ETV Bharat / state

ପୋଲିସ ପୁଅକୁ ବାନ୍ଧିଲା ପୋଲିସ, ବାପାଙ୍କ ବନ୍ଧୁକ ଦେଖାଇ ଲୁଟିଥିଲା ୧୫ ଲକ୍ଷ

author img

By

Published : Nov 9, 2021, 6:32 PM IST

Updated : Nov 9, 2021, 10:39 PM IST

ଦିନ ଦ୍ୱିପ୍ରହରରେ ଲୁଟ୍‌ କରି ଫେରାର ହେଉଥିବା ବେଳେ ଧରା ପଡ଼ିଲା ପୋଲିସ ଅଧିକାରୀଙ୍କ ଲୁଟେରା ପୁଅ । ଟାଉନ ଥାନା ଅଞ୍ଚଳରେ ଥିବା ଆକ୍ସିସ ବ୍ୟାଙ୍କ୍‌ରୁ ଅଭିଯୁକ୍ତ ଜଣକ 15 ଲକ୍ଷରୁ ଅଧିକ ଟଙ୍କା ଲୁଟ୍‌ କରି ଫେରାର ହୋଇ ଯାଇଥିଲେ । ଅଧିକ ପଢ଼ନ୍ତୁ...

ଲୁଟ୍‌ କରି ଧରା ପଡ଼ିଲା ପୋଲିସ ବାବୁଙ୍କ ଲୁଟେରା ପୁଅ

ସୁନ୍ଦରଗଡ଼: ଦିନ ଦ୍ୱିପ୍ରହରରେ ଲୁଟ୍‌ କରି ଫେରାର ହେଉଥିବା ବେଳେ ଧରା ପଡ଼ିଲା ପୋଲିସ ଅଧିକାରୀଙ୍କ ଲୁଟେରା ପୁଅ । ଟାଉନ ଥାନା ଅଞ୍ଚଳରେ ଥିବା ଆକ୍ସିସ ବ୍ୟାଙ୍କ୍‌ରୁ ଅଭିଯୁକ୍ତ ଜଣକ 15 ଲକ୍ଷରୁ ଅଧିକ ଟଙ୍କା ଲୁଟ୍‌ କରି ଫେରାର ହୋଇ ଯାଇଥିଲେ । ଖବର ପାଇ ପୋଲିସ କୌଶଳ କ୍ରମେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ଅଭିଯୁକ୍ତଙ୍କ ନାମ ଜୟଦେବ ନାୟକ ବୋଲି ଜଣା ପଡି଼ିଛି । ତାଙ୍କ ବାପା ସୁନ୍ଦରଗଡ ସଦର ଥାନାରେ ଜଣେ ପୋଲିସ ଅଧିକାରୀ ରହିଛନ୍ତି । ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଛି ପୋଲିସ ।

ଅଭିଯୁକ୍ତ ଜଣକ ନିଜ ବାପାଙ୍କ ବନ୍ଧୁକ ବ୍ୟବହାର କରି ଲୁଟ୍‌ କରିଥିଲେ । ଜୟଦେବ ଫିଲ୍ମ ଷ୍ଟାଇଲରେ ଏକ ମୁଖା ପିନ୍ଧି ବ୍ୟାଙ୍କ ମଧ୍ୟକୁ ପ୍ରବେଶ କରିଥିଲେ । ପାଖରେ ଥିବା ବନ୍ଧୁକ ଦେଖାଇ ବ୍ୟାଙ୍କର ଟ୍ରେଜରରଙ୍କୁ ଧମକ ଚମକ ଦେଉଥିବା ବେଳେ ମ୍ୟାନେଜର ଟ୍ରେଜରରଙ୍କ ନିକଟରେ ପହଞ୍ଚିଥିଲେ । ଅଭିଯୁକ୍ତ ମ୍ୟାନେଜରଙ୍କୁ କାବୁ କରି କ୍ୟାସ କାଉଣ୍ଟରରୁ ପ୍ରାୟ 15 ଲକ୍ଷରୁ ଅଧିକ ଟଙ୍କା ନେଇ ବ୍ୟାଙ୍କ ବାହାରକୁ ଆସିଥିଲା । କେହି ଜୀବନ ବିକଳରେ ତା ନିକଟକୁ ଯାଇ ପାରି ନଥିଲେ । ଟଙ୍କା ଲୁଟିବା ସହ ବ୍ୟାଙ୍କ୍‌ ମ୍ୟାନେଜରଙ୍କ ଦେହରେ ପିସ୍ତଲ ଲଗାଇ ବାହାରକୁ ଆଣିଥିଲା ।

ପୋଲିସ ପୁଅକୁ ବାନ୍ଧିଲା ପୋଲିସ, ବାପାଙ୍କ ବନ୍ଧୁକ ଦେଖାଇ ଲୁଟିଥିଲା ୧୫ ଲକ୍ଷ

ବ୍ୟାଙ୍କ ବାହାରକୁ ଆସିବା ପରେ ଜଣେ ପଥଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ କ୍ଷୀପ୍ରଗତିରେ ସ୍କୁଟି ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲା ଅଭିଯୁକ୍ତ । ସେତେବେଳକୁ ଏହାକୁ ନେଇ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଏସପି ଘଟଣା ସମ୍ପର୍କରେ ଜାଣିବା ପରେ ଟାଉନ ପୋଲିସକୁ ଅଭିଯୁକ୍ତର ପିଛା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପୋଲିସ ସାଇରନ ଶୁଣି ସ୍କୁଟି ଆରୋହୀଙ୍କୁ ଓହ୍ଲାଇ ଦେଇ ନିଜେ ସ୍କୁଟି ନେଇ ଖସି ଯିବାକୁ ଚେଷ୍ଟା କରିଥିଲା ଅଭିଯୁକ୍ତ ।

ଖାଲି ସେତିକି ନୁହେଁ ଅଭିଯୁକ୍ତ ଜଣକ ପାଖରେ ରଖିଥିବା ବନ୍ଧୁକରୁ ପୋଲିସ ଉପରକୁ ଗୁଳି ଚଳାଇବାକୁ ମଧ୍ୟ ପଛାଇ ନଥିଲା । ପୋଲିସର ପାଲଟା ଗୁଳି ଚାଳନାରେ ଗୁରୁତର ଆହତ ହୋଇ ଧରା ପଡ଼ିଥିଲା ଲୁଟେରା । ଚିକିତ୍ସା ପାଇଁ ତାକୁ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ନିକଟରୁ ଲୁଟ୍‌ କରିଥିବା ଟଙ୍କା, ସ୍କୁଟି ସହ ଲୁଟ୍‌ରେ ବ୍ୟବହୃତ ବନ୍ଧୁକ ମଧ୍ୟ ଜବତ କରାଯାଇଛି ।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

Last Updated : Nov 9, 2021, 10:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.