ETV Bharat / state

ସୁନ୍ଦରଗଡରେ କାୟା ମେଲୁଛି ସ୍କ୍ରବ ଟାଇଫସ: 24 ଘଣ୍ଟାରେ 6 ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା 206କୁ ବୃଦ୍ଧି - ସ୍କ୍ରବ ଟାଇଫସ ଆତଙ୍କ

ସୁନ୍ଦରଗଡରେ 24 ଘଣ୍ଟା ମଧ୍ୟରେ 6 ସ୍କ୍ରବ ଟାଇଫସ ଚିହ୍ନଟ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬କୁ ବୃଦ୍ଧି । ଅଧିକ ପଢନ୍ତୁ

ସୁନ୍ଦରଗଡରେ 24 ଘଣ୍ଟା ମଧ୍ୟରେ 6 ସ୍କ୍ରବ ଟାଇଫସ ଚିହ୍ନଟ

author img

By ETV Bharat Odisha Team

Published : Sep 21, 2023, 7:10 PM IST

ସୁନ୍ଦରଗଡରେ 24 ଘଣ୍ଟା ମଧ୍ୟରେ 6 ସ୍କ୍ରବ ଟାଇଫସ ଚିହ୍ନଟ

ରାଉରକେଲା: ଜିଲ୍ଲାରେ ବର୍ତ୍ତମାନ ବ୍ୟାପିବାରେ ଲାଗିଛି ସ୍କ୍ରବ ଟାଇଫସ । ବର୍ତ୍ତମାନ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ରେ ଆଉ ୬ ଜଣ ସ୍କ୍ରବ୍ ଟାଇଫସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସର୍ବାଧିକ ସୁନ୍ଦରଗଡ଼ରେ ୨୦୬ ଜଣ ସ୍କ୍ରବ୍ ଟାଇଫସ୍‌ ରୋଗୀ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ରାଉରକେଲା ସରକାରୀ ହସ୍ପିଟାଲର ଟେଷ୍ଟ ରିପୋର୍ଟ ଅନୁଯାୟୀ, ଗତକାଲି(ବୁଧବାର) 6ଜଣ ସ୍କ୍ରବ ପଜିଟିଭ ଚିହ୍ନଟ ହୋଇଥିଲେ । ରବିବାର ୧୧ ଜଣ ପଜିଟିଭ ଏବଂ ସୋମବାର ୩ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ଠିକ୍ ସେହିପରି ମଙ୍ଗଳବାର ମଧ୍ୟ ୧୦ ଜଣ ସ୍କ୍ରବ ଟାଇଫସ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଗତକାଲି (ବୁଧବାର) ପର୍ଯ୍ୟନ୍ତ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୦ ଜଣ ଅନ୍ୟ ରାଜ୍ୟର ହୋଇଥିବା ବେଳେ ୯ ଜଣ ଅନ୍ୟ ଜିଲ୍ଲାର ରହିଛନ୍ତି । ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ୧୪ ତାରିଖରେ ଜିଲ୍ଲାରେ ରାଜ୍ୟର ସର୍ବାଧିକ ୩୦ ଚିହ୍ନଟ ହୋଇଥିଲା । ସ୍କ୍ରବ୍ ଟାଇଫସରେ ଜଣକର ମୃତ୍ଯୁ ହୋଇଥିବା ବେଳେ ଠିକ୍‌ ସମୟରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିବାରୁ ଅନ୍ୟ ଆକ୍ରାନ୍ତମାନେ ସୁସ୍ଥ ଥିବା ସିଡିଏମଓ ଡ. କାହ୍ନୁଚରଣ ନାୟକ କହିଛନ୍ତି ।

ଏହା ମଧ୍ଯ ପଢନ୍ତୁ...ସୁନ୍ଦରଗଡ଼ରେ ସ୍କ୍ରବ ଟାଇଫସ, ଜ୍ବର କି ଥଣ୍ଡା ହେଲେ ତୁରନ୍ତ ପରୀକ୍ଷା କରିବାକୁ ସ୍ବାସ୍ଥ୍ଯ ବିଭାର ନିର୍ଦ୍ଦେଶ

ସିଡିଏମଓ ଡ. କାହ୍ନୁଚରଣ ନାୟକ କହିଛନ୍ତି ଯେ, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ସତର୍କତା ଅବଲମ୍ବନ କରାଯାଉଛି । ଆଶା, ଅଙ୍ଗନବାଡ଼ିକର୍ମୀଙ୍କ ଜରିଆରେ ଲୋକଙ୍କୁ ସଚେତନ କରାଯିବା ସହ ରୋଗ ଚିହ୍ନଟ ପାଇଁ ବ୍ୟାପକ ପରୀକ୍ଷା କରାଯାଉଛି । କୌଣସି ବ୍ୟକ୍ତିଙ୍କଠାରେ ଏହି ରୋଗର ଲକ୍ଷଣ ଦେଖାଗଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଉଛି । ଆବଶ୍ୟକ ପଡ଼ିଲେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି । ଜଙ୍ଗଲ ବା ଚାଷ ଜମିକୁ ଯାଉଥିବା ବ୍ଯକ୍ତିମାନଙ୍କ ନିକଟରେ ଏହି ରୋଗ ଦେଖିବାକୁ ମିଳୁଛି । ତେଣୁ ଜମି ବା ଜଙ୍ଗଲକୁ ଯାଇଥିବା ସମୟରେ ଫୁଲ ଶାର୍ଟ ଏବଂ ପ୍ୟାଣ୍ଟ ପିନ୍ଧି ଯିବା ସହ ଘରକୁ ଫେରିଲେ ସାନିଟାଇଜରରେ ହାତ ଧୋଉଇବା ସହ ନିଜକୁ ଭଲରେ ସଫା କରନ୍ତୁ । ବର୍ତ୍ତମାନ ବର୍ଷା ଋତୁ ଚାଲୁଥିବା ବେଳେ ଏହା ବ୍ୟାପକ ବୃଦ୍ଧି ପାଉଛି । ବର୍ଷା ଋତୁ ସରି ଆସିଲେ ଏହି ସ୍କ୍ରବ ଟାଇଫସ ପଜିଟିଭ ସଂଖ୍ୟ ହ୍ରାସ ପାଇବ । ସତର୍କ ରହିବା ସହ ସ୍ବଚ୍ଛ ରହିଲେ ଏହି ରୋଗରୁ ବର୍ତ୍ତି ପାରିବେ ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.