ETV Bharat / state

36 ଘଣ୍ଟାରେ 3 ନାବାଳିକାଙ୍କୁ ଦୁଷ୍କର୍ମ, ପୋଲିସର ତଦନ୍ତ ଜାରି

ସୁନ୍ଦରଗଡ ପୋଲିସ ପାଇଁ ଏକ ବଡ ଚ୍ୟାଳେଞ୍ଜ ସୃଷ୍ଟି କରିଛି ଜିଲ୍ଲାରେ ନାବାଳିକା ଦୁଷ୍କର୍ମ ଘଟଣା । 3 ଦିନ ମଧ୍ୟରେ ସହରରେ 3 ନାବାଳିକାଙ୍କ ସହିତ ଦୁଷ୍କର୍ମ ହୋଇଥିବା ଘଟଣା ସାମ୍ନାକୁ ଆସିଛି।

author img

By

Published : Jul 23, 2019, 10:30 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା

ରାଉରକେଲା: ରାଜ୍ୟରେ ଚରମ ସୀମାରେ ପହଞ୍ଚିଛି ନାବାଳିକା ଦୁଷ୍କର୍ମ ଘଟଣା। ଯେତେ ଆଇନ ହେଲେ ବି ଅପରାଧକୁ ଫୁ କରି ଏଭଳି ଜଘନ୍ୟ କାଣ୍ଡ ଭିଆଇ ଚାଲିଛନ୍ତି ଦୁର୍ବୃତ୍ତ । ଏହି କ୍ରମରେ 3 ଦିନ ମଧ୍ୟରେ ସହରରେ 3 ନାବାଳିକାଙ୍କ ସହିତ ଦୁଷ୍କର୍ମ ହୋଇଥିବା ଘଟଣା ସାମ୍ନାକୁ ଆସିଛି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା

ତେବେ ଏଭଳି ଘଟଣା ସୁନ୍ଦରଗଡ ପୋଲିସ ପାଇଁ ଏକ ବଡ ଚ୍ୟାଳେଞ୍ଜ ସୃଷ୍ଟି କରିଛି । ରାଜଗାଙ୍ଗପୁର ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଜଣକୁ ଗିରଫ କରାଯାଇଥିବା ବେଳେ ହିମଗିରି ଥାନା ଅଞ୍ଚଳରୁ ନିଖୋଜ ଏକ ନାବଳିକାର ଉଲଗ୍ନ ମୃତଦେହ ଗୋପାଳପୁର ଜଙ୍ଗଲରୁ ମିଳିଛି । ଏହି ଘଟଣା ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ‌ଅନ୍ୟପଟେ ବିରମିତ୍ରପୁର ଥାନାର କୁଆରମୁଣ୍ଡା ଫାଣ୍ଡି ଅଞ୍ଚଳରେ ଏକ ନାବାଳିକାକୁ 10 ଜଣ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମର ଭିଡିଓ ତିଆରି କରିଥିବା ଯୁବକ ମାନେ ନାବାଳିକା ବାପାକୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ ।

ତେବେ ଏଘଟଣାର ଭିଡିଓ ଭାଇରାଲ ହେବା ପରେ ଥାନାରେ ମାମଲା ପହଞ୍ଚିଥିଲା । ଏସପି ସୌମ୍ୟା ମିଶ୍ର ଘଟଣାକୁ ଗୁରୁତର ସହିତ ନେବା ସହ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା କରାଯାଉଥିବା ସୂଚନା ରହିଛି ।

ଅନ୍ୟପଟେ ଖୁବଶୀଘ୍ର ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିବ ବୋଲି ଏସପି ଆଶ୍ବାସନା ଦେଇଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:3 ଦିନ ରେ 3 ନବଳିକଙ୍କ ସହିତ ଦୁଷ୍କରର୍ମ,ପୋଲିସ ତଦନ୍ତ ଜାରି
ରାଉରକେଲା-ସୁନ୍ଦରଗଡ଼ ପୋଲିସ ଜିଲ୍ଲା ରେ 3 ଦିନ ମଧ୍ୟ ରେ 3 ନବଳିକାଙ୍କ ସହିତ ଦୁଷ୍କର୍ମ ର ଘଟଣା ହୋଇଛି। ରାଜଗାଙ୍ଗପୁର ଥାନା ଅଂଚଳ ରେ ନବଳିକ ସହିତ ଦୁଷ୍କର୍ମ ର ଘଟଣା ରେ ଜଣେ କୁ ଗିରଫ କର ଯାଇଥିବା ବେଳେ ହିମଗିରି ଥାନା ଅଂଚଳ ରୁ ନିଖୋଜ ଏକ ନବଳିକା ର ଉଲଗ୍ନ ଶବ ଗୋପାଳପୁର ଜଙ୍ଗଲ ରୁ ମିଳିଛି।ଏଜ ଦୁଷ୍କର୍ମ ପରେ ହତ୍ୟା ର ସନ୍ଦେହ କର ଯାଉଛି।Body:‌ଅନ୍ୟ ପଟେ ବିରମିତ୍ରପୁର ଥାନା ର କୁଆରମୁଣ୍ଡା ଫାଣ୍ଡି ଅଂଚଳ ରେ ଏକ ନବଳିକା କୁ ଟେକି ନେଇ 10 ଜଣ ଦୁଷ୍କର୍ମ କରି ଥିଲେ। ଦୁଷ୍କର୍ମ ର ଭିଡିଓ ତିଆରି କରିଥିବା ଯୁବକ ମାନେ ତାକୁ ଧମକ ଦେଇ ଥିଲେ କି ସେ ପୋଲିସ ପାଖକୁ ଗଲେ ତା ବାପା କି ମାରି ଦେବେ। ପରେ ଏହି ଯୁବକ ମାନେ ଦୁଷ୍କର୍ମ ର ଭିଡିଓ କୁ ଭାଇରଲ କରିଥିଲେ। ଏତଲା ହେବ ପରେ ସୁନ୍ଦରଗଡ଼ ଏସପି ସୌମ୍ୟା ମିଶ୍ର ଘଟଣା କୁ ଗୁରୁତର ସହିତ ନେଇଥିଲେ ତଥା ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚ୍ଚତା ଚାଲିଛି।
Conclusion:ଶୀଘ୍ର ପୋଲିସ ଅଭିଯୁକ୍ତ ମାନଙ୍କ ଗିରଫ କରିବ ବୋଲି ଏସପି ଆଶ୍ୱାସନା ଦେଇଛନ୍ତି।
ବାଇଟ-ସୌମ୍ୟା ମିଶ୍ର,ଏସପି, ସୁନ୍ଦରଗଡ଼
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.