ETV Bharat / state

ପୁଣି ସ୍ପଞ୍ଜ ଆଇରନ କାରଖାନାରେ ଦୁର୍ଘଟଣା, 2 ଶ୍ରମିକ ଗୁରୁତର - ସ୍ପଞ୍ଜ

ଲହୁଣୀପଡା ଥାନା ଅନ୍ତର୍ଗତ ତୁମକଳାସ୍ଥିତ ଭାସ୍କର ସ୍ପଞ୍ଜ ଆଇରନ କାରଖାନାରେ ମଙ୍ଗଳବାର ରାତି ପ୍ରାୟ  ୯ଟାବେଳେ ଦୁର୍ଘଟଣା ଘଟିଥିଲା। ଏଥିରେ ୨ ଜଣ ଶ୍ରମିକ ଆହତ ହୋଇ ପ୍ରଥମେ ବଣାଇଁ ଉପଖଣ୍ଡ ଡାକ୍ତରଖାନା ଓ ତାପରେ ବିଳମ୍ବିତ ରାତିରେ ରାଉକେଲା RGHକୁ ସ୍ଥାନାନ୍ତରିତ କରାଯାଇଥିଲା।

ଫଟୋ ସୌଜନ୍ୟ:ସମ୍ବାଦଦାତା,ରାଉରକେଲା
author img

By

Published : Mar 7, 2019, 6:04 AM IST

ରାଉରକେଲା: ଲହୁଣୀପଡା ଥାନା ଅନ୍ତର୍ଗତ ତୁମକଳାସ୍ଥିତ ଭାସ୍କର ସ୍ପଞ୍ଜ ଆଇରନ କାରଖାନାରେ ମଙ୍ଗଳବାର ରାତି ପ୍ରାୟ ୯ଟାବେଳେ ଦୁର୍ଘଟଣା ଘଟିଥିଲା। ଏଥିରେ ୨ ଜଣ ଶ୍ରମିକ ଆହତ ହୋଇ ପ୍ରଥମେ ବଣାଇଁ ଉପଖଣ୍ଡ ଡାକ୍ତରଖାନା ଓ ତାପରେ ବିଳମ୍ବିତ ରାତିରେ ରାଉକେଲା RGHକୁ ସ୍ଥାନାନ୍ତରିତ କରାଯାଇଥିଲା।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ରାଉରକେଲା

ଦୁର୍ଘଟଣାଟି କାରଖାନାର SMS ବିଭାଗରେ ଘଟିଥିଲା। ଦୁର୍ଘଟଣାରେ ଆହତ ହୋଇଥିବା ଶ୍ରମିକମାନେ ଉତ୍ତରପ୍ରଦେଶର ଉମାକାନ୍ତ ରାଉତ ଏବଂ ସମୀର ସିଂହ। ଦୁହେଁ ଏକ ଠିକା ସଂସ୍ଥା ଅଧିନରେ କାରଖାନାରେ କାମ କରୁଥିଲେ। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗରମ ତରଳ ପଦାର୍ଥ ତାଙ୍କ ଉପରେ ଛିଟିକି ପଡିଥିଲା।

ଫଳରେ ଶ୍ରମିକ ଦୁଇଜଣଙ୍କ ଶରୀରର ଅନେକ ଅଂଶ ପୋଡିଯାଇଥିଲା। ତେବେ ସମୀରଙ୍କୁ ଅଳ୍ପ ଆଘାତ ଲାଗିଥିଲା ଏବଂ ଉମାକାନ୍ତଙ୍କୁ ଗୁରୁତର ଅବସ୍ଥାରେ ଆରଜିଏଚରେ ଭର୍ତ୍ତି କରାଯାଇଥିଲା।

ସୁରକ୍ଷା ବ୍ୟବସ୍ଥା ଠିକ ନ ଥିବାବେଳେ କାରଖାନା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବାରୁ ଏପରି ଦୁର୍ଘଟଣା ବାରମ୍ବାର ଘଟୁଥିବାର ଅଭିଯୋଗ ହେଇଛି। ବିଗତ କିଛି ମାସ ପୂର୍ବେ ଏକ ଶ୍ରମିକ ଉପରେ ଲୁହାରଡ ପଡିଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା ଏବଂ ତା ପୂର୍ବରୁ ମଧ୍ୟ ଏପରି ଘଟଣା ଘଟିଥିବାର ଜଣାପଡିଛି।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:Body:

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ନ୍ୟୁଜ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.