ETV Bharat / state

ଶ୍ରମିକଙ୍କ ପାଇଁ ଅଣ୍ଟା ଭିଡ଼ିଲା CITU, ଦିନକୁ ସର୍ବନିମ୍ନ ମଜୁରୀ 1000 ଟଙ୍କା କରିବାକୁ ଦାବି - ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ଦାବି

ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବଢାଯାଉ । ମାସକ ୨୬ ହଜାର ଟଙ୍କା ସର୍ବନିମ୍ନ ମଜୁରୀ ପ୍ରଦାନ କରାଯାଉ । ଅଧିକ ପଢ଼ନ୍ତୁ

ଶ୍ରମିକଙ୍କୁ ମାସକ ୨୬ ହଜାର ଟଙ୍କା ସର୍ବନିମ୍ନ ମଜୁରୀ ପ୍ରଦାନ କରାଯା

author img

By

Published : Apr 25, 2023, 8:07 AM IST

ଶ୍ରମିକଙ୍କୁ ମାସକ ୨୬ ହଜାର ଟଙ୍କା ସର୍ବନିମ୍ନ ମଜୁରୀ ପ୍ରଦାନ କରାଯା

ରାଉରକେଲା: ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବଢାଯାଉ । ମାସକ ୨୬ ହଜାର ଟଙ୍କା ସର୍ବନିମ୍ନ ମଜୁରୀ ପ୍ରଦାନ କରାଯାଉ । ଅଣକୁଶଳୀ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ୨୬ ହଜାର ଟଙ୍କା କରାଯାଉ । ଅର୍ଦ୍ଧକୁଶଳୀ ଏବଂ କୁଶଳୀ ଶ୍ରମିକମାନଙ୍କ ମଧ୍ୟ ସେହି ଅନୁପାତରେ ସର୍ବନିମ୍ନ ମଜୁରୀ ଧାର୍ଯ୍ୟ କରାଯାଉ । ଶ୍ରମିକଙ୍କ ସ୍ୱାର୍ଥକୁ ନେଇ ପୁଣି ଆଗକୁ ଆସିଛି CITU । ଗରିବ ଖଟିଖିଆ ଶ୍ରମିକଙ୍କ ଦାବିକୁ ନେଇ ପୁଣି ଲଢେଇ ଆରମ୍ଭ କରିଛି ସିଟୁ ।

ଏହା ବି ପଢ଼ନ୍ତୁ: Hockey India: ରାଜ୍ୟ ସରକାରଙ୍କ ବଡ ଘୋଷଣା, ଆଉ 10 ବର୍ଷ ଓଡିଶା ପ୍ରାୟୋଜକ

ଆଜିର ସାମ୍ବାଦିକ ସମ୍ମିଳନୀରେ ସିଟୁ କହିଛି , "ଓଡ଼ିଶାରେ ଅଧିକାଂଶ ଦିନ ମଜୁରିଆ ଶ୍ରମିକମାନେ ଘୋର ଦୟନୀୟ ଅବସ୍ଥାରେ ଅଛନ୍ତି । ସରକାର ତାଙ୍କର ଦାବି ନ ଶୁଣିବାରୁ ସେମାନଙ୍କ ଏଭଳି ଅବସ୍ଥା ରହିଛି । ଗରିବ ଲୋକିଙ୍କ ଦୁଃଖ ଶୁଣିବା ବଦଳରେ ଏହାକୁ ନେଇ ରାଜ୍ୟରେ ରାଜନୀତି କରାଯାଉଛି । ସରକାର ଗରିବଙ୍କ କଥାକୁ ଆଣ ଦେଖା କରୁଛନ୍ତି ।"

ଏହାସହ ସିଟୁର ଉପସଭାପତି କହିଛନ୍ତି, "ଦେଶରେ ୯୪ ପ୍ରତିଶତ ଶ୍ରମିକ ମାସକୁ ୧୦ ହଜାର ଟଙ୍କାରୁ କମ ଦରମା ପାଉଛନ୍ତି । କିନ୍ତୁ ଦେଶରେ ଥିବା ପୁଞ୍ଜିପତିମାନଙ୍କ ଆୟ ପ୍ରାୟ ଦୁଇ ହଜାର କୋଟି ଟଙ୍କା ଦୈନିକ ପହଞ୍ଚିଛି । ଯେଉଁ ଶ୍ରମିକଙ୍କ ପାଇଁ ଆଜି ସରକାର କୋଟିକୋଟି ଟଙ୍କାର ରାଜସ୍ୱ ପାଉଛି । ଶ୍ରମିକମାନେ ଖଟିଲେ ଏହି ପୁଞ୍ଜିପତିମାନଙ୍କ ପାଖରେ କୋଟିକୋଟି ଟଙ୍କା ଲାଭ ଆସୁଛି ସେଠାରେ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଶ୍ରମିକଙ୍କୁ ହୀନ ମାନସିକତାର ସହ ଦେଖୁଛନ୍ତି ।

ଯେଉଁଠି ବଜାର ଦର ପ୍ରତ୍ୟକ ଦିନ ହୁହୁ ହୋଇ ବଢୁଛି ସେଠାରେ ଶ୍ରମିକମାନଙ୍କ ପାଖରେ ଟଙ୍କାର ଅଭାବ ଦେଖା ଦେଉଛି । ଓଡ଼ିଶାରେ ଶ୍ରମିକମାନଙ୍କ ମଜୁରୀ ନିର୍ଦ୍ଧାରଣ ପାଇଁ ୧୯୪୭ ମସିହା ସମ୍ମିଳନୀ ଅନୁସାରେ ମାସିକ ସର୍ବନିମ୍ନ ମଜୁରୀ କରିବା ପାଇଁ ଦାବି ହୋଇଛି ଆସୁଛି । ୨୬ ହଜାର ଟଙ୍କା ଅଣକୁଶଳୀମାନଙ୍କୁ ମଜୁରୀ ଦେଲେ ଯାଇ ଶ୍ରମିକମାନେ ଆଜିକା ଦୁନିଆରେ ସୁଖ ଶାନ୍ତିରେ ଜୀବନ ଅତିବାହିତ କରିବେ । ତେବେ ସମସ୍ତ ଦାବିକୁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ମାନି ନିଅନ୍ତୁ । ଯେଉଁ ସର୍ବନିମ୍ନ ମଜୁରୀ ଦୈନିକ ୩୪୫ଟଙ୍କା ରହିଛି ତାକୁ ଶ୍ରମିକଙ୍କ ସ୍ୱାର୍ଥକୁ ଦେଖି ପ୍ରତ୍ୟକ ଦିନ ୧୦୦୦ ଟଙ୍କା କରାଯିବାକୁ ଦାବି ହୋଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.