ETV Bharat / state

ମାଛ ଧରିବାକୁ ଯାଇ ଭାସିଗଲେ ଯୁବକ, ମିଳୁନି ଖୋଜଖବର - ମାଛ ଧରିବା ହେଲା କାଳ

ବନ୍ୟା ନଦୀରେ ମାଛ ଧରିବା ହେଲା କାଳ । ସୁନ୍ଦରଗଡ଼ ଇବ ନଦୀରେ ମାଛ ଧରିବାକୁ ଯାଇ ଯୁବକ ନିଖୋଜ । ଅଧିକ ପଢନ୍ତୁ

ମାଛ ଧରିବାକୁ ଯାଇ ଭାସିଗଲେ ଯୁବକ
ମାଛ ଧରିବାକୁ ଯାଇ ଭାସିଗଲେ ଯୁବକ
author img

By

Published : Aug 3, 2023, 1:18 PM IST

ମାଛ ଧରିବାକୁ ଯାଇ ଭାସିଗଲେ ଯୁବକ

ରାଉରକେଲା: ମାଛ ଧରିବାକୁ ଯାଇ ନଦୀରେ ଭାସିଗଲେ ଯୁବକ । ସୁନ୍ଦରଗଡ଼ ଇବ ନଦୀରେ ମାଛ ଧରିବାକୁ ଯାଇ ଯୁବକ ନିଖୋଜ ଅଛନ୍ତି । ତେବେ ନିଖୋଜ ଯୁବକ ଜଣକ ହେଲେ ଲେଫ୍ରିପଡା ଥାନା ଅନ୍ତର୍ଗତ ଦେଉଲଡିହି ଗ୍ରାମର ମହେନ୍ଦ୍ର ମାଝୀ ବୋଲି ଜଣାପଡିଛି ।

ସୂଚନା ମୁତାବକ, ଗତକାଲି(ବୁଧବାର) ଇବ ନଦୀ ମାଛ ଧରିବାକୁ ଯାଇ ଭାସି ଯାଇଥିଲେ ଯୁବକ ଜଣକ । ଏନେଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ଗତକାଲି ଠାରୁ ମହେନ୍ଦ୍ର ମାଝିଙ୍କୁ ଖୋଜାଖୋଜି କରୁଥିଲେ ସୁଦ୍ଧା ଏଯାଏ ପତ୍ତା ମିଳିନାହିଁ । ପୁଣି ଆଜି ସକାଳୁ ଖୋଜାଖୋଜି କରୁଛନ୍ତି ଅଗ୍ନିଶମ ବାହିନୀର କର୍ମଚାରୀ । ଉପରମୁଣ୍ଡରେ ବର୍ଷା ଅଧିକ ହେବା ଫଳରେ ଇବ ନଦୀର ପାଣି ସ୍ତର ଅଧିକ ଥିବାରୁ ପାଣିରେ ଭାସି ଯାଇଥିବା ଅନୁମାନ କରାଯାଉଛି । ତେବେ ପ୍ରବଳ ବର୍ଷା ଓ ବନ୍ୟା ସମୟରେ ନଦୀ ଓ ଜଳାଶୟ ନିକଟରେ ରହୁଥିବା ବାସିନ୍ଦାମାନେ ଅଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଥିବା ବେଳେ ଯୁବକ ଏହାକୁ ନମାନି ମାରି ଧରିବାକୁ ଯାଇଥିବା ସନ୍ଦେହ କରାଯାଉଛି ।

ପ୍ରକାଶ ଥାଉକି, ଗତ କିଛି ଦିନ ପୂର୍ବେ ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଅଧିନସ୍ଥ ପାଳିଆବିନ୍ଧା ନିକଟ କୁଣ୍ଡି ନଦୀରେ ଭାସି ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତ ଯୁବକ ଜଣକ ତିହିଡ଼ି ଥାନା ଅଧୀନ ଦୋଳସାହି ପଞ୍ଚାୟତ ତଳଗାଜିପୁର ଗ୍ରାମର ବିଶ୍ବରଂଜନ ମହାନ୍ତି । ତେବେ ବିଶ୍ବରଞ୍ଜନ ଏବଂ ଅନ୍ୟ ଜଣେ ବ୍ୟକ୍ତି ଗତକାଲି କୌଣସି କାରଣରୁ ତଳଗାଜିପୁର ଗ୍ରାମ ନିକଟସ୍ଥ ନିର୍ମାଣାଧୀନ ରେଳ କଲଭର୍ଟ ନିକଟକୁ ଯାଇଥିଲେ । ତେବେ ସେଠାରେ ପ୍ରବାହିତ ହେଉଥିବା କୁଣ୍ଡି ନଦୀରେ ପାଣି ଅଧିକ ହୋଇ ଏହି ହ୍ୟୁମ ପାଇପ ଭିତରେ ଓ ଉପର ଦେଇ ପାଣି ପ୍ରବାହିତ କରୁଥିଲା । ତେବେ ଏହି ନଦୀକୁ ପାରି କରୁଥିବା ବେଳେ ଉଭୟ ହ୍ୟୁମ ପାଇପ ଭିତରେ ଫସି ଯାଇଥିଲେ । ହେଲେ ଜଣେ କୌଣସି ପ୍ରକାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର ହୋଇ ଯାଇଥିବା ବେଳେ ବିଶ୍ବରଂଜନ କିନ୍ତୁ ଅଟକି ଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ- କୁଣ୍ଡି ନଦୀରେ ଭାସି ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଏନେଇ ଖବରପାଇ ତିହିଡ଼ି ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ପ୍ରାୟ ଏକ ଘଣ୍ଟା ଚେଷ୍ଟା କରିବା ପରେ ବିଶ୍ବରଂଜନଙ୍କୁ ଉଦ୍ଧାର କରାଯାଇ ତିହିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.