ETV Bharat / state

ଗାଁ ଅଷ୍ଟପ୍ରହରୀରେ ନାବାଳିକାଙ୍କ ସହ ଦୁଷ୍କର୍ମ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

author img

By

Published : Jun 7, 2023, 4:01 PM IST

ଗାଁରେ ଚାଲିଥିଲା ଅଷ୍ଟପ୍ରହରୀ । ଯାହାର ସୁଯୋଗ ନେଇ ନାବାଳିକାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଛି ଜଣେ ଯୁବକ । ଏଭଳି ଅଭିଯୋଗ ଆସିଛି ରାଉରକେଲାର ତଳସରା ଅଞ୍ଚଳରୁ । ଅଧିକ ପଢନ୍ତୁ

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ରାଉରକେଲା: ତଳସରା ଅଞ୍ଚଳରେ ଘଟିଯାଇଛି ସ୍ପର୍ଶକାତର ଘଟଣା । ନାବାଳିକାକୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି । ଗ୍ରାମରେ ଆୟୋଜିତ ଅଷ୍ଟପ୍ରହରୀ ଉତ୍ସବ ଦେଖିବାକୁ ଯାଇଥିବା ଜଣେ ୯ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ତେବେ ଅଭିଯୁକ୍ତ ଜଣକ ହେଉଛି ସେହି ଗାଁର ଦୀନବନ୍ଧୁ ସିଂ। ଦୀନବନ୍ଧୁର ବୟସ 22ବର୍ଷ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଉତ୍ସବ ସ୍ଥାନର ଅନତି ଦୂରରେ ଥିବା ଏକ ଅନ୍ଧାରୁଆ ସ୍ଥାନରେ ଅତି ଅମାନୁଷିକ ଭାବେ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା ଅଭିଯୁକ୍ତ । ତେବେ ଏହି ଫେରାର ଅଭିଯୁକ୍ତ ଦୀନବନ୍ଧୁକୁ ଆଜି ଗିରଫ କରିଛି ପୋଲିସ ।

ଅଭିଯୋଗ ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲା ତଳସରା ଅଞ୍ଚଳର ଏକ ଗାଁରେ ଅଷ୍ଟପ୍ରହରୀର ଶେଷ ଦିନ ଅର୍ଥାତ ୩ ତାରିଖରେ ଏଭଳି ଅମାନବୀୟ କାଣ୍ଡ ଘଟାଇଥିଲା ଅଭିଯୁକ୍ତ । ନାବାଳିକାକୁ ପ୍ରବର୍ତ୍ତାଇ ଅଷ୍ଟପ୍ରହରୀ ଚାଲିଥିବା ଉତ୍ସବ ସ୍ଥଳରୁ ଡାକି ନେଇଥିଲା । ନିଜ ଗାଁର ଚିହ୍ନା ଯୁବକ ହୋଇଥିବାରୁ ନାବାଳିକା ଜଣକ ତା ସହ ବିନା କୌଣସି ପ୍ରଶ୍ନ କରି ଯାଇଥିଲେ । ହେଲେ କିଛି ଦୂରକୁ ଯିବା ପରେ ଦୀନବନ୍ଧୁର ମନ୍ଦ ଉଦ୍ଦେଶ୍ୟ ଜାଣିାପାରି ସେଠାରୁ ଖସି ପଳାଇବାକୁ ଉଦ୍ୟମ କରି ସୁଦ୍ଧା ବିଫଳ ହୋଇଥିଲେ ପୀଡିତା । ଆଉ ଶେଷରେ ଦୁଷ୍କର୍ମର ଶିକାର ହୋଇଥିଲେ । ଏପରିକି ଘଟଣା ସମ୍ପର୍କରେ ମୁହଁ ଖୋଲିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା ଦୀନବନ୍ଧୁ ।

କିନ୍ତୁ ଘଟଣାର ପରଦିନ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ ପୀଡିତା । ହେଲେ ଏନେଇ ଥାନାରେ ଅଭିଯୋଗ ନକରି ଲୋକ ଲଜ୍ଜା ଭୟରେ ଚୁପ୍ ରହିଥିଲେ ପରିବାର । ପୀଡିତାଙ୍କ ଅବସ୍ଥା ଗୁରୁତର ହେବରୁ ପରିବାର ଲୋକେ ଝିଅକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଆଉ ତାପରେ ପୀଡ଼ିତାଙ୍କ ସହ ଦୁଷ୍କର୍ମ ହୋଇଥିବା ଜାଣି ପୋଲିସକୁ ସୂଚନା ଦେଇଥିଲେ ଡାକ୍ତର । ସୂଚନା ପାଇବା ପରେ ତଳସରା ପୁଲିସ ନାବାଳିକାଙ୍କ ବୟାନ ଆଧାରରେ ମାମଲା ରୁଜୁ କରିଥିଲା ।

ତେବେ ପୀଡ଼ିତାଙ୍କ ଚିକିତ୍ସା ଜାରି ରହିଥିବାବେଳେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରିବା ସହ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ମୋବାଇଲ ଫୋନ୍ ଟ୍ରାକିଂ କରି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରୁ ଅଭିଯୁକ୍ତ ଦୀନବନ୍ଧୁକୁ ଗିରଫ କରିଛି ପୋଲିସ । ଏଭଳି ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଅପରପକ୍ଷେ ଅଭିଯୁକ୍ତକୁ କଠୋର ଦଣ୍ଡ ପ୍ରଦାନ କରିବାକୁ ଦାବି ଜୋର ଧରିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.