ETV Bharat / state

ରାଉରକେଲାରେ ମାତିଛନ୍ତି ଚୋର, ଜଣେ ଗିରଫ - ରାଉରକେଲା ଚୋରି ଘଟଣାରେ ଅଭିଯୁକ୍ତ ଗିରଫ

ରାଉରକେଲା ସେକ୍ଟର ୧୫ ଥାନା ଅଞ୍ଚଳର ଚାରୋଟି ଚୋରି ମାମଲାର ପର୍ଦ୍ଦାଫାସ କଲା ପୋଲିସ । ଘଟଣାରେ ଜଣଙ୍କୁ ଗିରଫ କରିବା ସହ ବିପୁଳ ମାତ୍ରାର ସୁନାଗହଣା ଓ ଟଙ୍କା ଜବତ । ଅଧିକ ପଢ଼ନ୍ତୁ

accused arrested in theft case
ରାଉରକେଲା ଚୋରି ଘଟଣାରେ ଅଭିଯୁକ୍ତ ଗିରଫ
author img

By

Published : Jul 5, 2023, 8:40 PM IST

ରାଉରକେଲା: ସହରରେ ବଢ଼ିବାରେ ଲାଗିଛି ଚୋରଙ୍କ ଉତ୍ପାତ । ସେକ୍ଟର ଅଞ୍ଚଳ ପାଲଟିଛି ଚୋରଙ୍କ ଆଡ୍ଡାସ୍ଥଳ । ପୋଲିସର ନାକ ତଳେ କରି ଚାଲିଛନ୍ତି ଚୋରି । ରାଉରକେଲା ସହରରେ ଏତେ ମାତ୍ରାରେ ଚୋରି ବଢ଼ିଯାଇଛି ଯେ, ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କିଛି ଦିନ ହେଲା ସେକ୍ତର ୧୫ ଥାନା ଅଞ୍ଚଳରୁ ହେଉଥିବା ଚୋରି ଘଟଣା ଚର୍ଚ୍ଚାରେ ରହିଥିଲା । ଉକ୍ତ ଅଞ୍ଚଳରେ ଘଟିଥିବା ଚାରୋଟି ଚୋରି ମାମଲାର ପର୍ଦ୍ଦାଫାସ କରିଛି ପୋଲିସ । ଏହି ଅଭିଯୋଗରେ ପୋଲିସ ଜଣକୁ ଗିରଫ କରିଛି ।

ଗିରଫ ଯୁବକ ହେଲେ ରାହୁଲ ରାୟ । ସେ ଛେଣ୍ଡ ଥାନା ଅନ୍ତର୍ଗତ ପ୍ରଧାନପାଲି ସ୍ଥିତ ବାଙ୍କିଆ କଲୋନୀର ବାସିନ୍ଦା ହୋଇଥିବା ଜଣାପଡ଼ିଛି । ତାଙ୍କ ପାଖରୁ ଦୁଇ ହଳ ରୂପା ଝୁଣ୍ଟିଆ, ୬ ହଳ ରୂପା ପାଉଁଜି, ତିନୋଟି ଲାପଟପ, ଗୋଟିଏ ଡିଜିଟାଲ କ୍ୟାମେରା, ତିନି ହଳ ସୁନା କାନଫୁଲ, ଦୁଇଟି ନାକଫୁଲ, ଦୁଇଟି ସୁନା ହାର, ତିନିଟି ସୁନାମୁଦି, ଦୁଇଟି ସୁନା ଲକେଟ, ପାଞ୍ଚ ହଳ ସୁନା କାନଫୁଲ, ଗୋଟିଏ ସୁନା ଚେନ ଓ ନଗତ ୧୮ ହଜାର ଟଙ୍କା ଜବତ କରିଛି ପୋଲିସ । ଗତ ମେ' ମାସ ୨୪ ତାରିଖରେ ସେକ୍ଟର ୧୫ ଅଞ୍ଚଳରେ ରହୁଥିବା ଆଶୁତୋଷ ତଲାଇ ଡ୍ୟୁଟି ଯାଇଥିବା ବେଳେ ବିଳମ୍ବିତ ରାତିରେ ତାଙ୍କ ଘରୁ ସୁନାହାର, ସୁନାଚେନ, ସୁନାଚୁଡ଼ି ସମେତ ଅନ୍ୟାନ୍ୟ ସୁନାଗହଣା କେହି ଦୁର୍ବୃତ୍ତ ଚୋରି କରି ନେଇଥିବା ଥାନାରେ ଅଭିଯୋଗ ହୋଇଥିଲେ । ସେହିପରି ଅପ୍ରେଲ ୧୮ରେ ସେକ୍ଟର ୧୭ରେ ଏକ କ୍ବାର୍ଟରରୁ ଦୁଇଟି ଲାପଟପ, ୬ ହଳ ସୁନା କାନଫୁଲ, ଚାରୋଟି ସୁନା ମୁଦି, ଦୁଇଟି ସୁନା ଲକେଟ ଓ ସୁନା କଏନ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଘରୁ ଲୁଟି ନେଇଥିଲେ ଏକ କେଜି ରୁପା, 2 ଜଣଙ୍କୁ ଗିରଫ କଲା ପୋଲିସ

ସେକ୍ଟର ୧୫ର ଏକ କ୍ବାର୍ଟର ଘରୁ ସୁନାଗହଣା ସମେତ ନଗତ ୫୨ ହଜାର ଟଙ୍କା ଚୋରି ହୋଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ସେକ୍ଟର ୧୮ର ଘରୁ ସୁନାଗହଣା, ଲାପଟପ ସମେତ ୧୫୦୦ ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏହି ଚାରୋଟି ଚୋରି ଘଟଣାକୁ ନେଇ ପୋଲିସ ତଦନ୍ତ ଚଳାଇଥିଲେ ମଧ୍ୟ ଦୀର୍ଘ ଦିନ ଧରି ଚୋରକୁ ଧରିବାକୁ ସକ୍ଷମ ହୋଇନଥିଲା । ଏବେ ଅଭିଯୁକ୍ତକୁ ଧରିବାରେ ପୋଲିସ ସଫଳ ହୋଇଛି । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ଚୋରି ମାମଲାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ପୋଲିସ ତାହାର ତଦନ୍ତ କରୁଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.