ETV Bharat / state

ଇଂରେଜ ଗୁଳିରେ ଶହୀଦ ହୋଇଥିଲେ 49 ଆଦିବାସୀ, ଏଯାଏଁ ମିଳିନି ସଂଗ୍ରାମୀ ମାନ୍ୟତା - ସଂଗ୍ରାମୀ ମାନ୍ୟତା

ଗାନ୍ଧିଜୀଙ୍କ ଅହିଂସା ଆନ୍ଦୋଳନରୁ ପ୍ରେରିତ ହୋଇ ନିଜ ଅଧିକାର ପାଇଁ ସଂଘର୍ଷ କରୁଥିବା 49 ଆଦିବାସୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଶହୀଦ ହୋଇଥିବା ଆଦିବାସୀଙ୍କୁ ସ୍ବାଧୀନତା ସଂଗ୍ରାମୀର ମାନ୍ୟତା ଏପର୍ଯ୍ୟନ୍ତ ବି ମିଳିପାରି ନାହିଁ ।

49 tribals were killed in the British firing
ଇଂରେଜ ଗୁଳିରେ ଶହୀଦ ହୋଇଥିଲେ 49 ଆଦିବାସୀ, ଏଯାଏଁ ମିଳିନି ସଂଗ୍ରାମୀ ମାନ୍ୟତା
author img

By

Published : Aug 13, 2020, 8:44 PM IST

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ରାୟବଗା ଥାନାର ସିମକୋ ଗାଁ ରେ 25 ଏପ୍ରିଲ 1939 ଦିନ ଇଂରେଜ ନିର୍ଦ୍ଦେଶରେ ଗୁଳିଚାଳନ କରା ଯାଇଥିଲା । ଗାନ୍ଧିଜୀଙ୍କ ଅହିଂସା ଆନ୍ଦୋଳନରୁ ପ୍ରେରିତ ହୋଇ ନିଜ ଅଧିକାର ପାଇଁ ସଂଘର୍ଷ କରୁଥିବା 49 ଆଦିବାସୀ ଘଟଣାସ୍ଥଳରେ ଶହୀଦ ହୋଇଥିବା ବେଳେ 82 ଜଣ ଗୁରୁତର ଭାବରେ ଆହତ ହୋଇଥିଲେ ।

ଇଂରେଜ ଗୁଳିରେ ଶହୀଦ ହୋଇଥିଲେ 49 ଆଦିବାସୀ, ଏଯାଏଁ ମିଳିନି ସଂଗ୍ରାମୀ ମାନ୍ୟତା

ଏହି ଆଦିବାସୀ ମାନେ ନିର୍ମଳ ମୁଣ୍ଡାଙ୍କ ନେତୃତ୍ବରେ ଆନ୍ଦୋଳନ କରି ଥିଲେ । ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନିର୍ମଳ ମୁଣ୍ଡାଙ୍କୁ ତାମ୍ରପତ୍ର ପ୍ରଦାନ କରି ସ୍ବାଧୀନତା ସଂଗ୍ରାମୀର ମାନ୍ୟତା ପ୍ରଦାନ କରିଥିଲେ କିନ୍ତୁ ସ୍ବାଧୀନତା ସଂଗ୍ରାମୀଙ୍କୁ ଅନ୍ୟ କିଛି ସୁବିଧା ମିଳି ପାରି ନ ଥିଲା । ନିର୍ମଳ ମୁଣ୍ଡା ସ୍ବାଧୀନତା ପରେ ଜେଲରୁ ବାହାରି ଥିଲେ ସତ କିନ୍ତୁ ସ୍ବାଧୀନତା ପରେ ମଧ୍ୟ ସରକାର ଏହି ଆଦିବାସୀଙ୍କୁ ସ୍ବାଧୀନତା ସଂଗ୍ରାମୀର ମାନ୍ୟତା ଦେଇ ନାହାନ୍ତି ।

1936 ରେ ମୁଖାର୍ଜୀ ସେଟେଲ ମେଣ୍ଟରେ ଆଦିବାସୀ ମାନଙ୍କ ଛୋଟା ନାଗପୁର ଟେଏନ୍ସି ଆକ୍ଟ ରେ ମିଳିଥିବା ଅଧିକାର ଛଡାଇ ନେବା ସହିତ ଜମିର ଟିକସ ବହୁଗୁଣ ବୃଦ୍ଧି କରା ଯାଇଥିଲା । ସେହି ସମୟରେ ଦ୍ଵିତୀୟ ବିଶ୍ବ ଯୁଦ୍ଧରୁ ଫେରି ନିର୍ମଳ ମୁଣ୍ଡା ଏହି ଆନ୍ଦୋଳନର ନେତୃତ୍ବ ନେଇଥିଲେ । ଏହି ଅନ୍ୟାୟ ବିରୋଧରେ ନିର୍ମଳ ମୁଣ୍ଡା ବାଇସାରାଇକୁ ଚିଠି ଲେଖିଥିଲେ । ବାଇସାରାଇଙ୍କ ନିଷ୍ପତି ଶୁଣିବା ପାଇଁ 18 ଟି ମୌଜାର ଆଦିବାସୀ ପରମ୍ପରାଗତ ବାଜା ସହିତ ଉପସ୍ଥିତ ଥିଲେ । କିନ୍ତୁ ଏମାନଙ୍କ ଉପରେ ହୋଇ ଥିଲା ଗୁଳି ଚାଳନା ।

ନିର୍ମଳ ମୁଣ୍ଡା ଏହି ଅଞ୍ଚଳରୁ ବିଧାୟକ ହୋଇଥିଲେ । କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ବାରମ୍ବାର ପୀଡିତଙ୍କୁ ସ୍ବାଧୀନତା ସଂଗ୍ରାମୀ ଘୋଷଣା ପାଇଁ ଦାବି କରା ଯାଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସରକାର ଏମାନଙ୍କ ଦାବି ପ୍ରତି ଗୁରୁତ୍ବ ଦେଇ ନାହାନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.