ETV Bharat / state

ସୁନ୍ଦରଗଡରେ କ୍ଲିନିକ ସିଲ, 7 ନକଲି ଡାକ୍ତର ଗିରଫ - ଫେକ୍ କ୍ଲିନିକ୍ ସିଲ

ଦୁଇଟି ଫେକ୍ କ୍ଲିନିକ୍ ସିଲ । ଗିରଫ ହୋଇଥିବା ନକଲି ଡାକ୍ତରଙ୍କ ମଧ୍ୟରେ ଦୁଇଜଣ ପଶ୍ଟିମବଙ୍ଗ ହୋଇଥିବା ବେଳେ ଦୁଇଜଣ ଝାଡଖଣ୍ଡ ଓ ଆଉ ଜଣେ ବିହାରର ବୋଲି ଜଣା ପଡିଛି । ଅଧିକ ପଢନ୍ତୁ...

କ୍ଲିନିକ୍ ସିଲ, 7 ନକଲି ଡାକ୍ତର ଗିରଫ
କ୍ଲିନିକ୍ ସିଲ, 7 ନକଲି ଡାକ୍ତର ଗିରଫ
author img

By

Published : May 11, 2021, 9:01 PM IST

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ହାତୀବାରି ଅଞ୍ଚଳରୁ ପୋଲିସ ଦୁଇ ଜଣ ନକଲି ଡାକ୍ତରଙ୍କୁ ଗିରଫ କରିବା ସହ ସେମାନେ ବେଆଇନ ଭାବେ ଚଳାଉଥିବା ଦୁଇଟି ଫେକ୍ କ୍ଲିନିକକୁ ସିଲ୍ କରିଛି ।

ସୁନ୍ଦରଗଡ ପୋଲିସ କୋଭିଡ୍ ମାହାମାରୀକୁ ପ୍ରତିହତ କରିବା ନେଇ ଏନଫୋର୍ସମେଣ୍ଟକୁ କଡାକଡି କରିବା ସହ ଏବେ ନକଲି ଡାକ୍ତରଙ୍କୁ ସାବାଡ କରିବା ନେଇ ଉଦ୍ୟମ ଜାରି ରଖିଛି । ଗତ 7 ତାରିଖରୁ ଆଜି ମଧ୍ୟରେ ସୁନ୍ଦରଗଡ ପୋଲିସ 7 ଟି ଫେକ୍ କ୍ଲିନିକକୁ ସିଲ୍ କରିବାସହ 7 ଜଣ ନକଲି ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଡାକ୍ତର ମାନଙ୍କ ମଧ୍ୟରେ ଦୁଇଜଣ ପଶ୍ଟିମ ବଙ୍ଗ ରାଜ୍ୟର ଥିବାବେଳେ ଦୁଇଜଣ ଝାଡଖଣ୍ଡ ରାଜ୍ୟର ଆଉ ଜଣେ ବିହାର ରାଜ୍ୟର ଥିବାବେଳେ ଓ ଅନ୍ୟ ଦୁଇଜଣ ସୁନ୍ଦରଗଡ ଜିଲ୍ଲାର ବୋଲି ଜଣା ପଡିଛି ।

ପୋଲିସ 7 ତାରିଖରେ ରାଏବଗା ଥାନା ସଳଙ୍ଗାବାହାଲରେ ଜଣେ ନକଲି ଡାକ୍ତର ଗିରଫ କରିବା ସହ କ୍ଲିନିକୁ ସିଲ କରିଥିଲା । ସେହିପରି ଗତକାଲି ( ମେ' 10ରେ ) ବୀରମିତ୍ରପୁରରୁ ଜଣେ ହୋଇଥିବା ବେଳେ, ହାତୀବାରି ଅଞ୍ଚଳରୁ ଦୁଇଜଣ ନକଲି ଡାକ୍ତର ଓ କୁତ୍ରା ଥାନା ପଞ୍ଚରାରୁ ଜଣେ ଗିରଫ କରିବାସହ ସେମାନଙ୍କ କ୍ଲିନିକକୁ ସିଲ କରାଯାଇଛି । ସେହିପରି ଆଜି ( 11 ମେ' ) ରେ ସୁନ୍ଦରଗଡ ଜିଲ୍ଲା ହାତୀବାରି ଥାନା ଅନ୍ତର୍ଗତ ପୁରୁଣାପାଣି ଓ କୁକେରାମାରେ ଅଞ୍ଚଳରେ ଚଢାଉ କରି କାର୍ତ୍ତିକ କ୍ଲିନିକ ଓ ଅମ୍ରିତ କ୍ଲିନିକକୁ ସିଲ୍ କରିବାସହ ଏହି କ୍ଲିନିକ ଚଳାଉଥିବା ଦୁଇଜଣ କ୍ୱାକଙ୍କୁ ଗିରଫ କରିଛି । ଏମାନେ କୋରୋନା ମାହାମାରୀକୁ ଢାଲ କରି ସାଧାରଣ ଲୋକଙ୍କୁ ଭଲ କରିଦେବା ନାମରେ ପାରାସିଟାମଲ ପରି କେତେକ ବଟିକା ଦେଇ ଶୋଷଣ କରୁଥିବା ନେଇ ପୋଲିସ କହିଛି । କେବଳ ସେତିକି ନୁହେଁ କୋଭିଡ ନିୟମ ଉଲଙ୍ଘନ କରି ସେମାନଙ୍କ ଠକେଇ ଧନ୍ଦା ଚଳାଇ ଆସୁଥିଲେ । କିଏ ଦଶମ ଶ୍ରେଣୀ ପାସ୍ କରିଥିବା ସାର୍ଟିଫିକେଟ ଦେଖାଉଥିଲା ତ ପୁଣି କିଏ ଅନ୍ୟ କାହାର ନାମରେ ଏହି କାମ କରୁଥିଲା ବୋଲି ପୋଲିସ କହିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.