ କରି ଅଳଙ୍କାର ଛୋଟ ପିଲାଙ୍କ ଖେଳଣା ଏବଂ ଅନ୍ୟାନ୍ୟ ଘରକରଣା ସାମଗ୍ରୀ କିଣାକିଣି କରିବା ସହ ବେଦବ୍ୟାସ ପୀଠରେ ମହାଦେବଙ୍କ ଦର୍ଶନ କରି ଖୁବ ମଜା ନେଉଛନ୍ତି ଦେଶର କୋଣ ଅନୁକୋଣରୁ ଛୁଟି ଆସୁଥିବା ଲୋକେ ।

ସୂଚନା ଅନୁସାରେ, କୋରୋନା ମହାମାରୀ ଯୋଗୁଁ ବିଭିନ୍ନ କଟକଣା ଥିବାରୁ ଦୁଇ ବର୍ଷ ଧରି ବନ୍ଦ ରହିଥିଲା ରାଉରକେଲା ବେଦବ୍ୟାସ ପୀଠର ବିଶ୍ୱ ପ୍ରସିଦ୍ଧ ବେଦବ୍ୟାସ ମେଳା । ଚଳିତବର୍ଷ ବିନା କଟକଣାରେ ଏହି ମେଳା ଆୟୋଜିତ ହେଉଥିବାରୁ ଖୁବ ଉତ୍ସାହିତ ଅଛନ୍ତି ସହରବାସୀ । ତେବେ କେବଳ ରାଉରକେଲା ନୁହେଁ ସହର ତଥା ଜିଲ୍ଲା ଏବଂ ରାଜ୍ୟ ବାହାରୁ ମଧ୍ୟ ଲୋକେ ଆସି ଏହି ମେଳାର ମଜା ନେଉଛନ୍ତି ।

ତେବେ ପ୍ରଥମ ଦିନରେ ବେଦବ୍ୟାସ ମେଳା ବୁଲି ଉପଭୋଗ କରିଛନ୍ତି ଲକ୍ଷ ଲକ୍ଷ ଲୋକ । ଅନ୍ୟପକ୍ଷରେ ଏହି ମେଳା ଅବସରରେ ୩ ଦିନ ଧରି ଜିଲ୍ଲାର ବିଭିନ୍ନ ବିଭାଗ ଦ୍ଵାରା ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ଆୟୋଜିତ କରାଯାଇଛି । ଜିଲ୍ଲା କୃଷି ବିଭାଗ ସମେତ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ, ପାନପୋଷ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ପ୍ରଦର୍ଶନୀ ଷ୍ଟଲ କରାଯାଇ ଲୋକମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଯାଉଛି ।

ଏତଦ୍ ବ୍ୟତୀତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଜିଲ୍ଲା ଶ୍ରମ ବିଭାଗ, ଆଞ୍ଚଳିକ ପରିବହନ ବିଭାଗ ସହ ଆଞ୍ଚଳିକ ପୁନର୍ବାସ ଓ ଗବେଷଣା କେନ୍ଦ୍ର ପକ୍ଷରୁ ଦିଆଯାଉଥିବା ବିଭିନ୍ନ ସହାୟକ ଉପକରଣ ଓ ସମନ୍ଵିତ ଭୌତିକ ଚିକିତ୍ସା କେନ୍ଦ୍ର ବିଷୟରେ ଲୋକଙ୍କୁ ସଚେତନ କରାଇବା ନିମନ୍ତେ ମଧ୍ୟ ଷ୍ଟଲ କରାଯାଇଛି । ଏହି ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.