ETV Bharat / state

ସୁନ୍ଦରଗଡରେ ଚାଞ୍ଚଲ୍ୟ, ବ୍ୟକ୍ତିଙ୍କୁ ଗଳା କାଟି ନିର୍ମମ ହତ୍ୟା - ବ୍ୟକ୍ତିଙ୍କୁ ଗଳା କାଟି ନିର୍ମମ ହତ୍ୟା

କୁତ୍ରା ଥାନା ପଞ୍ଚରାରେ ବ୍ୟକ୍ତିଙ୍କୁ ଗଳା କାଟି ନିର୍ମମ ହତ୍ୟା । ହତ୍ୟାକାରୀ ଫେରାର । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

ସୁନ୍ଦରଗଡରେ ଚାଞ୍ଚଲ୍ୟା,  ବ୍ୟକ୍ତିଙ୍କୁ ଗଳା କାଟି ନିର୍ମମ ହତ୍ୟା

author img

By

Published : Jul 24, 2021, 8:53 AM IST

ସୁନ୍ଦରଗଡ: ସୁନ୍ଦରଗଡରେ ଚାଞ୍ଚଲ୍ୟ । କୁତ୍ରା ଥାନା ଅନ୍ତର୍ଗତ ପଞ୍ଚରା ବଜାରଦାଣ୍ଡ ପଡାରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ଶୁକ୍ରୁ ସୋରେଙ୍ଗ ନାମକ ଜଣେ ବ୍ୟକ୍ତିଙ୍କୁ ଗଳାକାଟି ହତ୍ୟା କରାଯାଇଛି । ଗୁରୁବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ତେବେ କିଏ ଓ କାହିଁକି ଏପରି ଭାବେ ବ୍ୟକ୍ତି ଜଣଙ୍କୁ ହତ୍ୟା କରି ଫେରାର ହୋଇଗଲା ସେନେଇ କୌଣସି ବି ସୂଚନା ମିଳିପାରିନାହିଁ ।

ତେବେ ମୃତ ଶୁକ୍ରୁ ସୋରେଙ୍ଗର ପୁଅ ପ୍ରମୋଦ ସୋରେଙ୍ଗ ଏନେଇ ଗତକାଲି କୁତ୍ରା ଥାନାରେ ଲିଖିତ ଅଭିଯୋଗ କରିବାପରେ କୁତ୍ରା ପୋଲିସ ଘଟଣା ସ୍ଥଳକୁ ଯାଇ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ଶୁକ୍ରୁ ନିଜ ଘର ବାରଣ୍ଡାରେ ଶୋଇଥିବା ବେଳେ ପୁଅର ସ୍ତ୍ରୀ ଓ ତାଙ୍କ ନାତୁଣି ଘରେ ଶୋଇଥିଲେ । ଏହି ହତ୍ୟାକାଣ୍ଡ ଘଟିବା ସମୟରେ ପ୍ରମୋଦ ଘରେ ଉପସ୍ଥିତ ନଥିବାରୁ ତାଙ୍କ ସ୍ତ୍ରୀ ଏନେଇ ଅବଗତ କରିବାପରେ ପ୍ରମୋଦ କୁତ୍ରା ଥାନାରେ ଅଭିଯୋଗ କରିଥିଲେ । ତେବେ ଶୁକ୍ରୁଙ୍କୁ କେତେବେଳେ ଓ କିଏ ହତ୍ୟା କରିଛି ତାହା ଜଣା ପଡିନାହିଁ । ଅପରପକ୍ଷେ କୁତ୍ରା ଥାନା ଅଧିକାରୀ ସୁଶାନ୍ତ କୁମାର ପରିଡା ସମସ୍ତ ଦିଗରୁ ତଦନ୍ତ ଜାରି ରହିଥିବା କହିଛନ୍ତି ।

ସୁନ୍ଦରଗଡରୁ ହରିହରଚାନ୍ଦ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.