ETV Bharat / state

ଦୁର୍ଗାଙ୍କ ପୂଜାରେ କ୍ରିକେଟର ଫ୍ୟୁଜନ, ପେଣ୍ଡାଲରେ ଷ୍ଟାଡିୟମର ଝଲକ - raurkela news

ଷ୍ଟିଲ ସିଟି ଦୁର୍ଗାପୂଜାରେ କ୍ରିକେଟର ଫ୍ୟୁଜନ ଦେଖିବାକୁ ମିଳିଛି । ଷ୍ଟାଡିୟମ ଭିତରେ ଚାଲିଛି ମା' ଦୁର୍ଗାଙ୍କ ପୂଜାର୍ଚ୍ଚନା । ଅଧିକ ପଢନ୍ତୁ

ଦୁର୍ଗାଙ୍କ ପୂଜାରେ କ୍ରିକେଟର ଫିୟୁଜନ, ପେଣ୍ଡାଲରେ ଷ୍ଟାଡିୟମର ଛଲକ

author img

By ETV Bharat Odisha Team

Published : Oct 23, 2023, 10:23 PM IST

ଦୁର୍ଗାଙ୍କ ପୂଜାରେ କ୍ରିକେଟର ଫିୟୁଜନ, ପେଣ୍ଡାଲରେ ଷ୍ଟାଡିୟମର ଛଲକ

ରାଉରକେଲା: ବର୍ତ୍ତମାନ ଦେଶରେ ଚାଲିଛି ୨ଟି ପର୍ବ । ଗୋଟିଏ ହେଉଛି ମା' ଜଗତଜନନୀ ଦୁର୍ଗାଙ୍କ ପର୍ବ ଏବଂ ଅନ୍ୟଟି କ୍ରିକେଟର ପର୍ବ । ଯାହାକୁୁ ନେଇ ପଲ୍ଲୀଠାରୁ ଦିଲ୍ଲୀ ଉତ୍ସବମୁଖର ।ଏହାରି ଭିତରେ ମିନି ଇଣ୍ଡିଆ କୁହାଯାଉଥିବା ଓଡିଶାର ଇସ୍ପାତନଗରୀ ରାଉରକେଲାରେ ଦେଖିବାକୁ ମିଳିଛି ମା' ଜଗତଜନନୀଙ୍କ ପୂଜାରେ କ୍ରିକେଟର ଛୁଙ୍କ । ଏଠାରେ ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମର ଏକ ଚମତ୍କାର ପେଣ୍ଡାଲ ନିର୍ମାଣ କରାଯାଇ ମା' ଦୁର୍ଗାଙ୍କ ଅବସ୍ଥାନ କରାଯାଇଛି ।

ସୂଚନାଯୋଗ୍ୟ ଷ୍ଟିଲ ସିଟିର ସେକ୍ଟର 7ରେ ମା' ଦୁର୍ଗାଙ୍କ ପୂଜାରେ କ୍ରିକେଟର ଫ୍ୟୁଜନ ଦେଖିବାକୁ ମିଳିଛି । କ୍ରିକେଟ ଷ୍ଟାଡିୟମ ଭିତରେ ଚାଲିଛି ମା' ଦୁର୍ଗାଙ୍କ ପୂଜାର୍ଚ୍ଚନା । ବିଶ୍ୱକପ କ୍ରିକେଟ ଯୋଗୁଁ ସମ୍ପୂର୍ଣ୍ଣ ପେଣ୍ଡାଲକୁ ଷ୍ଟାଡିୟମର ଲୁକ ଦିଆଯାଇଛି । ଚଳିତ ବର୍ଷ ସାରା ଦେଶ କ୍ରିକେଟ ବିଶ୍ୱକପ ରଙ୍ଗରେ ରଙ୍ଗେଇ ହୋଇଥିବା ବେଳେ ରାଉରକେଲା ସେକ୍ଟର 7ଦୁର୍ଗା ପୂଜା କମିଟି ଦ୍ୱାରା ବିଶ୍ୱର ସବୁଠାରୁ ବିଶାଳ କ୍ରିକେଟ ଷ୍ଟାଡିୟମ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏକ ଚମତ୍କାର ପେଣ୍ଡାଲ ନିର୍ମାଣ କରାଯାଇଥିବା ଦେଖିବାକୁ ମିଲିଛି । ଏହା କ୍ରିକେଟ ଏବଂ ଆଧ୍ୟାତ୍ମିକତାର ମିଶ୍ରଣ ଏକ ପରିବେଶ ସୃଷ୍ଟି କରିଛି । ଯାହା ଭକ୍ତ ଏବଂ କ୍ରିକେଟ ପ୍ରେମୀଙ୍କୁ ସମାନ ଭାବରେ ଆକର୍ଷିତ କରିଛି । ଏହି ଷ୍ଟାଡିୟମ ଭିତରେ ମା'ଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ ଭିଡ ଜମୁଛି । ତେବେ ଏଥର କ୍ରିକେଟ ବିଶ୍ୱକପର ରଙ୍ଗରେ ଷ୍ଟିଲସିଟିବାସୀଙ୍କୁ ରଙ୍ଗିନ କରିବା ପାଇଁ ଚେଷ୍ଟା କରିଛି ଏହି ପୂଜା କମିଟି ।

ଏହା ମଧ୍ୟ ପଢନ୍ତୁ...ଜମିଲା ମହାନବମୀ ପୂଜା, ପୁରୀ ଦୁର୍ଗାବାଡ଼ିରେ କୁମାରୀ କନ୍ୟାଙ୍କୁ ପୂଜାର୍ଚ୍ଚନା

ତେବେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ସେକ୍ଟର ୭ ଦୁର୍ଗା ପୂଜା କମିଟି କିଛି ନୂଆ ଢଙ୍ଗରେ ପେଣ୍ଡାଲ ନିର୍ମାଣ କରି ଲୋକଙ୍କ ମଧ୍ୟରେ ଖୁବ ପ୍ରଶଂସା ପାଉଛନ୍ତି । ତେବେ ଏହି ନରେନ୍ଦ୍ର ମୋଦି ଷ୍ଟାଡିୟମ ପେଣ୍ଡାଲ ଭିତରେ ଦୁର୍ଗା ପୂଜା ଦେଖିବାକୁ ଆସୁଥିବା ଲୋକଙ୍କ ପାଇଁ ବିଶ୍ୱକପ ମ୍ୟାଚ ଦେଖିବାର ବ୍ୟବସ୍ଥା କରାଯାଇଛି । ଏକ ବଡ଼ ସ୍କ୍ରିନ ମାଧ୍ୟମରେ ବୁଲିବାକୁ ଆସୁଥିବା ଲୋକଙ୍କୁ ମ୍ୟାଚ ଦେଖିବାର ସୁଯୋଗ ଦିଆଯାଉଛି । ଏହାସହ ଏହାକୁ ସମ୍ପୂର୍ଣ୍ଣ ଷ୍ଟାଡିୟମର ଲୁକ ଦେବା ପାଇଁ ଅଷ୍ଟ୍ରୋଗ୍ରାସ ସହ ଭାରତୀୟ ଖେଳାଳିମାନେ ଫିଲ୍ଡିଂ କରୁଥିବା ପ୍ରତିମୂର୍ତ୍ତି ସୁସଜ୍ଜିତ କରାଯାଇଛି । ଦୁଇ ବ୍ୟାଟ୍ସମ୍ୟାନ ଓ ଓମ୍ପାୟାର ପ୍ରତିମୂର୍ତ୍ତି ମଧ୍ୟ ନିର୍ମାଣ କରାଯାଇଛି । କ୍ରିକେଟର ବିଶ୍ୱକପ ଆକର୍ଷଣୀୟ ଟ୍ରଫିକୁ ମଧ୍ୟ ସ୍ଥାନ ଦିଆଯାଇଛି ।ଏହାକୁ ଷ୍ଟାଡିୟମର ଲୁକ ଦବାପାଇଁ ଚେଷ୍ଟା କରାଯାଇଛି । ଯାହା ସମସ୍ତ କ୍ରିକେଟ ପ୍ରେମୀଙ୍କ ମନରେ ଏକ ଉତ୍ସାହ ଭରି ଦେଇଛି । ଏଥର ଭାରତରେ କ୍ରିକେଟ ବିଶ୍ୱକପ ଆୟୋଜକ ରିହିଛି ।

ତେବେ ବିଶ୍ୱ କ୍ରିକେଟର ସବୁଠାରୁ ବିଶାଳ କ୍ରିକେଟ ଷ୍ଟାଡିୟମ ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏଥର କ୍ରିକେଟ ବିଶ୍ୱକପ କ୍ରିକେଟ ଫାଇନାଲ୍ ଆୟୋଜନ ହେବାକୁ ଥିବାବେଳେ ଏହାକୁ ଦୃଷ୍ଟିରେ ରଖି ଏହି ପେଣ୍ଡାଲକୁ ନିର୍ମାଣ କାର୍ଯ୍ୟ କରାଯାଇଥିବା ସୂଚନା ଦେଇଛନ୍ତି କମିଟି କର୍ତ୍ତୁପକ୍ଷ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.