ETV Bharat / state

ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ନ୍ୟାୟ ଦାବିରେ ଧାରଣା - ରାଉରକେଲା ଖବର

ରଙ୍ଗାମାଟି ଆଶ୍ରମ ସ୍କୁଲରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ଘଟଣାକୁ ନେଇ ସ୍କୁଲ ସାମନାରେ ଚାପା ଉତ୍ତେଜନା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Oct 3, 2019, 2:20 PM IST

ରାଉରକେଲା: ଆଶ୍ରମ ସ୍କୁଲରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାପା ଉତ୍ତେଜନା ଦେଖାଦେଇଛି । ଝିଅ ମୃତ୍ୟୁର ନ୍ୟାୟ ଦାବି କରି ଗୁରୁବାର ସ୍କୁଲ ସମ୍ମୁଖରେ ଧାରଣାରେ ବସିଛନ୍ତି ଛାତ୍ରୀଙ୍କ ବାପା ମା' ସହ ଗ୍ରାମବାସୀ । ଘଟଣାଟି ଘଟିଛି ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ବିରିଡା ପଞ୍ଚାୟତ ରଙ୍ଗାମାଟି ଆଶ୍ରମ ସ୍କୁଲରେ ।

ସୂଚନାନୁସାରେ କେ ବଳଙ୍ଗ ଥାନା ଅଞ୍ଚଳର ରଶ୍ମିତା କେର୍କେଟା ଉକ୍ତ ଆଶ୍ରମ ସ୍କୁଲରେ ରହି ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ । ବୁଧବାର ଅପରାହ୍ନରେ ସେ ସ୍କୁଲର ଝରକା ବନ୍ଦ କରୁଥିବାବେଳେ ହଠାତ ପଡିଯାଇଥିଲା । ଉକ୍ତ ଘଟଣା ପରେ ଛାତ୍ରୀଙ୍କୁ ବିରିକେରା ହସ୍ପିଟାଲ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବା ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଖବର ପାଇ ଘଟଣାସ୍ଥଳରେ କଳୁଙ୍ଗା ଫାଣ୍ଡି ଏବଂ ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତେବେ ତଦନ୍ତ ବେଳେ ଛାତ୍ରୀଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ମିଳିନଥିବାବେଳେ ଶରୀର କଳା ପଡିଯାଇଥିଲା । ସ୍କୁଲ ପରିସରରେ ଏକ ଟ୍ରାନ୍ସଫର୍ମର ରହିଛି, ଯେଉଁଠାରୁ ବେଆଇନ ଭାବେ ବହୁ ବିଦ୍ୟୁତ ଲାଇନ ଯାଇଛି । ବିଦ୍ୟୁତ ଆଘାତରେ କିମ୍ବା ବଜ୍ରାଘାତ ଦ୍ବାରା ଛାତ୍ରୀଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।

ସେପଟେ ଛାତ୍ରୀଙ୍କ ବାପା ମା' କେହି ଆସିନଥିବାବେଳେ ସନ୍ଦେହରେ ଛାତ୍ରୀର ମୃତ୍ୟୁ ରହିଥିବାରୁ ପୋଲିସ ଛାତ୍ରୀଙ୍କ ମୃତଦେହକୁ ରାଉରକେଲା ସରକାରୀ ହସ୍ପିଟାଲରେ ରଖିଥିଲେ । ଗୁରୁବାର ଉକ୍ତ ଛାତ୍ରୀଙ୍କ ବାପା ମା' ଗ୍ରାମବାସୀଙ୍କ ସହିତ ନ୍ୟାୟ ଦାବିରେ ସ୍କୁଲ ସାମ୍ନାରେ ଧାରଣାରେ ବସିଥିବାରୁ ମୃତଦେହ ବ୍ୟବଚ୍ଛେଦ ହୋଇପାରିନାହିଁ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ । ତେବେ ଜଣେ ସପ୍ତମ ଶ୍ରେଣୀର ଆଦିବାସୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ ଦାବି କରିଛନ୍ତି ଲାଠିକଟା ବ୍ଲକ(ଖ)ର ଜିଲ୍ଲା ପରିଷଦ ସଦସ୍ୟ ମହେଶ ନାଗ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା_ ବ୍ରହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ବିରିଡା ପଞ୍ଚାୟତ ରଙ୍ଗାମାଟି ଆଶ୍ରମ ସ୍କୁଲ ରେ ଜଣେ ଛାତ୍ରୀଙ୍କ ଅସ୍ୱାଭିକ ତଥା ସନ୍ଦେହଜନକ ମୃତ୍ୟୁ କୁ ନେଇ ଉକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି। ଆଜି ଗ୍ରାମବାସୀ ମାନଙ୍କ ସହିତ ମୃତ ଛାତ୍ରୀଙ୍କ ମା ବାପା ମଧ୍ୟ ନ୍ୟାୟ ଦାବି ରେ ସ୍କୁଲ ସାମ୍ନା ରେ ବସିଛନ୍ତି।

Body:କେ ବଳଙ୍ଗ ଥାନା ଅଞ୍ଚଳ ର ରଶ୍ମିତା କେର୍କେଟା ଉକ୍ତ ଆଶ୍ରମ ସ୍କୁଲ ରେ ରହି ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ । ବଧୁବାର ଅପରାହ୍ନ ରେ ସେ ସ୍କୁଲ ର ଝରକା ବନ୍ଦ କରୁଥିବା ବେଳେ ହଠାତ ପଡିଯାଇ ମୃତ୍ୟୁ ବରଣ କରିଥିବା ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି । ଦୁର୍ଘଟଣା ପରେ ଉକ୍ତ ଛାତ୍ରୀଙ୍କୁ ବିରିକେରା ହସ୍ପିଟାଲ ନିଆଯାଇଥିଲା ଏବଂ ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।
Conclusion:
ଘଟଣା ସ୍ଥଳକୁ କଳୁଙ୍ଗା ଫାଣ୍ଡି ଏବଂ ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଯାଇ ତଦନ୍ତ କଲାପରେ ଶରୀରରେ ସେପରି କୌଣସି କ୍ଷତ ପାଇନଥିଲେ ଏବଂ ଶରୀର କଳା ପଡିଯାଇଥିଲା । ସ୍କୁଲ ପରିସରରେ ଏକ ଟ୍ରାନ୍ସଫର୍ମର ରହିଛି ଯେଉଁଠାରୁ ବେଆଇନ ଭାବେ ବହୁ ବିଦ୍ୟୁତ ଲାଇନ ମଧ୍ୟ ଯାଇଛି । ପୋଲିସ ର ସନ୍ଦେହ ଯେ ବିଦ୍ୟୁତ ଆଘାତ କିମ୍ବା ବଜ୍ରାଘାତ ଦ୍ୱାରା ମଧ୍ୟ ମୃତ୍ୟୁ ହୋଇପାରିଥାଏ । ଛାତ୍ରୀଙ୍କ ବାପା ମା ଆସି ନଥିବାରୁ ଏବଂ ମୃତ୍ୟୁ ସନ୍ଦେହ ଘେରରେ ଥିବାରୁ ପୋଲିସ ଛାତ୍ରୀଙ୍କ ଶବ କୁ ରାଉରକେଲା ସରକାରୀ ହସ୍ପିଟାଲ ରେ ରଖିଛନ୍ତି ଏବଂ ଆଜି ଝିଅ ର ମା ବାପା ଗ୍ରାମବାସୀଙ୍କ ସହିତ ସେଠାରେ ରହି ଥିବାରୁ ପୋଷ୍ଟମର୍ଟମ ହୋଇ ପରି ନ ଥିଲା। ପୋଷ୍ଟମାର୍ଟମ ପରେ ମୃତ୍ୟୁ କାରଣ ଜଣା ପଡିବ । ତେବେ ଜଣେ ସପ୍ତମ ଶ୍ରେଣୀ ର ଆଦିବାସୀ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ ର ତଦନ୍ତ ଦାବି କରିଛନ୍ତି ଲାଠିକଟା ବ୍ଲକ ( ଖ ) ର ଜିଲ୍ଲା ପରିଷଦ ସଦସ୍ୟ ମହେଶ ନାଗ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.