ETV Bharat / state

ମୋବାଇଲ ଶୋ ରୁମରୁ ଚୋରି ଘଟଣା, ଜଣେ ଅଭିଯୁକ୍ତ ଗିରଫ

author img

By

Published : Jul 7, 2023, 1:13 PM IST

ମୋବାଇଲ ଶୋ ରୁମରୁ ଚୋରି। ଜଣେ ଅଭିଯୁକ୍ତ ଗିରଫ ସହ 3 ନାବାଳକ ଅଟକ। ଅଧିକ ପଢନ୍ତୁ

theft case in rourkela
theft case in rourkela
theft case in rourkela

ରାଉରକେଲା: ସୁନ୍ଦରଗଡ଼ରେ ମାତିଛନ୍ତି ଚୋର । ମୋବାଇଲ ଶୋ' ରୁମ୍‌ରେ କଳାକନା ବୁଲାଇଲେ ଚୋର । ମୋବାଇଲ ଚୋରି ଅଭିଯୋଗରେ ଜଣଙ୍କୁ ଗିରଫ ସହ 3 ନାବାଳକଙ୍କୁ ଅଟକ ରଖିଲା ପୋଲିସ । ସେମାନଙ୍କ ନିକଟରୁ 6 ଲକ୍ଷ ଟଙ୍କାର ମୋବାଇଲ ଫୋନ ସହ ଅନ୍ୟାନ୍ୟ ଏକ ଲକ୍ଷ ଟଙ୍କାର ଇଲେକ୍ଟୋନିକ୍ସ ସାମଗ୍ରୀ ଜବତ ହୋଇଛି ।

ରାଉରକେଲାରେ ଗତ 29 ତାରିଖ ରାତିରେ ମୋବାଇଲ ଶୋ' ରୁମ୍‌ରୁ ମୋବାଇଲ ଚୋରି ହୋଇଥିଲା । ପାନପୋଷ ରୋଡ୍‌ର ତରଙ୍ଗିନୀ ମାର୍କେଟରେ ଥିବା ପିସି ଗ୍ୟାଲେରୀ ମୋବାଇଲ ଦୋକାନରୁ ଲୁଟ କରିଥିଲେ ଲୁଟେରା । ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଜାରି ରଖିଥିଲା ପୋଲିସ । ଶେଷରେ ଘଟଣାର 6 ଦିନ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା । ଚୋରି ମୋବାଇଲ ଫୋନ୍‌ ଜବତ କରିବା ସହ 3 ଲୁଟରେ ଜଡିତ ଥିବା ତିନି ନାବାଳକକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

ଏହା ମଧ୍ୟ ପଢନ୍ତୁ-ରାଉରକେଲାରେ ମାତିଛନ୍ତି ଚୋର, ଜଣେ ଗିରଫ

ଲୁଟ କରିବା ପାଇଁ ଲୁଟେରା ମାନେ ପ୍ରଥମେ ମୋବାଇଲ ଶୋ' ରୁମର ସ୍କାଏଲାଇଟ୍ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ । ଏହାପରେ ଶୋ ରୁମରୁ ବିଭିନ୍ନ ମୋବାଇଲ୍ ଫୋନ୍ ଏବଂ ଇଲେକ୍ଟ୍ରୋନିକ୍ସ ଉପକରଣ ନେଇ ଯାଇଥିଲେ । ଯାହାର ଆନୁମାନିକ ମୂଲ୍ୟ 7 ଲକ୍ଷ ଟଙ୍କା ହେବ । ଚୋରି ବିଷୟରେ ଶୋ' ରୁମର ମାଲିକ ଲଳିତ ପଟେଲ ଜାଣିବା ପରେ ଗତ 30 ତାରିଖ ସକାଳ ସମୟରେ ରଘୁନାଥପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ଚୋରି ମାମଲାରେ ପୋଲିସ ଘଟଣାର ତଦନ୍ତ ଜୋରଦାର କରିଥିଲା । ତଦନ୍ତ ଜାରି ରହିଥିବା ବେଳେ ଗତକାଲି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ତିନି ଜଣ ନାବାଳକଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି । ସେମାନଙ୍କୁ ପଚରାଉଚରା କରାଯାଉଛି । ଯେଉଁଥିରେ ସେମାନଙ୍କ ସମ୍ପୃକ୍ତିର ସ୍ତର ଜଣାପଡ଼ିବ।

ଗତ କିଛିଦିନ ତଳେ ରାଉରକେଲା ସେକ୍ଟର 15ର ଏକ କ୍ବାର୍ଟର ଘରୁ ସୁନାଗହଣା ସମେତ ନଗତ 52 ହଜାର ଟଙ୍କା ଚୋରି ହୋଇଥିଲା । ଏଥିସହ ସେକ୍ଟର 18 ଘରୁ ସୁନାଗହଣା, ଲାପ୍‌ଟପ୍‌ ସମେତ 1500 ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏନେଇ ପୋଲିସ ତଦନ୍ତ ଚଳାଇଥିଲେ ମଧ୍ୟ ଦୀର୍ଘ ଦିନ ଧରି ଚୋରକୁ ଧରିବାକୁ ସକ୍ଷମ ହୋଇନଥିଲା । ଗତ 5 ତାରିଖରେ ଅଭିଯୁକ୍ତକୁ ଧରିବାରେ ପୋଲିସ ସଫଳ ହୋଇଛି । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.